ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଖରାପ ହୁଏ ନାହିଁ ଏହି ଖାଦ୍ୟ, ବାସ ରଖିବାକୁ ହୁଏ କିଛି ଏପରି

ଯଦି ଆମେ ଆପଣଙ୍କୁ କହିବୁ ଯେ ଏପରି କିଛି ଖାଦ୍ୟ ଅଛି ଯାହା ହଜାର ହଜାର ବର୍ଷ ପାଇଁ ସତେଜ ହୋଇ ରହିଥାଏ । ତାହେଲେ କଣ ଆପଣ ଆମ କଥାକୁ ବିଶ୍ୱାସ କରିବେ । ଏ କଥାକୁ ଆପଣ ଆଦୌ ବିଶ୍ୱାସ କରିବେ ନାହିଁ । ଠିକ ନା ? କିନ୍ତୁ ଆମେ ଆପଣଙ୍କୁ କହିବୁ ଯେ ପ୍ରକୃତରେ ଏପରି କିଛି ଖାଦ୍ୟ ଅଛି ଯାହା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଖରାପ ନହୋଇ ରହିପାରିବ । ଆଜ୍ଞା ହଁ ମହୁ ହେଉଛି ଏକମାତ୍ର ଖାଦ୍ୟ ଯାହା ହଜାରେ ବର୍ଷ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ ଯଦି ଏହାକୁ ଏକ ଏୟାର ଟାଇଟ୍ ପାତ୍ରରେ ଗଚ୍ଛିତ କରି ରଖାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମିଶରର ପିରାମିଡରେ ଥିବା ଫାରୋ ରାଜାଙ୍କ କବରରୁ ମିଳିଥିବା ମହୁ ଏତେ ସ୍ୱାଦିଷ୍ଟ ଏବଂ ସତେଜ ଥିଲା ଯେ ବୈଜ୍ଞାନିକମାନେ ଏହାର ସ୍ବାଦ ଚାଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାସ ଏହାକୁ ଟିକେ ଗରମ କରିବା ଆବଶ୍ୟକ ଥିଲା ।

honey

ଜର୍ମାନୀରେ ଏକାଦଶ ଶତାବ୍ଦୀରେ ମହୁ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ସେତେବେଳର ସାହୁକାରମାନେ କୃଷକମାନଙ୍କୁ ମହୁ ଏବଂ ମହମ ଆକାରରେ ନିଜର କରଜ ସୁଝିବାକୁ କହୁଥିଲେ । କ୍ଷୀର ପରେ ମହୁ ହେଉଛି ଏକମାତ୍ର ଖାଦ୍ୟ ଯେଉଁଥିରେ ଏନଜାଇମ୍, ଭିଟାମିନ୍, ମିନେରାଲ୍ସ ଏବଂ ଜଳ ସମେତ ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ସମସ୍ତ ପଦାର୍ଥ ରହିଥାଏ । ଏହା ହେଉଛି ଏକମାତ୍ର ଖାଦ୍ୟ ପଦାର୍ଥ ଯେଉଁଥିରେ “ପିନୋସେମ୍ବ୍ରିନ୍” ରହିଥାଏ, ଏହା ଏକ ଆଣ୍ଟି-ଅକ୍ସିଡାଣ୍ଟ ଅଟେ ଯାହା ମସ୍ତିଷ୍କକୁ ଶାର୍ପ ଏବଂ ଉନ୍ନତ କରିଥାଏ । ମହୁ ଚିନିର ଏକ ସ୍ୱାଦିଷ୍ଟ ବିକଳ୍ପ ଅଟେ । ତାସହିତ ମହୁରେ 80% ଚିନି ଏବଂ 20% ପାଣି ଥାଏ । ଏହା ଆପଣଙ୍କ ଶାରୀରିକ ଦୁର୍ବଳତାକୁ ମଧ୍ୟ ଦୂର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.