Below header

ରଣବୀର ନୁହେଁ ଏହି ବ୍ୟକ୍ତି ନିଅନ୍ତି ଦୀପିକାଙ୍କ ଜୀବନର ସୁରକ୍ଷା ଦାୟିତ୍ୱ, ସବୁବେଳେ ରୁହନ୍ତି ସାଥିରେ

ବଡିଗାର୍ଡ ପ୍ରତି ସେଲିବ୍ରିଟିଙ୍କ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଆଜିକାଲି କିଛି ବଲିଉଡ୍ ସେଲିବ୍ରିଟି ଭିଡ଼ରୁ ରକ୍ଷା ପାଇବା ଲାଗି ବଡିଗାର୍ଡ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀ ରଖୁଛନ୍ତି । ଅଭିନେତ୍ରୀ ଦୀପିକା ପାଦୁକୋନ୍ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଦୀପିକାଙ୍କର ବଡିଗାର୍ଡ ଜଲାଲ ତାଙ୍କ ସହିତ ସବୁବେଳେ ରହିଥାନ୍ତି। କିନ୍ତୁ ଆପଣ ତାଙ୍କ ଦରମା କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

deepika

ଦୀପିକାଙ୍କ ଜୀବନର ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଜଲାଲ ଉଠାଇଥାନ୍ତି। ଏକ ରିପୋର୍ଟ ଅନୁଯାୟୀ, ୨୦୧୭ରେ ଦୀପିକା ଜଲାଲଙ୍କୁ ବର୍ଷକୁ ୮୦ ଲକ୍ଷ ଟଙ୍କା ଦରମା ଦେଉଥିଲେ । ଅର୍ଥାତ୍ ତାଙ୍କୁ ମାସକୁ ୬.୬ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ମିଳୁଥିଲା । ସେ ହିସାବରେ ଦେଖିଲେ ବର୍ତ୍ତମାନ ଜଲାଲଙ୍କ ଦରମା ବାର୍ଷିକ ୧ କୋଟି ଛୁଇଁଥିବ ବୋଲି ଆକଳନ କରାଯାଉଛି । ଅନ୍ୟପଟେ ଦୀପିକା ତାଙ୍କୁ ନିଜର ଭାଇ ବୋଲି ମାନିଥାନ୍ତି ।


ପ୍ରତିବର୍ଷ ରାକ୍ଷୀପୂର୍ଣ୍ଣିମାରେ ତାଙ୍କୁ ରାକ୍ଷୀ ବାନ୍ଧିଥାନ୍ତି । ସେମାନଙ୍କର ସଂପର୍କ ଏଭଳି ଯେ ଇଟାଲୀରେ ଅନୁଷ୍ଠିତ ହୋଇଥିବା ଦୀପିକା-ରଣବୀରଙ୍କ ବିବାହ ଉତ୍ସବରେ ଜଲାଲ କନ୍ୟାପକ୍ଷରୁ ସେଠାରେ ଉପସ୍ଥିତ ଥିଲେ । ସୂଚନାଥାଉ କି, ଜଲାଲଙ୍କର ମଧ୍ୟ ନିଜର ଫେସବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ରହିଛି । ଦୀପିକାଙ୍କ ଫ୍ୟାନ୍ କ୍ଲବର ସଦସ୍ୟମାନେ ସୋସିଆଲ ମିଡିଆରେ ତାଙ୍କୁ ଫଲୋ କରିଥାନ୍ତି । ସୂଚନାଯୋଗ୍ୟ, ଦୀପିକାଙ୍କ ଅପକମିଙ୍ଗ ଫିଲ୍ମ ‘୮୩’ ରହିଛି। ଏଥିରେ ତାଙ୍କ ସହିତ ସ୍ୱାମୀ ରଣବୀର କପୁର ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା କବୀର ଖାନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.