ମାଲକାନଗିରି ସୀମାନ୍ତରେ ଗୁଳିବିନିମୟ, ଏନକାଉଣ୍ଟରରେ ୬ ମାଓବାଦୀ ମୃତ

ମାଲକାନଗିରି(କେ ନ୍ୟୁଜ): ମାଲକାନଗିରି ଏନକାଉଣ୍ଟରରେ ୬ ମାଓବାଦୀ ମୃତ। ମାଲକାନଗିରି ସୀମାନ୍ତ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲ୍ଲା ଥିଗାଲମେଟ୍ଟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଗ୍ରେହାଉଣ୍ଡ ପୋଲିସ ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ସମେତ ୬ ମାଓବାଦୀ ମୃତ।  ଘଟଣାସ୍ଥଳରୁ ଗୋଟିଏ ଏକେ-୪୭, ୧ଟି SLR ଜବତ। କୋୟୁର ମଣ୍ଡଳର ଥିଗାଲମେଟ୍ଟା ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ସୂଚନା ମିଳିବା ପରେ ପୋଲିସ ଭୋରରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ଗୁଳିବିନିମୟରେ ୬ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟାରେ ମାଓବାଦୀ ଆହତ ହୋଇଥାଇପାରନ୍ତି ବୋଲି କୋୟୁର ସିଆଇ ଭେଙ୍କଟରମଣା ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଏବେ ବି କମ୍ବିଂ ଅପରେସନ ଜାରି ରହିଛି। ମାଓ ଶିବିରରେ ଅନେକ ଟପ୍‌ ମାଓନେତାଙ୍କ ଆଡ୍ଡା ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.