ସୂର୍ଯ୍ୟଦେବ ଏବଂ ମଙ୍ଗଳଗ୍ରହ ସହିତ ଶନିଦେବଙ୍କର ରହିଛି ଶତ୍ରୁତା, କଦାପି ଶନିବାର ଦିନ କରନ୍ତୁ ନାହିଁ ଏହି ଭୁଲ୍‌

ଶନିବାର ଦିନ ଶନିଦେବଙ୍କୁ ସମର୍ପିତ। ଏହି ଦିନ ଏମିତି କିଛି ଜିନିଷ ରହିଛି, ଯାହାକୁ କିଣିବାକୁ ମନା କରାଯାଇଛି। ଏମିତି କରିବା ଦ୍ୱାରା ଶନିଦେବ କୋପ କରନ୍ତୁ, ଯାହା କାରଣ ଯୋଗୁଁ ଜୀବନ ସାରା ସମସ୍ୟା ଭୋଗିବାକୁ ପଡିଥାଏ।  ଶନିଙ୍କୁ ନ୍ୟାୟର ଦେବତା ଭାବେ ପୂଜା କରାଯାଏ। ନ୍ୟାୟର ସମ୍ପର୍କ ଧର୍ମ ପାଳନ ସହ ରହିଛି। ଏଥିସହ ଭଲ ମନ୍ଦ କର୍ମ ମଧ୍ୟ ନ୍ୟାୟର ଆଧାରରେ ହୋଇଥାଏ। ଶାସ୍ତ୍ର ଅନୁସାରେ, ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପାପ ପୁଣ୍ୟ ଓ କର୍ମ ଅନୁସାରେ ଆଶୀର୍ବାଦ ଏବଂ ଦଣ୍ଡ ଦେଇଥାନ୍ତି। ତେବେ ଶନିଙ୍କ ବକ୍ର ଦୃଷ୍ଟିରୁ ବଞ୍ଚିବା ଏକ ପ୍ରକାର ଅସମ୍ଭବ ହୋଇଥାଏ। ବିଭିନ୍ନ ପୂଜା ବିଧି ଦ୍ୱାରା ଶନିଙ୍କୁ ପ୍ରସନ୍ନ କରାଯାଇପାରିବ। ମାତ୍ର ପୂଜା ମଧ୍ୟ ଉଚିତ୍‌ ଢଙ୍ଗରେ ହେବା ଜରୁରୀ।

ଶନିବାର ଦିନ ଶନିଦେବଙ୍କ କୃପା ପାଇବା ଏବଂ ଶନି ଦୋଷ ଦୂର କରିବା ପାଇଁ ସବୁଠାରୁ ଶୁଭ ଦିନ ବୋଲି କୁହାଯାଏ। ଏହାଛଡା ଏହିଦିନ ହନୁମାନଙ୍କ ଉପାସନ କରିବା ପାଇଁ ସ୍ୱତନ୍ତ୍ର ଭାବେ କୁହାଯାଇଛି। ଏହାଛଡା ଶନିବାର ଦିନ ହନୁମାନଙ୍କ ଉପାସନା କରିବା ପାଇଁ ମଧ୍ୟ ଶୁଭ ଦିନ। କୁହାଯାଏ ଶନିବାର ଦିନ ଯଦି ଶ୍ରଦ୍ଧା ଏବଂ ଭକ୍ତି ଭାବରେ ଶନିଦେବଙ୍କୁ ପୂଜା କରାଯାଏ, ତେବେ ସବୁ ମନସ୍କାମନା ପୂରଣ ହୁଏ। ଶନି ଦେବଙ୍କ କୃପା ପାଇବା ପାଇଁ ଶନିବାର ଦିନ କିଛି ଖାସ୍‌କଥାର ଧ୍ୟାନ ରଖିବା ଦ୍ୱାରା ସବୁ କଷ୍ଟ ମଧ୍ୟ ଦୂର ହେବ। ଜ୍ୟୋତିଷ ମୁତାବକ, ଶନିବାର ଦିନ କେବେ ବି ଏମିତି କିଛି ଜିନିଷ କିଣନ୍ତୁ ନାହିଁ।

ଶନିବାର ଦିନ କେବେ ବି ଚମଡା ନିର୍ମିତ ଜିନିଷ କିଣନ୍ତୁ ନାହିଁ। ଯେପରିକି ଜୋତା, ବେଲ୍ଟ, ପର୍ସ ଇତ୍ୟାଦି। କୁହାଯାଏ କି, ଏହାକୁ କିଣିବା ଦ୍ୱାରା ଜୀବନରେ ଥିବା ସବୁ ସମସ୍ୟା ବଢିଯାଏ ଆଉ ପ୍ରତି କାମରେ ବାଧା ଉପୁଜିଥାଏ। ଏମିତିରେ ବ୍ୟକ୍ତିକୁ ସଫଳତା ମିଳିବା ବହୁତ କଷ୍ଟକର ହୋଇପଡେ।

ଶନିବାର ଦିନ ଲୁହା ନିର୍ମିତ କିଛି ଜିନିଷ କିଣନ୍ତୁ ନାହିଁ। ଲୁହା ନିର୍ମିତ ଜିନିଷ କିଣିଲେ ଶନି ସମ୍ବନ୍ଧୀୟ କଷ୍ଟ ସାମ୍ନା କରିବାକୁ ପଡିଥାଏ। ଆପଣ ଶନିବାର ଦିନ ଲୁହା ନିର୍ମିତ ଜିନିଷ କିଣିବା ପରିବର୍ତ୍ତେ ଲୁହା ନିର୍ମିତ ଜିନିଷ ଦାନ କରିପାରିବେ।

ସୋରିଷ ତେଲ ଶନିଦେବଙ୍କର ବେଶ୍‌ ପ୍ରିୟ ଜିନିଷ। କିନ୍ତୁ ଶନିବାର ଦିନ କେବେ ବି ସୋରିଷ ତେଲ କିଣିବା ଉଚିତ ନୁହେଁ। ଏହାକୁ କିଣିବା ଦ୍ୱାରା ଶାରୀରିକ କଷ୍ଟ ଏବଂ ରୋଗର ସାମ୍ନା କରିବାକୁ ପଡିଥାଏ। କିନ୍ତୁ ଶନିବାର ଦିନ ସୋରିଷ ତେଲ ଶନିଦେବଙ୍କୁ ଅର୍ପଣ କରିବା ସହିତ ଦୀପ ଲଗାନ୍ତୁ ବହୁତ ଶୁଭ ହୋଇଥାଏ।

mustard_oil

ଶନିବାର ଦିନ ଲୁଣ କିଣିବାକୁ ବାରଣ କରାଯାଇଥାଏ। କୁହାଯାଏ ଶନିବାର ଦିନ ଲୁଣ କିଣିଲେ ଘରକୁ ରୋଗ ଆସିଥାଏ ଏବଂ କରଜ ବଢିଥାଏ। ଏହାଦ୍ୱାରା ବ୍ୟକ୍ତିଙ୍କୁ ସବୁପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡିଥାଏ।

ସେହିପରି ମସୁର ଡାଲିର ସମ୍ବନ୍ଧ ସୂର୍ଯ୍ୟଦେବ ଏବଂ ମଙ୍ଗଳ ଗ୍ରହ ସହିତ ରହିଥାଏ। ଶନି ଦେବଙ୍କର ଏହି ଦୁହିଁଙ୍କ ସହିତ ଶତ୍ରୁତା ରହିଛି। ତେଣୁ ଏହି ଦିନ ମସୁର ଡାଲି କିଣିବାକୁ ମନା କରାଯାଇଛି। ଯଦି କୌଣସି ବ୍ୟକ୍ତି ମସୁର ଡାଲି କିଣନ୍ତି, ତେବେ ତାଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ଦେଇ ଗତି କରିବାକୁ ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.