Below header

ଭାରତରେ ନିଜ ପ୍ରସ୍ତୁତ Fleets ଫିଚର ଲଞ୍ଚ କଲା ଟ୍ୱିଟର, ୨୪ ଘଣ୍ଟା ପରେ ଗାୟବ ହୋଇଯିବ ସମସ୍ତ ପୋଷ୍ଟ

ମାଇକ୍ରୋ-ବ୍ଳଗିଙ୍ଗ ସାଇଟ ଟ୍ୱିଟର ନିଜ ୟୁଜର ମାନଙ୍କ ସୁବିଧା ପାଇଁ ଏକ ନୂଆ ଫିଚର ଲଞ୍ଚ କରିଛି । ଯାହାର ନାମ ଫ୍ଲିଟ୍ସ ରଖାଯାଇଛି । ୟୁଜର୍ସ ମାନେ ଏହା ଜରିଆରେ ଫଟୋ ଓ ଭିଡିଓ ପୋଷ୍ଟ କରିବାର ୨୪ ଘଣ୍ଟା ଭିତରେ ଆପେ ଆପେ ଗାୟବ ହୋଇଯିବ । ଅନ୍ୟ ୟୁଜର୍ସ ମାନେ ସେୟାର ହୋଇଥିବା ଫଟୋ, ଭିଡିଓରେ ଲାଇକ, ରି-ଟ୍ୱିଟ କିମ୍ବା କମେଣ୍ଟ କରି ପାରିବେ ନାହିଁ । କହିରଖିବା ଉଚିତ ହେବକି, ବିଶ୍ୱରେ ଭାରତ ୩ୟ ଦେଶ ରୂପେ ହିଁ ଏହି ଫିଚରକୁ ଜାରି କରିଛି । ଏହା ପୂର୍ବରୁ ବ୍ରାଜିଲ, ଇଟାଲୀ ପରି ଦେଶ ମାନେ ନିଜ ଦେଶରେ ଏହି ଆପ ଲଞ୍ଚ କରିଥିଲେ ।

twit

ଟ୍ୱିଟରର ଏହି ଫ୍ଲିଟ୍ସ ଫିଚର ଇନ୍ଷ୍ଟଗ୍ରାମ ଓ ସ୍ନାପଚାଟ ପରି କାମ କରିଥାଏ । ଯେବେକି ଆଇଫୋନ ଓ ଆଣ୍ଡ୍ରଏଡ଼ ୟୁଜର୍ସ ମାନେ ବି ଏହି ଫିଚର ବ୍ୟବହାର କରିପାରିବେ । କମ୍ପାନୀ ତରଫରୁ ଜାରି ହୋଇଥିବା ଘୋଷଣା ଅନୁଯାୟୀ, ଫ୍ଲିଟ୍ସ ଫିଚର ଜରିଆରେ ସେୟାର କରାଯାଇଥିବା ଫଟୋ ଓ ଭିଡିଓ ଉପରେ ଅନ୍ୟ ୟୁଜର୍ସ ମାନେ ରି-ଟ୍ୱିଟ କରିପାରିବେ ନାହିଁ । ଏହା ସହ ଲାଇକ ବା କମେଣ୍ଟ କରିବା ନେଇ ବି କୌଣସି ସୁବିଧା ମିଳିବ ନାହିଁ । ଅବଶ୍ୟ, ବ୍ୟବହାରକାରୀ ମାନେ ମେସେଜ ପଠାଇ ସେୟାର କରାଯାଇଥିବା ଫଟୋ ତଥା ଭିଡିଓ ଗୁଡିକ ଉପରେ ନିଜ ପ୍ରତିକ୍ରିୟା ରଖିପାରିବେ । ୟୁଜର୍ସ ମାନେ ଭିଡିଓ ଓ ଫଟୋ ବିରୋଧରେ କୌଣସି ଅଭିଯୋଗ ଦର୍ଜ କରିବା ନେଇ ମଧ୍ୟ ସୁବିଧା ଉପଲବ୍ଧ ଅଛି ।

କହିରଖିବା ଉଚିତ ହେବକି, ଟ୍ୱିଟର କମ୍ପାନୀ ଫ୍ଲିଟ୍ସ ଫିଚର ପରୀକ୍ଷା ମୂଳକ ଭାବେ ହିଁ ଲଞ୍ଚ କରିଛି । ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଆପଣଙ୍କୁ ଟ୍ୱିଟରର ବାମ ପଟରେ ଥିବା ପ୍ରୋଫାଇଲ ଅପସନରେ କ୍ଲିକ କରିବାକୁ ପଡିବ । ଏଠାରେ ୟୁଜର ମାନେ ନିଜ ନିଜ ଫଟୋ ଓ ଭିଡିଓ ଅପଲୋଡ଼ କରିପାରିବେ । ଯଦି ଆପଣ ଫିଲ୍ଟସ ଦେଖିବାକୁ ଚାହୁଁଛନ୍ତି । ଏହାବାଦ ଆପଣ ବାମ କିମ୍ବା ଡାହାଣ ପଟେ ସ୍ବାଇପ କରି ଅନ୍ୟ ଫ୍ଲିଲ୍ଟସ ଦେଖି ପାରିବେ । ଟ୍ୱିଟର ୟୁଜର୍ସ ଫ୍ଲିଟ୍ସ ଫିଚର ଜରିଆରେ ସହଜରେ ନିଜ ଫଲୋଅର୍ଶ ମାନଙ୍କ ସହ ଯୋଡି ହୋଇ ପାରିବେ । ଏହା ସହ ଯୋଡି ହେବା ପାଇଁ ୟୁଜର୍ସ ମାନେ ଫଲୋଅର୍ଶ ମାନଙ୍କୁ ବି ମେସେଜ ପଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.