ଏହି ଭାରତୀୟ କମ୍ପାନୀ ଆପଣଙ୍କ ପାଇଁ ନେଇ ଆସିଛି ନୂଆ ବ୍ଲୁଟୁଥ୍‌ ସ୍ପିକର, ୧୦ ମିଟର ଦୂରତାରୁ ବି କରିପାରିବେ ଅପରେଟ୍‌

ଭାରତର ଗ୍ୟାଜେଟ୍‌ ଆସେସରିଜ୍‌ ନିର୍ମାତା କମ୍ପାନୀ ୟୁ ଆଣ୍ଡ ଆଇ(u and i) ନିଜର ନୂଆ ପୋର୍ଟେବଲ ୱେୟାରଲେସ୍‌ ସ୍ପିକର ଲଞ୍ଚ୍‌ କରିଛି। ଏହାର ନାଁ ରଖାଯାଇଛି ‘ବାମ୍ବୁ’। ଏହା ଖୁବ୍‌ ହାଲ୍‌କା। ଏହି ସ୍ପିକରର ଓଜନ ମାତ୍ର ୭୫.୫ ଗ୍ରାମ୍‌ ବୋଲି କମ୍ପାନୀ ଦାବି କରିଛି। ଏହି ୱେୟାରଲେସ୍‌ ସ୍ପିକର ବଢ଼ିଆ ସାଉଣ୍ଡ କ୍ୱାଲିଟି ଓ ଲମ୍ବା ବ୍ୟାଟେରୀ ଲାଇଫ୍‌ ଦେଉଛି।

ଏହି ସ୍ପିକର ବ୍ଲୁଟୁଥ୍‌ ୫.୦ ଟେକ୍ନିକ୍‌ ଉପରେ କାମ କରେ ଓ ଏହାକୁ ୧୦ ମିଟର ଦୂରତାରୁ ବି ଅପରେଟ୍‌ କରିହେବ। ଏହି ସ୍ପିକରର ଦାମ୍‌ ରହିଛି ମାତ୍ର ୨,୧୯୯ ଟଙ୍କା। ଏହା ଗୋଲ୍ଡ, ବ୍ଲାକ୍‌, ସିଲଭର, ରେଡ୍‌ ଓ ବ୍ଲୁ କଲର ଭ୍ୟାରିଏଣ୍ଟରେ ଉପଲବ୍ଧ ହେଉଛି।

bamboo

କମ୍ପାନୀ ତରଫରୁ କୁହାଯାଇଛି ଏହି ସ୍ପିକରରେ ୬୦୦mAh ର ବ୍ୟାଟେରୀ ଦିଆଯାଇଛି। ଏହାକୁ ଫୁଲ ଚାର୍ଜ କରିବା ପରେ ୪ ଘଣ୍ଟା ନିରନ୍ତର ଭାବେ ବ୍ୟବହାର କରିହେବ। କଲିଂ କରିବା ପାଇଁ ଏଥିରେ ଇନ୍‌ ବିଲ୍ଟ ମାଇକ୍ରୋଫୋନ୍‌ ମଧ୍ୟ ଦିଆଯାଇଛି। ଏଥିରେ TF କାର୍ଡ ସ୍ଲର୍ଟ ଓ USB ଚାର୍ଜିଂ ପୋର୍ଟ ମଧ୍ୟ ଦିଆଯାଇଛି। ଏହି ସ୍ପିକରର ଆଉଟ୍‌ପୁଟ୍‌ ୩ ଓ୍ଵାଟ୍‌ର ବୋଲି କମ୍ପାନୀ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.