Below header

Timex ଲଞ୍ଚ କଲା ଫିଟନେସ୍‌ ବ୍ୟାଣ୍ଡ, ଫିଚର୍ସ ବିଷୟରେ ଜାଣିଲେ ଏବେ କିଣିବାକୁ ହେବ ଇଚ୍ଛା

Timex ନିଜର ଏକ ନୂଆ ଫିଟନେସ୍‌ ବ୍ୟାଣ୍ଡକୁ ଭାରତରେ ଲଞ୍ଚ କରିଦେଇଛି। Timexର ଏହି ବ୍ୟାଣ୍ଡରେ ୨.୪ ସେଣ୍ଟିମିଟର ଡିସପ୍ଲେରେ କଲର ଏବଂ ଟଚ୍‌ ସପୋର୍ଟ ଦିଆଯାଇଛି। ଟାଇମେକ୍ସ ନିଜର ଏହି ଫିଟନେସ୍‌ ବ୍ୟାଣ୍ଡକୁ ନେଇ ଦାବି କରିଛି ଯେ ଏହା ପାଞ୍ଚ ଦିନ ପର୍ଯ୍ୟନ୍ତ ଆରାମସେ ଚାଲିପାରିବ। ଏହା ଦୁଇଟି କଲର ଭେରିୟଣ୍ଟରେ ଆସୁଛି ଗୋଟିଏ ହେଉଛି ରୋଗ ଗୋଲ୍ଡ ଏବଂ ଅନ୍ୟଟି ହେଉଛି ବ୍ଳାକ କଲର। ଆପଣ ଏହି ଦୁଇ କଲରକୁ କିଣିପାରିବେ।

ଏଥିରେ ଷ୍ଟେନଲେସ୍‌ ଷ୍ଟିଲ ଷ୍ଟ୍ରାପ ଏବଂ ସିଲିକନ୍‌ ଷ୍ଟ୍ରାପ ଦିଆଯାଇଛି। ଏହି ବ୍ୟାଣ୍ଡ ଏଲୟ ବ୍ୟାଣ୍ଡରେ ମଧ୍ୟ ମିଳିବ। ଟାଇମେକ୍ସର ଏହି ଫିଟନେସ୍‌ ବ୍ୟାଣ୍ଡର ଦାମ ୪,୪୯୫ ଟଙ୍କା ଏବଂ ଏହାର ବିକ୍ରି ରିଟେଲ ଷ୍ଟୋର ବ୍ୟତୀତ ଟାଇମେକ୍ସର ଅନଲାଇନ ଷ୍ଟୋରରେ ଆରମ୍ଭ ହୋଇସାରିଛି।

timex watchସ୍ପେସିଫିକେସନ

ଟାଇମେକ୍ସର ଏହି ଫିଟନେସ୍‌ ବ୍ୟାଣ୍ଡରେ ୨.୪ ସେଣ୍ଟିମିଟରର ଫୁଲ ଟଚ ଡିସପ୍ଲେ ରହିଛି। ଏଥିରେ ଟ୍ରାକିଙ୍ଗ୍‌, ମ୍ୟୁଜିକ କଣ୍ଟ୍ରୋଲ, ହର୍ଟ ରେଟ ମନିଟରିଙ୍ଗ ଏବଂ ନୋଟିଫିକେସନ ଆଲର୍ଟ ଭଳି ଫିଚର୍ସ ମିଳିବ। ଏହାର ବ୍ୟାଟେରୀକୁ ନେଇ କମ୍ପାନୀ ଦାବି କରିଛି ଯେ ଏହା ପାଞ୍ଚ ଦିନର ବ୍ୟାକଅପ୍‌ ଦେବ। ଏହାକୁ ଓ୍ଵାଟର ରେସିଷ୍ଟାଣ୍ଟ ପାଇଁ ରେଟିଙ୍ଗ୍‌ ମଧ୍ୟ ମିଳିଛି। ଏହି ଫିଟନେସ୍‌ ବ୍ୟାଣ୍ଡର କେସ 41.7mm ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.