ଲକଡାଉନରେ ଭ୍ଯାକସିନ ସେଣ୍ଟରକୁ ଯିବାକୁ ଅସୁବିଧା ହେଉଛି କି ? ମାଗଣାରେ ନେଉଛି ଉବେର, ଏମିତି କରନ୍ତୁ ବୁକିଂ

ଦେଶରେ କରୋନା ଭାଇରସର ସଂକ୍ରମଣ ବଢିବାରେ ଲାଗିଛି। ଲୋକ ଏଥିରୁ ବଞ୍ଚିବା ପାଇଁ ପରସ୍ପରକୁ ସାହାଯ୍ଯ କରୁଛନ୍ତି। ଏବେ ଉବେର ମଧ୍ୟ ଏହି ଲଢେଇରେ ସାମିଲ ହୋଇଛି। ଏବେ ୧୮ରୁ ୪୫ ବର୍ଷର ଲୋକଙ୍କୁ ଟିକା ନେଉଛନ୍ତି। ତେଣୁ ଉବେର ଟିକା ନେବାକୁ ଯାଉଥିବା ଲୋକଙ୍କୁ ମାଗଣାରେ ଟିକାକରଣ ସ୍ଥଳକୁ ନେଉଛି।

ଉବେର ମାଗଣାରେ ଟିକା କେନ୍ଦ୍ରକୁ ନେଉଛି। ଆପଣ ଯଦି ଟିକାଦେବାକୁ ଟିକାକେନ୍ଦ୍ରକୁ ଯିବାକୁ ଚାହୁଁଚନ୍ତି, ତେବେ ଆପଣ ଏହି ଫାଇଦା ଉଠାଇପାରିବେ। ସମସ୍ତ ଲୋକଙ୍କ ପାଇଁ ଏହି ମାଗଣା ସେବା ଯୋଗାଉଛି ଉବେର। ଏବେ ଲକଡାଉନ ଚାଲିଛି, ତେଣୁ ଲୋକ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ, ତେଣୁ ଉବେର ଏପରି ସୁବିଧା ଦେଉଛି। ଏହି ସୁବିଧା କେବଳ ଭାରତ ନୁହେଁ ଆମେରିକାରେ ମଧ୍ୟ ଉବେର ଯୋଗାଉଛି।

ତେବେ କେମିତି କରେ ବୁକିଂ ଜାଣନ୍ତୁ:

– ପ୍ରଥମେ ଉବେର ଆପ୍ ଓପନ କରନ୍ତୁ।
– ଆପ୍ ଓପନ କରିବା ପରେ ବାମପଟେ ଉପରକୁ Wallet ଅପସନ ଦେଖିବାକୁ ମିଳିବ। ଏହାକୁ ସିଲେକ୍ଟ କରନ୍ତୁ।
– ଏହା ପରେ ତଳେ ଆପଣଙ୍କୁ Add Promo code ଅପସନ ଦେଖିବାକୁ ମିଳିବ। ଏହା ଉପରେ କ୍ଲିକ କରି 10M21Vପ୍ରମୋ କୋଡ ଲେଖନ୍ତୁ।
– ଏବେ ଆପର ହୋମ ସ୍କ୍ରିନରେ ନେଭିଗେଟ କରନ୍ତୁ। ଏଠାରେ ପିକଅପ୍ କିମ୍ବା ଡ୍ରପ ଅଫ ଲୋକେସନ ଦିଅନ୍ତୁ।
– ଏହା ଆପଣଙ୍କୁ ସବୁଠାରୁ ପାଖରେ ଥିବା ଟିକାକେନ୍ଦ୍ରକୁ ନେବା ପାଇଁ ଟ୍ରିପ୍ କନଫର୍ମ କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.