UBON POWERMAXX ଲଞ୍ଚ୍‌ କଲା10,000mAh ର ପାଓ୍ଵାର ବ୍ୟାଙ୍କ୍‌, ଜାଣନ୍ତୁ ଦାମ୍‌ ଓ ସ୍ପେସିଫିକେସନ

ନୂଆଦିଲ୍ଲୀ : ଇଲୋକ୍ଟ୍ରୋନିକ୍ସ କଞ୍ଜୁମର ବ୍ରାଣ୍ଡ UBON ଭାରତରେ ଲଞ୍ଚ କଲା 10,000MAh ର ପାଓ୍ଵାର ବ୍ୟାଙ୍କ୍‌ । ଏହାର ଦାମ ରହିଛି ୨,୬୯୯ ଟଙ୍କା । ଏହା ସବୁ ପ୍ରମୁଖ ରିଟେଲ ଷ୍ଟୋର ଏବଂ ଇ-ଫାର୍ମସ ପ୍ଲାଟଫର୍ମରେ ମିଳିବ । ଏହା ଏକ 10,000mAh ଲିଥିଅମ ପଲିମର ବ୍ୟାଟେରୀ ।

UBON PB X-31 POWERMAXX ର ସ୍ପେସିଫିକେସନ :

ଏହି ପାଓ୍ଵାର ବ୍ୟାଙ୍କରେ ଡୁଆଲ ଇନ୍‌ପୁଟ୍‌ ଚାର୍ଜିଂ ପୋର୍ଟ ଟାଇପ୍‌ C/V8 ଏବଂ ଡୁଆଲ USB ପୋର୍ଟ ଦିଆଯାଇଛି । ଯେଉଁଥିରେ ଅଲଟ୍ରା – ଫାଷ୍ଟ ଚାର୍ଜିଂ ର ସପୋର୍ଟ ମିଳିବ । ପାଓ୍ଵାର ବ୍ୟାଙ୍କରେ ଆଉଟପୁଟ ଚାର୍ଜିଂ ସହ 2.1A ଏବଂ ଭୋଲଟେଜ୍‌ ପ୍ରୋଟେକ୍ସନ ସପୋର୍ଟ ରହିଛି ।

ଏହି ପାଓ୍ଵାର ବ୍ୟାଙ୍କ୍‌ ଏଣ୍ଡ୍ରୋଏଡ୍‌, ଟାବଲେଟ୍‌, କ୍ୟାମେରା, ହେଡଫୋନ୍‌ ଓ ଟାଇପ ସି ଇନ୍‌ବିଲ୍ଡ ଡିଭାଇସ ରେଞ୍ଜ ସହ କାମ କରିବାରେ ସାହାଯ୍ୟ କରିବ । ଏଥିରେ LED ଡିଜିଟାଲ ବ୍ୟାଟେରୀ ଇଣ୍ଡିକେଟର୍ସ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.