WWEରେ ଭୟଙ୍କର ରେସଲରଙ୍କୁ ଡରି ଯୁବତୀଙ୍କ ରୁମରେ ଲୁଚିଗଲେ ସିଂ ବ୍ରଦର୍ସ କିନ୍ତୁ ହେଲା କିଛି ଏପରି ହାଲ, ଦେଖନ୍ତୁ ଭିଡିଓ

WWEରେ ହେଲା କିଛି ଏପରି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି । WWE Rawରେ 24/7 ଚାମ୍ପିୟନସିପ (24/7 Championship Match)ପାଇଁ Singh Brothers ଏବଂ R Truthଙ୍କ ମଧ୍ୟରେ ଚାଲିଥିଲା ହ୍ୟାଣ୍ଡିକ୍ୟାପ ମ୍ୟାଚ । R Truthଙ୍କ ସହ ମୁକାବିଲା କରିବା ପାଇଁ ରିଙ୍ଗକୁ ଓହ୍ଲାଇଥିଲେ ସମୀର ସିଂ ଓ ସୁନୀଲ ସିଂ । ତେବେ ମ୍ୟାଚରେ R Truth ଦୁଇଜଣଙ୍କ ଉପରେ ହେଭି ରହିଯାଇଥିଲେ । ସେ ଦୁଇଜଣଙ୍କୁ ଖୁବ ପିଟିଥିଲେ କିନ୍ତୁ ଯେତେବେଳେ ସିଂ ବ୍ରଦର୍ସଙ୍କୁ ଲାଗିଥିଲା ଯେ ତାଙ୍କ ବେଲ୍ଟ ଛଡାଇ ନିଆଯିବ ସେତେବେଳେ ଦୁଇଭାଇ ରିଙ୍ଗ ଛାଡି ଦୌଡ଼ିଥିଲେ ।

video courtesy “WWE Spanish”

ଏହାପରେ R Truth ଦୁଇଭାଇଙ୍କ ପିଛା କରିଥିଲେ କିନ୍ତୁ ସେମାନେ ଯାଇ ଜଣେ ଯୁବତୀଙ୍କ ରୁମରେ ଲୁଚି ଯାଇଥିଲେ । ଏହାଦେଖି R Truth ବାହାରେ ଦୁଇଭାଇଙ୍କୁ ଅପେକ୍ଷା କରି ରହିଥି । କିଛି ସମୟ ପରେ ଦୁଇଭାଇ ବାହାରକୁ ବାହାରି R Truthଙ୍କୁ ଦେଖିବା ମାତ୍ରେ ସଂଗେସଂଗେ ତାଙ୍କୁ ଧକ୍କା ଦେଇ ଅନ୍ୟ ଏକ ରୁମକୁ ପସିଯାଇଥିଲେ । ତେବେ ଏଥର ରୁମଟି ବହୁତ ଅନ୍ଧାର ଥିଲା ଓ ଲାଇଟ ଜାଳିବା ପରେ ସେମାନେ ଦେଖନ୍ତି ତ ତାଙ୍କ ପଛରେ ଏରିକ ରୋବନ ଠିଆ ହୋଇଛନ୍ତି । ତାଙ୍କୁ ଦେଖି ସିଂ ବ୍ରଦର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ହଠାତ ରୁମକୁ ଏପରି ଭାବେ ପଶି ଆସିଥିବାରୁ ଏରିକ ରାଗରେ ଦୁଇଭାଇଙ୍କୁ ଖୁବ ପିଟିଥିଲେ । ଏହାସହିତ ପଛେ ପଛେ ସେହି ରୁମରେ R Truth ମଧ୍ୟ ପହଂଚି ଯାଇଥିଲେ ।

ଏହାସହ ପଢନ୍ତୁ ଟ୍ରେନର ତାର ଉପରେ ଚଢି ଦୁଃସାହସିକ ଭାବେ ଯୁବକ କରୁଥିଲେ ଏଭଳି କାମ, ଦେଖନ୍ତୁ ଭିଡିଓ

R Truthଙ୍କୁ ଦେଖି ସିଂ ବ୍ରଦର୍ସ ତାଙ୍କୁ ସାହାଯ୍ୟ ମାଗିବାକୁ ଯିବା ସମୟରେ ସେ ଏରିକଙ୍କର ରାଗ ଦେଖି ସେଠାରୁ ଚାଲିଯାଇଥିଲେ । ସିଂ ବ୍ରଦର୍ସ ଉପରେ ମାଡ଼ ତ ହୋଇଥିଲା କିନ୍ତୁ ସେ ନିଜ ବେଲ୍ଟ ବଞ୍ଚାଇବାରେ ସଫଳ ରହିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.