କେନ୍ଦ୍ରାପଡ଼ା:ନାବାଳିକା ଗଣଦୁଷ୍କର୍ମ ମାମଲାର ଫେରାର ମୁଖ୍ୟ ଅଭିଯୁକ୍ତକୁ ୭ବର୍ଷ ପରେ ବେଙ୍ଗାଳୁରୁରୁ ଗିରଫ କଲା ପଟ୍ଟାମୁଣ୍ଡାଇ ପୋଲିସ

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍):  ନାବାଳିକା ଗଣଦୁଷ୍କର୍ମ ମାମଲାର ଫେରାର ମୁଖ୍ୟ ଅଭିଯୁକ୍ତ ଗିରଫ। ୭ବର୍ଷ ପରେ ବେଙ୍ଗାଳୁରୁରୁ ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ମହାନ୍ତିକୁ ଗିରଫ କରିଛି ପଟ୍ଟାମୁଣ୍ଡାଇ ଥାନା ପୋଲିସ। ୨୦୧୪ରେ ପଟ୍ଟାମୁଣ୍ଡାଇ ଥାନା ଅଳପୁଆ ଗାଁର ଏକ ନାବାଳିକାକୁ କିଛି ଯୁବକ ଗଣଦୁଷ୍କର୍ମ କରିଥିଲେ।

ଯୁବତୀ ଜଣକ ଗର୍ଭବତୀ ହେବା ପରେ ତାଙ୍କ ପରିବାର ଥାନାରେ ଏତଲା ଦେବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଦିଲ୍ଲୀ, କୋଲକାତା, ବେଙ୍ଗାଳୁରୁ ଫେରାର ହୋଇ ଯାଇ ବାରମ୍ବାର ସ୍ଥାନ ବଦଳାଉଥିଲେ ଅଭିଯୁକ୍ତ। ବିଶେଷ ସୂତ୍ରରୁ ଖବର ମିଳିବା ପରେ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ଟିମ୍‌ ସହ ଯାଇ ବେଙ୍ଗାଳୁରୁରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଓଡ଼ିଶା ଆଣିଛନ୍ତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସପି ସନ୍ଦୀପ ମଡକର ଆଇଆଇସି ଓ ଟିମ୍‌କୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.