କୋଭିଡ଼ ହୋଇଥିଲେ ସୁସ୍ଥର ୩ ମାସ ପର୍ଯ୍ୟନ୍ତ ନେଇପାରିବେ ନାହିଁ ପ୍ରିକସନ ଡୋଜ୍‌

ନୂଆଦିଲ୍ଲୀ: କୋଭିଡ଼ ହୋଇଥିଲେ ସୁସ୍ଥର ୩ ମାସ ପର୍ଯ୍ୟନ୍ତ ନେଇପାରିବେ ନାହିଁ ପ୍ରିକସନ ଡୋଜ୍‌ । କୋଭିଡ଼ ହୋଇଥିଲେ ପ୍ରିକସନ ଡୋଜ୍‌ ୩ ମାସ ଘୁଞ୍ଚିବ । ସବୁ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏବେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧାଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଛି ପ୍ରିକସନ ଡୋଜ୍‌ ।

ଦ୍ୱିତୀୟ ଡୋଜ୍‌ର ୯ ମାସ ପରେ ଦିଆଯାଉଛି ପ୍ରିକସନ୍‌ ଡୋଜ୍‌ । କିନ୍ତୁ କୋଭିଡ ହୋଇଥିଲେ, ସୁସ୍ଥ ହେବାର ୩ ମାସ ପର୍ଯ୍ୟନ୍ତ ପ୍ରକିସନ ଡୋଜ ନେଇ ହେବନାହିଁ ।