ଲଞ୍ଚ ପୂର୍ବରୁ ଲିକ୍ ହେଲା Vivo V29eର ପ୍ରାଇସ ଏବଂ ଫିଚର, ଜାଣନ୍ତୁ ମିଳିବ କେଉଁ ସୁବିଧା
ଭିଭୋ ନିଜର କ୍ୟାମେରା-ଫୋକସ୍ ଭି-ସ୍ମାର୍ଟଫୋନ୍ ସିରିଜ୍ Vivo V29e ଦ୍ୱାରା ରିଫ୍ରେସ କରୁଛି । ଏହି ନୂଆ ଭିଭୋ ସ୍ମାର୍ଟଫୋନ୍ ଅଗଷ୍ଟ ୨୮ରେ ଲଞ୍ଚ ହେବ। କିନ୍ତୁ ଲଞ୍ଚ ପୂର୍ବରୁ ଏହାର ପ୍ରାଇସ ଏବଂ ଫିଚର ଲିକ୍ ହୋଇଛି ।

ଭାରତରେ ଅନେକ ଫୋନ ପ୍ରତ୍ୟେକ ଦିନ ଲଞ୍ଚ ହେଉଛି । ଲଞ୍ଚ ହେଉଥିବା ଏହି ଫୋନ ମଧ୍ୟରେ ଭିଭୋ ଲଞ୍ଚ କରୁଥିବା ଫୋନ ଅନ୍ୟତମ । ଭିଭୋ ନିଜର କ୍ୟାମେରା-ଫୋକସ୍ ଭି-ସ୍ମାର୍ଟଫୋନ୍ ସିରିଜ୍ Vivo V29e ଦ୍ୱାରା ରିଫ୍ରେସ କରୁଛି । ଏହି ନୂଆ ଭିଭୋ ସ୍ମାର୍ଟଫୋନ୍ ଅଗଷ୍ଟ ୨୮ରେ ଲଞ୍ଚ ହେବ। କିନ୍ତୁ ଲଞ୍ଚ ପୂର୍ବରୁ ଏହାର ପ୍ରାଇସ ଏବଂ ଫିଚର ଲିକ୍ ହୋଇଛି । ସ୍ମାର୍ଟଫୋନ୍ ଚାରିପାଖରେ ହାଇପେ ତିଆରି ପାଇଁ ଭିଭୋ ଏହାର କିଛି ଡିଜାଇନ୍ ଏବଂ କି’ ସ୍ପେସିଫିକେସନ ମଧ୍ୟ ପ୍ରକାଶ କରିଛି । ଭିଭୋ V29e ଏକ କର୍ଭଡ୍ ଡିସପ୍ଲେ ସହିତ ଏକ ସ୍ଲିମ୍ ଡିଜାଇନ୍ରେ ଆସିପାରେ ।
ଭିଭୋ ପୁଣି ଥରେ ବ୍ୟାକ୍ ପ୍ୟାନେଲ୍ ପାଇଁ କଲର ଚେଞ୍ଜିଂ ଟେକ୍ନୋଲୋଜି ବ୍ୟବହାର କରୁଛି, କିନ୍ତୁ ଏହା କେବଳ ରେଡ ଭାରିଆଣ୍ଟରେ ଉପଲବ୍ଧ । ଭିଭୋ ସମାନ ଟେକ୍ନୋଲୋଜି Vivo V25ରେ ବ୍ୟବହାର କରିଛି । ଏଥିରେ ଡୁଆଲ ରିଅର କ୍ୟାମେରା ପାଇଁ ବ୍ୟାକ ସାଇଡରେ ଦୁଇଟି ବଡ଼ କଟଆଉଟ୍ ଅଛି । ଫ୍ରଣ୍ଟରେ ସେଲଫି କ୍ୟାମେରା ପାଇଁ ଏକ ହୋଲ୍ ପଞ୍ଚ କଟଆଉଟ ରହିଛି । ଭିଭୋ V29eର ମାପ ୭.୫୭ ମିମି ରହିଛି । ପୂର୍ବରୁ ଲିକ୍ ହୋଇଥିବା ଦାବି ଅନୁସାରେ ଏହି ଫୋନରେ ୬.୭୩-ଇଞ୍ଚ ଡିସପ୍ଲେ, ୪୬୦୦ mAh ବ୍ୟାଟେରୀ ଏବଂ 8GB RAM ସହିତ କ୍ୱାଲକମ୍ ସ୍ନାପଡ୍ରାଗନ୍ 480 ପ୍ଲସ୍ SoC ରହିଛି । ଫୋନ୍ ଅତି କମରେ 33W ଚାର୍ଜିଂକୁ ସପୋର୍ଟ କରିପାରେ ।
ଭିଭୋ କହିଛି ଯେ ଫୋନ୍ ୬୪ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ସହିତ ଭିଡିଓକୁ ଷ୍ଟେବଲ୍ ଓ କ୍ରିସପର ଇମେଜ୍ ପାଇ ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ୍ (OIS) ରଖିଛି । ଫ୍ରଣ୍ଟରେ ୫୦ ମେଗାପିକ୍ସେଲ ସେଲଫି କ୍ୟାମେରା ଅଛି । କମ୍ପାନୀ ଏହାର ନାଇଟ୍ ପୋଟ୍ରେଟ୍ ଫିଚର ମଧ୍ୟ ରଖିଛି । ଭିଭୋ V29e ର ମୂଲ୍ୟ ଭାରତରେ ୨୫,୦୦୦ ଟଙ୍କା ହୋଇପାରେ ବୋଲି କୁହାଯାଉଛି । ଆଗାମୀ ଦିନରେ ଭାରତରେ ଏଭଳି ସ୍ମାର୍ଟଫୋନ୍ ଲଞ୍ଚ ହେବ କିନ୍ତୁ ଭିଭୋର ଏହି ଦମଦାର ଫୋନ ଲୋକଙ୍କୁ ପସନ୍ଦ ଆସିବ ବୋଲି କୁହାଯାଇଛି ।