ଲକ୍ଷେ ନୁହେଁ ଏଣିକି ୫ ଲକ୍ଷ ଯାଏ କରିପାରିବେ ୟୁପିଆଇ ପେମେଣ୍ଟ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

ଗୁଗୁଲ ପେ, ଫୋନ୍ ପେ, ପେଟିଏମରେ ପାଞ୍ଚ ଲକ୍ଷ ଟଙ୍କା ଯାଏ ଟ୍ରାଞ୍ଜାକସନ୍ କରିପାରିବେ । ତ୍ରୈମାସିକ ମୂଦ୍ରାନୀତି ସମୀକ୍ଷା ପରେ ଏନେଇ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ପୂର୍ବରୁ ୧ ଲକ୍ଷ ଟଙ୍କା ଯାଏ ୟୁପିଆଇ ପେମେଣ୍ଟ ହେଉଥିଲା । ବର୍ତ୍ତମାନ କେବଳ ୨ଟି କ୍ଷେତ୍ରରେ ୫ ଲକ୍ଷ ଯାଏ ପେମେଣ୍ଟ କରିପାରିବେ ।

ଏଣିକି ପାଞ୍ଚ ଲକ୍ଷ ଯାଏ କରିପାରିବେ UPI ପେମେଣ୍ଟ । ଗୁଗୁଲ ପେ, ଫୋନ୍ ପେ, ପେଟିଏମରେ ପାଞ୍ଚ ଲକ୍ଷ ଟଙ୍କା ଯାଏ ଟ୍ରାଞ୍ଜାକସନ୍ କରିପାରିବେ । ତ୍ରୈମାସିକ ମୂଦ୍ରାନୀତି ସମୀକ୍ଷା ପରେ ଏନେଇ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ପୂର୍ବରୁ ୧ ଲକ୍ଷ ଟଙ୍କା ଯାଏ ୟୁପିଆଇ ପେମେଣ୍ଟ ହେଉଥିଲା । ବର୍ତ୍ତମାନ କେବଳ ୨ଟି କ୍ଷେତ୍ରରେ ୫ ଲକ୍ଷ ଯାଏ ପେମେଣ୍ଟ କରିପାରିବେ । ଡାକ୍ତରରଖାନା ଓ ଶିକ୍ଷାନୁଷ୍ଠାନ ପାଇଁ ୟୁପିଆଇ ଟ୍ରାଞ୍ଜାକସନ ରାଶିକୁ ଲକ୍ଷେରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି କ୍ରେଡିଟ କାର୍ଡ ରିପେମେଣ୍ଟ, ମ୍ୟୁଚୁଆଲ ଫଣ୍ଡ ସବସ୍କ୍ରିପସନ ଓ ଇନସୁରାନସ ପ୍ରିମିୟମ ପେମେଣ୍ଟ ପାଇଁ ମଧ୍ୟ ୟୁପିଆଇ ମାଧ୍ୟମରେ ଟ୍ରାଞ୍ଜାକସନ ରାଶିକୁ ବୃଦ୍ଧି କରାଯାଇଛି। ୧୫ହଜାର ଟଙ୍କାରୁ ଲକ୍ଷେ ଟଙ୍କା ଯାଏ ବୃଦ୍ଧି ଘୋଷଣା କରିଛି ଆରବିଆଇ ।

ତ୍ରୈମାସିକ ମୁଦ୍ରାନୀତି ସମୀକ୍ଷା ପରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ବଢ଼ିବନି ସୁଧହାର । ରେପୋ ରେଟ ୬.୫ ଓ ରିଭର୍ସ ରେପୋ ରେଟ୍ ୩. ୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ରେପୋ ରେଟ୍ ବଢ଼ି ନଥିବାରୁ ଗୃହ, ଗାଡ଼ି ଲୋନ୍ ଇଏମଆଇ ଆଉ ବଢ଼ିବନି । ସେହିପରି ୨୦୨୪ ଆର୍ଥିକ ବର୍ଷ ପାଇଁ ଜିଡିପି ଦର ୬.୫ ପ୍ରତିଶତରୁ ୭ ପ୍ରତିଶତ ରହିବା ଅନୁମାନ କରିଛି ଆରବିଆଇ ।

ତେବେ କହିରଖିବାକୁ ଚାହିଁବୁ ଯେ ଦେଶରେ ନ୍ୟାସନାଲ୍ ପେମେଣ୍ଟ କର୍ପୋରେଟନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିଲା ୟୁପିଆଇ ବ୍ୟବସ୍ଥା । ଦିନକୁ ଲକ୍ଷେ ଟଙ୍କା ଯାଏ ଟ୍ରାଞ୍ଜାକସନ୍ ପାଇଁ ଲିମିଟ୍ ରହିଥିଲା । ଏହାଦ୍ୱାରା ଉପଭୋକ୍ତା ଯେକୌଣସି ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଅନଲାଇନରେ ଟଙ୍କା ନେଣଦେଣ କରିପାରୁଛନ୍ତି । ସ୍ମାର୍ଟଫୋନ୍ ବ୍ୟବହାରକାରୀ ପଞ୍ଜିକୃତ ମୋବାଇଲ୍ ନମ୍ବର ଜରିଆରେ ଏକ ୟୁପିଆଇ ଆଇଡି ଦ୍ୱାରା ଟଙ୍କା ପଠାଇପାରୁଛନ୍ତି । ଏବେ ୨ଟି କ୍ଷେତ୍ରରେ ୟୁପିଆଇ ପେମେଣ୍ଟ ପରିମାଣ ବୃଦ୍ଧି ଉପଭୋକ୍ତାଙ୍କୁ ଅଧିକ ଫାଇଦା ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.