ଦେଶରେ ଶସ୍ତାରେ ଲଞ୍ଚ ହେଲା TNR Stella ଇଲେକଟ୍ରିକ ସ୍କୁଟର, ଥରେ ଚାର୍ଜରେ ଯିବ ୮୦ କିଲୋମିଟର

ତେଲ ଦର ବୃଦ୍ଧିକୁ ଦେଖି ଭାରତୀୟ ବଜାରରେ ଇଲେକଟ୍ରିକ ଗାଡ଼ିର ଡିମାଣ୍ଡ ଏବେ ବଢ଼ିଚାଲିଛି । ବିଶେଷ କରି ୨ ଚକିଆ ବାହନକୁ ନେଇ ଲୋକଙ୍କ ପସନ୍ଦ ବଢ଼ିଛି । ଗ୍ରାହକଙ୍କ ଏହି ପସନ୍ଦକୁ ଦୃଷ୍ଟିରେ ରଖି ଗାଡ଼ି ନିର୍ମାତା କମ୍ପାନୀ ଲଗାତାର ଭାବେ ଏହି ସେଗମେଣ୍ଟରେ ନିଜର ନୂଆ ମଡେଲ ଲଞ୍ଚ କରୁଛନ୍ତି । ତେବେ ଏହି ରେସ୍‌ରେ ଦିଲ୍ଲୀ ସ୍ଥିତ ପ୍ରମୁଖ ଇଲେକଟ୍ରିକ ବାହନ ନିର୍ମାତା କମ୍ପାନୀ TNR ଘରୋଇ ବଜାରରେ ନିଜର ହ୍ୱିକିଲ ପୋର୍ଟଫୋଲିଓକୁ ଅପଡେଟ କରିବା ସହ ନୂଆ ଇଲେକଟ୍ରିକ ସ୍କୁଟର TNR Stella ଲଞ୍ଚ କରିଛି ।

ଜବରଦସ୍ତ ଲୁକ ସହ ଦମଦାର ଫିଚର୍ସରେ ଆସୁଛି TNR Stellaଇଲେକଟ୍ରିକ ସ୍କୁଟର । ନ୍ୟାସନାଲ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଏହି ଗାଡ଼ିକୁ ଚଲାଇବା ପାଇଁ ଆପଣଙ୍କୁ କୌଣସି ଲାଇସେନ୍ସ କିମ୍ବା ରେଜିଷ୍ଟ୍ରେସନର ଆବଶ୍ୟକତା ନାହିଁ । ଏହାର ପ୍ରାରମ୍ଭିକ ଦାମ ୫୦,୦୦୦ ହଜାର ଟଙ୍କା ରହିଛି । ଏହାକୁ ରେଟ୍ରୋ ଲୁକ ଦେବା ସହ ଆଡଭାନ୍ସ ଫିଚର୍ସର ମଧ୍ୟ ପ୍ରୟୋଗ କରାଯାଇଛି । ପ୍ରତିଦିନ ବ୍ୟବହାର କରିବାରେ ଏହା ଗ୍ରାହକଙ୍କୁ କମଫର୍ଟ ଜୋନ ପ୍ରଦାନ କରିବ ।

25325
pc: hindustan

60V 28 ah କ୍ଷମତା ବିଶିଷ୍ଟ ଲିଡ ଏସିଡ ଏବଂ ଲିଥିୟମ ଆଇଆନ ବ୍ୟାଟେରୀ ସୁବିଧା ଦିଆଯାଇଛି । ଏହା 1800 mm ଲମ୍ବା, ଓସାର 700 mm ହୋଇଥିବା ବେଳେ 1130 mmର ଉଚ୍ଚତା ରହିଛି । ଏହାର ଓଜନ 115 କିଲୋଗ୍ରାମ ରହିଛି । ଏହା 70 ରୁ 80 କିମି ପର୍ଯ୍ୟନ୍ତ ଡ୍ରାଇଭିଂ ରେଞ୍ଜ ଦେଇଥାଏ । ଫୁଲ ଚାର୍ଜ ହେବା ପାଇଁ ଏହାକୁ 6 ରୁ 8 ଘଣ୍ଟା ସମୟ ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.