ବହୁତ ଫାଇଦା ଦାୟକ WhatsApp ର ଏହି ଫିଚର, ଚାର୍ଟରେ ଖାସ ମେସେଜ ଖୋଜିବାରେ ହୋଇନଥାଏ ଅସୁବିଧା
ହ୍ଵାଟ୍ସଆପ୍ ନିଜର ୟୁଜର୍ସଙ୍କ ସୁବିଧା ପାଇଁ ନୂଆ ନୂଆ ଫିଚର ଆଣିଥାଏ । ଆଜି ଆମେ ଏପରି ଏକ ଫିଚର ବିଷୟରେ କହିବୁ ଯାହା ଆପଣଙ୍କ ପାଇଁ ବହୁତ ଉପକାରୀ ହେବ । ଇନ୍ଷ୍ଟାଣ୍ଟ ମେସେଜିଂ ଆପ୍ WhatsApp ରେ ଯଦି ଆପଣ କୌଣସି ଚାର୍ଟରେ ଖାସ ମେସେଜକୁ ଅଲଗା ସେଭ କରିବାକୁ ଚାହାଁନ୍ତି ତ WhatsApp ଆପଣଙ୍କୁ ଏପରି ସୁବିଧା ଦେଇଥାଏ । ତେବେ କେତେକ ୟୁଜର୍ସ ଏହି ଫିଚର୍ସ ସମ୍ପର୍କରେ ଜାଣିନଥାନ୍ତି ।
ଆଜି ଜାଣନ୍ତୁ ଏହି ଫିଚର୍ସ ସମ୍ପର୍କରେ କିଛି ଖାସ୍ କଥା । ଏହି ଫିଚର ନାମ ହେଉଛି ଷ୍ଟାର୍ଡ ମେସେଜସ୍ (Starred Messages) ଫିଚର୍ସ । ଏପରି ମେସେଜକୁ ଷ୍ଟାର ମାର୍କ କରି ସେଭ କରିପାରିବେ । ଆସନ୍ତୁ ଜାଣିବା ଏହାର ପୁରା ପ୍ରୋସେସ୍ ।
ଏମିତି କରନ୍ତୁ WhatsAppର ଏହି ଖାସ ପିଚରର ବ୍ୟବହାର
୧. Starred Messages ଫିଚର୍ସକୁ ବ୍ୟବହାର କରିବା ପାଇଁ ପ୍ରଥମେ WhatsApp ଖୋଲନ୍ତୁ ।
୨. ଯେଉଁ ବ୍ୟକ୍ତିଙ୍କ ମେସେଜକୁ ବୁକ୍ ମାର୍କ କରିବାର ଅଛି ତାଙ୍କର ଚାର୍ଟ ଖୋଲନ୍ତୁ ।
୩. ଯେଉର୍ ମେସେଜକୁ star ମାର୍କ କରିବାର ଅଛି ତାକୁ ଦୀର୍ଘ ସମୟ ପାଇଁ ଦବାଇ ରଖନ୍ତୁ ।
୪. ଏବେ ଆପଣଙ୍କ ଆଗରେ କିଛି ଅପସନ୍ ଆସିବ । ଏବେ star ଅପସନ୍କୁ ସିଲେକ୍ଟ କରନ୍ତୁ ।
୫. ଯେତେବେଳେ ଆପଣ କୌଣସି ସ୍ପେଶାଲ୍ ମେସେଜକୁ star ମାର୍କ କରିବେ ତାହା ଅଲଗା ସେଭ ହୋଇଯିବ ।
୬. ଯଦି ଆପଣ ଉକ୍ତ ମେସେଜକୁ Unstar କରିବାକୁ ଚାହୁଁଛନ୍ତି ତାହାଲେ ଉକ୍ତ ମେସେଜକୁ ପ୍ରେସ କରି ରଖନ୍ତୁ ।
୭. ଏମିତି କରିବା ଦ୍ୱାରା ଆପଣଙ୍କ ଆଗରେ ସେହି ଅପସନ୍ ଆସିବ । ସେଠାରେ ଆପଣ star ସ୍ଥାନରେ Unstar କରିପାରିବେ ।
ଏମିତି ଦେଖନ୍ତୁ Starred Messages
୧. star ମାର୍କ କରାଯାଇଥିବା ମେସେଜକୁ ଦେଖିବା ପାଇଁ WhatsApp ରେ ସେହି ଚାର୍ଟକୁ ଖୋଲନ୍ତୁ । ଯାହାଙ୍କ ମେସେଜ ଆପଣ ମାର୍କ କରିଛନ୍ତି ।
୨. ଏବେ ତାଙ୍କର ପ୍ରୋଫାଇଲ କୁ ଯାଆନ୍ତୁ । ଏଠାରେ ଆପଣଙ୍କୁ କିଛି ଅପସନ୍ ଦେଖାଯିବ ।
୩. ଏହି ଅପସନ୍ରୁ ଆପଣଙ୍କୁ Starred Messages କୁ ସିଲେକ୍ଟ କରିବାକୁ ହେବ ।
୪. ଏମିତି କରିବା ପରେ ଆପଣଙ୍କ ଆଗରେ star ମାର୍କ ହୋଇଥିବା ସବୁ ମେସେଜ ଆସିଯିବ ।