UIDAI ପକ୍ଷରୁ ଆସିଲା ଜରୁରୀ ସୂଚନା, ଭୁଲରେ ବି ବଜାରରେ ନିଜ ଆଧାର କାର୍ଡକୁ ପ୍ରିଣ୍ଟ କରାନ୍ତୁ ନାହିଁ

ଆଧାର କାର୍ଡକୁ ନେଇ UIDAI ଜାରୀ କଲା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନ। ସମୟ ପୂର୍ବରୁ ଜାଣିନିଅନ୍ତୁ। ନଚେତ୍‌ ବହୁତ ଅସୁବିଧାରେ ପଡ଼ିବେ। କ’ଣ ଆପଣ ନିଜ ଆଧାରକାର୍ଡକୁ ସୁରକ୍ଷିତ ରଖିବା ପାଇଁ ପ୍ଲାଷ୍ଟିକ କିମ୍ବା ପିଭିସି କାର୍ଡ ପ୍ରିଣ୍ଟ କରାଉଛନ୍ତି କି? ଯଦି ଆପଣ ଏହା କରିଥାନ୍ତିି ତେବେ ଆପଣଙ୍କର ଆଉ କୌଣସି କାମରେ ଆସିବ ନାହିଁ। UIDAI ଏହାକୁ ଏବେ ଅବୈଧ ଘୋଷଣା କରିଛି।

ଡିପାର୍ଟମେଣ୍ଟର କହିବା ଅନୁଯାୟୀ ପିଭିସି ଆଧାରକୁ ନେଇ କୌଣସି ପ୍ରକାର ସିକ୍ୟୁରିଟି ଫିଚର ଦିଆଯାଉନାହିଁ। ତେଣୁ ଆପଣ ଯଦି ଚାଲାକି ପଡ଼ି ଏପରି କରୁଥାନ୍ତି ତେବେ ନିଶ୍ଚଯ ସତର୍କ ହୋଇଯାନ୍ତୁ।ଯେଉଁମାନେ ପ୍ଲାଷ୍ଟିକ୍ କିମ୍ବା ପିଭିସି କାର୍ଡ ପ୍ରିଣ୍ଟ କରାଇଛନ୍ତି ତାହା ଅମାନ୍ୟ ହେବ। ଯଦି ଏଭଳି କାର୍ଡ ପରିଚୟ ପତ୍ର ଆଧାରରେ କୌଣସି ସ୍ଥାନରେ ଦେଉଛନ୍ତି ତେବେ ତାହା ଗ୍ରହଣୀୟ ହେବନାହିଁ । ତେଣୁ ଏହି ଭୁଲ କରନ୍ତୁ ନାହିଁ। UIDAI ଏକ ଟ୍ଵିଟ ଜରିଆରେ ଏସମ୍ପର୍କରେ ସୂଚନା ଦେଇଛି।

aadhar card
pc: news nation

ଅନ୍ୟ ଉପାୟରେ ଆପଣ ଘରେ ବସି ୟୁଆଇଡିଏଆଇ ପିଭିସି ଆଧାର କାର୍ଡ ଅର୍ଡର କରିବାକୁ କୁହାଯାଇଛି ।ଯଦି ଆପଣ ପ୍ଲାଷ୍ଟିକ କିମ୍ବା ପିଭିସି ଆଧାର କାର୍ଡ ଚାହୁଁଛନ୍ତି ତେବେ ୟୁଆଇଡିଏଆଇ ଓ୍ବେବସାଇଟ୍ ରେ ଏହାକୁ ଅର୍ଡର କରିପାରିବେ । ଏହି କାର୍ଡ ଆପଣଙ୍କୁ ସ୍ପିଡ ପୋଷ୍ଟ ଜରିଆରେ ମିଳିଯିବ । ଏଥିପାଇଁ ଆପଣଙ୍କୁ ମାତ୍ର ୫୦ ଟଙ୍କା ଦେବାକୁ ପଡିବ । ଏହି କାର୍ଡରେ ଆପଣଙ୍କ ଆଧାର ତଥ୍ୟ ସହ ଏକ କ୍ୟୁଆର କୋର୍ଡ ମଧ୍ୟ ରହିଥାଏ । ଏହାସହ ଅନେକ ସିକ୍ୟୁରିଟି ଫିଚର ଏବଂ ଡେମୋଗ୍ରାଫିକ ଡିଟେଲ୍ସ ମଧ୍ୟ ରହିଥାଏ ।

 

ଆପଣ ଏଥିପାଇଁ ଏମ୍ଆଧାର ଆପ୍ ଜରିଆରେ ଅର୍ଡର କରିପାରିବେ । ଯଦି ଆପଣ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି ତେବେ ଫୋନ୍ ରେ ଏମ୍ ଆଧାର ଆପ୍ ଡାଉନଲୋଡ୍ କରିପାରିବେ । ଏଥିରେ ଆପଣ ଆପଣଙ୍କ ଆଧାର କାର୍ଡ ଡାଉନଲୋଡ୍ କରିପାରିବେ । ଏହି କାର୍ଡ ୟୁଆଇଡିଏଆଇ ସହ ଜଡିତ ସମସ୍ତ ସର୍ଭିସ୍ ପାଇଁ ବୈଧ ହେବ।

uidai
pc: ndtv gadgets 360 hindi

ତେବେ ଖୋଲା ବଜାରରେ ଏପରି କରିବା ଦ୍ୱାରା ଆପଣଙ୍କ ଜରୁରୀ ସୂଚନା ଲିକ ହେବାର ବହୁତ ଅଧିକ ସମ୍ଭାବନା ରହିଛି। କାରଣ ଏହା କରିବା ପାଇଁ ଦୋକାନୀ ନିଜ କମ୍ପ୍ୟୁଟରରେ ପ୍ରଥମେ ଆପଣଙ୍କ ଆଧାର ନମ୍ବର ନେବ। ଏହାକୁ ପିଡିଏଫରେ କନଭର୍ଟ କରିବ । ଏହି ପିଡିଏଫକୁ ନେଇ ପ୍ଲାଷ୍ଟିକ ଆଧାର କାର୍ଡ ତିଆରି କରିବ। ତେଣୁ ଏହି ସମୟରେ ଆପଣଙ୍କ ସମସ୍ତ ସୂଚନା ସେହି କମ୍ପ୍ୟୁଟରରେ ସେଭ ରହିବାର ଅନେକ ସମ୍ଭାବନା ରହିଛି। ତେଣୁ ଏହି ଭୁଲ କରନ୍ତୁ ନାହିଁ। ଆମେ କହିଥିବା ଉପାୟକୁ ଫଲୋ କରି ନିଜର ସେଫ୍ଟି ଆଧାର କାର୍ଡ ତିଆରି କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.