ଟ୍ଵିଟରିଆନ୍‌ଙ୍କ ପାଇଁ ଖୁସି ଖବର, ଏବେ ଟ୍ଵିଟ୍‌ କରିବା ବେଳେ ଆଉ ଅକ୍ଷର ସଂଖ୍ୟାକୁ ନେଇ କରିବାକୁ ପଡ଼ିବନି ଚିନ୍ତା

ଟ୍ଵିଟରରେ ସାଙ୍ଗସାଥୀଙ୍କୁ ଅଧିକ ମେସେଜ୍‌ ପଠାଇବାକୁ ଚାହୁଁଥିବା ୟୁଜର୍ସଙ୍କ ଲାଗି ଖୁସି ଖବର। ଖୁବ୍‌ଶୀଘ୍ର ଟ୍ଵିଟ୍‌ର ନିଜ ମାଇକ୍ରୋ ବ୍ଲଗିଂ ସାଇଟ୍‌ରେ ୧୦,୦୦୦ ଅକ୍ଷରରେ ଟ୍ଵିଟ୍‌ କରିବା ସୁବିଧା ଉପଲବ୍ଧ କରିବାକୁ ଯାଉଛି। ସାଧାରଣ ମେସେଜ୍‌ ଭଳି ଏବେ ଆପଣ ଟ୍ଵିଟରରେ ମଧ୍ୟ କ୍ୟାପସନ୍‌ ଦେଇପାରିବେ। ଆଉ ସଂଖ୍ୟା ପାଇଁ ଚିନ୍ତା କରିବାକୁ ପଡ଼ିବନାହିଁ। ଏହି ଅପ୍‌ଡେଟ୍‌ ଆସିବା ପରେ ବ୍ୟବହାରକାରୀ ସହଜରେ କୌଣସି ପୋଷ୍ଟରେ ବଡ଼ ବଡ଼ କ୍ୟାପସନ୍‌ ଲେଖିପାରିବେ।

ଏହାସହ ପଢ଼ନ୍ତୁ: ଏଣିକି ଇନ୍‌ଷ୍ଟାଗ୍ରାମ୍‌ରୁ ମଧ୍ୟ ଆପଣ ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା

ସୂଚନାଯୋଗ୍ୟ ଯେ, ପୂର୍ବରୁ ଟ୍ଵିଟରରେ କେବଳ ୧୪୦ଟି ଅକ୍ଷର ଲେଖିବାର ସୁଯୋଗ ଥିଲା। ଏଣୁ ବ୍ୟବହାରକାରୀ ଯାହା ବି କ୍ୟାପସନ୍‌ ଲେଖିବାକୁ ଚାହୁଁଥିଲେ, ତାହାକୁ ଛୋଟ କରି ଲେଖୁଥିଲେ। ଫଳରେ ବେଳେବେଳେ ସମ୍ପୂର୍ଣ୍ଣ ବିବରଣୀ ଲେଖିପାରୁନଥିଲେ। କିନ୍ତୁ ବର୍ତ୍ତମାନ ଟ୍ଵିଟର ନୂଆ ଫିଚର ଆଣିବାକୁ ଯାଉଛି। ଏହି ଫିଚର ଅପ୍‌ଡେଟ୍‌ ହେବା ପରେ ୟୁଜର୍ସ ୧୦ ହଜାର ଅକ୍ଷର ପର୍ଯ୍ୟନ୍ତ ମେସେଜ୍‌ ଲେଖିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.