Below header

ଭାରତରେ ନୂଆ ଆଇଟି ନିୟମ ପାଳନ ନ କରିବା ଟ୍ଵିଟର ପାଇଁ ପଡିଲା ମହଙ୍ଗା, ହରାଇଲା ଆଇନଗତ ସୁରକ୍ଷା ଅଧିକାର

ନୂଆଦିଲ୍ଲୀ(କେ ନ୍ୟୁଜ):  ଭାରତରେ ନୂଆ ଆଇଟି ନିୟମ ପାଳନ ନ କରିବା ଟ୍ଵିଟର ପାଇଁ ମହଙ୍ଗା ପଡିଛି । ନୂଆ ନିୟମ ପାଳନ କରିନଥିବାରୁ ଭାରତରେ ଆଇନଗତ ସୁରକ୍ଷା ହରାଇଛି ଟ୍ଵିଟର । ମେ ୨୫ ତାରିଖରୁ ଲାଗୁ ହୋଇଥିବା ନୂଆ ଆଇଟି ନିୟମକୁ ଟ୍ଵିଟର ପାଳନ କରିନାହିଁ । ଏହାପରେ ଟ୍ଵିଟର ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି । ଆଇନଗତ ସୁରକ୍ଷା ହରାଇବା ପରେ ଏବେ ଆଇପିସିର ଧାରା ଅନୁସାରେ ଟ୍ଵିଟର ଉପରେ ମାମଲା ରୁଜୁ ହୋଇପାରିବ ଓ ପୁଲିସ ପଚରାଉଚରା କରିପାରିବ । ଏକ ଭାଇରାଲ ଭିଡିଓ ମାମଲାରେ ଟ୍ଵିଟର ବିରୋଧରେ ୟୁପିର ଗାଜିଆବାଦରେ ପୁଲିସ ମାମଲା ରୁଜୁ କରିଛି । ଏହି ସମୟରେ ଟ୍ଵିଟର ଉପରେ ଏହି ପଦକ୍ଷେପ ନିଆଯାଇଛି । ଏବେ ଆଇନଗତ ସୁରକ୍ଷା ହରାଇବା ପରେ ଟ୍ଵିଟର ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବି ନିଆଯାଇ ପାରେ । ଏହି ଆକ୍ସନ ପରେ ଟ୍ଵିଟର ହେଉଛି ଆମେରିକାର ଏକମାତ୍ର ପ୍ଲାଟଫର୍ମ, ଯାହା ଉପରୁ ଆଇଟି

ଆକ୍ଟର ଧାରା ୭୯ ଅନୁସାରେ ମିଳୁଥିବା ଆଇନଗତ ସୁରକ୍ଷାକୁ ପ୍ରତ୍ୟାହାର କରିନିଆ ଯାଇଛି । ତେବେ ଗୁଗୁଲ, ଫେସବୁକ, ୟୁଟ୍ୟୁବ, ହ୍ଵାଟସଅପ ଓ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ନିକଟରେ ଏବେ ବି ଭାରତ ସରକାରଙ୍କ ଆଇନଗତ ସୁରକ୍ଷା ରହିଛି । ନୂଆ ନିୟମ ପାଳନ କରିନଥିବାରୁ ସରକାର ଟ୍ଵିଟରକୁ ନୋଟିସ ଜାରି କରିଥିଲେ । ଟ୍ଵିଟର ଆଦେଶ ଅନୁପାଳନ କରିବାକୁ କୁହାଯାଇଥିଲା । କିଛିଦିନ ତଳେ ଗାଜିଆବାଦରେ ଜଣେ ବ୍ଯକ୍ତିଙ୍କୁ ମାରପିଟ ଅଭିଯୋଗରେ ଟ୍ଵିଟର ଇଣ୍ଡିଆ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏକ ଭିଡିଓକୁ ଭାଇରାଲ କରିବାକୁ ରୋକିବାରେ ଟ୍ଵିଟର କିଛି ପଦକ୍ଷେପ ନେଇନଥିବା ଗାଜିଆବାଦ ପୁଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.