ଏବେ Twitterରେ କରିପାରିବେ Paytm ପେମେଣ୍ଟ, ଏମିତି କରନ୍ତୁ ଆକାଉଣ୍ଟ ସେଟିଂ

ଟ୍ଵିଟର (Twitter) ୟୁଜର୍ସ ଏବେ ପେଟିଏମ୍‌ (Paytm) ଜରିଆରେ ଦିଆ ନିଆ କରିପାରିବେ ଟିପ୍‌। ଟ୍ଵିଟର ଗତ ବର୍ଷ ଟିପ୍‌ ଫିଚର ଲଞ୍ଚ୍‌ କରିଥିଲା। ଏହି ଫିଚର ମାଧ୍ୟମରେ ଯେକୌଣସି କଣ୍ଟେଣ୍ଟ କ୍ରିଏଟର୍ସ ଯେ କୌଣସି ୟୁଜରଙ୍କ ଠାରୁ ଟିପ୍‌ ନେଇପାରିବେ ଓ ଦେଇ ବି ପାରିବେ। ଟ୍ଵିଟରର ଟିପ୍‌ ଫିଚର ମନିଟାଇଜେସନ୍‌ର ହିଁ ଏକ ଅଂଶ।

ଏହା ପୂର୍ବରୁ ଟ୍ଵିଟର ଟିପ୍‌ରେ Razorpay ଓ ବିଟ୍‌କଏନ୍‌ର ସପୋର୍ଟ ଥିଲା। ଯଦି ଆପଣ କାହାକୁ ଟ୍ଵିଟରରେ ଟିପ୍‌ ଦେବାକୁ ଚାହୁଁଛନ୍ତି, ତେବେ ତାଙ୍କ ଆକାଉଣ୍ଟ ସହ ନଜର ଆସୁଥିବା ଟିପ୍‌ ବଟନ୍‌ରେ କ୍ଲିକ୍‌ କରି ଆପଣ ଟିପ୍‌ ଦେଇପାରିବେ। କିନ୍ତୁ ଏହି  ଟିପ୍‌ ବଟନ୍‌ ପାଇଁ ସେଟିଂ କରିବାକୁ ହେବ। ଏହା ଡିଫଲ୍ଟ ଭାବେ ନଜର ଆସିବ ନାହିଁ।

ପେଟିଏମ୍‌କୁ ସପୋର୍ଟ ନେଇ ଟ୍ଵିଟର କହିଛି, ଏହି ପେମେଣ୍ଟ ସମ୍ପର୍କରେ କୌଣସି ଡାଟା ଷ୍ଟୋର କରାଯିବ ନାହିଁ। ପେଟିଏମ୍‌ ସପୋର୍ଟ ଥିବା ଯୋଗୁ ଆପଣ ୟୁପିଆଇ, କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ ଓ ନେଟ୍‌ ବ୍ୟାଙ୍କିଂ ଆଦି ମାଧ୍ୟମରେ ବି ଟିପ୍‌ ଦେଇ ପାରିବେ। ଟ୍ଵିଟରର ଟିପ୍‌ ଫିଚରକୁ ୧୮ ବର୍ଷରୁ ବଡ଼ ବୟସର ୟୁଜର୍ସ ହିଁ କେବଳ ବ୍ୟବହାର କରିପାରିବେ। ଟ୍ଵିଟରର ଏହି ଟିପ୍‌ ଫିଚର ହିନ୍ଦୀ, ଗୁଜରାଟୀ, ବଙ୍ଗାଳୀ, କନ୍ନଡ଼, ମରାଠୀ ଓ ତାମିଲ ଭାଷାରେ ରହିଛି।

ନିଜ ପ୍ରୋଫାଇଲରେ ଏମିତି କରନ୍ତୁ ସେଟିଂ:

  • ପ୍ରଥମେ ନିଜ ଆଣ୍ଡ୍ରଏଡ୍‌ କିମ୍ବା ଆଇଓଏସ୍‌ ମୋବାଇଲରେ ଟ୍ଵିଟର ଆପ୍‌ ଓପନ୍‌ କରନ୍ତୁ।
  • ଏବେ ପ୍ରୋଫାଇଲ ସେଟିଂକୁ ଯାଆନ୍ତୁ ଓ ଏଡିଟ୍‌ ପ୍ରୋଫାଇଲ ଉପରେ କ୍ଲିକ୍‌ କରନ୍ତୁ।
  • ଏଡିଟ୍‌ ପ୍ରୋଫାଇଲରେ କ୍ଲିକ୍‌ କରିବା ପରେ ଟିପ୍‌ ଉପରେ କ୍ଲିକ୍‌ କରନ୍ତୁ।
  • ଏବେ ପେମେଣ୍ଟ ବିକଳ୍ପର ସେଟିଂ କରନ୍ତୁ ଓ ପେଟିଏମ୍‌କୁ ଚୟନ କରନ୍ତୁ।
  • ଏବେ ଆପଣଙ୍କ ପ୍ରୋଫାଇଲ୍‌ରେ ପେଟିଏମ୍‌ ଆଡ୍‌ ହୋଇଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.