ଦ୍ୱାରକା ଏକ୍ସପ୍ରେସ ୱେ: ଦେଶର ପ୍ରଥମ ୮ ଲେନ୍‌ ବିଶିଷ୍ଟ ଏଲିଭେଟେଡ ଏକ୍ସପ୍ରେସ ୱେ, ଭିଡିଓ ସେୟାର କଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ

ଭାରତର ପ୍ରଥମ ୮ ଲେନ୍‌ ବିଶିଷ୍ଟ ଏଲିଭେଟେଡ ଏକ୍ସପ୍ରେସ ୱେର ଏକ ଭିଡିଓ ସେୟାର କରିଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ । ୯୦୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଥିବା ଏହି ଏକ୍ସପ୍ରେସ ୱେରେ ୪୮ଟି ଶିବ ମୂର୍ତ୍ତି ତିଆରି ହେବ । ଏହି ଏକ୍ସପ୍ରେସ ୱେ ନିର୍ମାଣ ସରିବା ପରେ ଏଠାରେ ୧୨ ହଜାର ଗଛ ଲଗାଯିବ ।

କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଭାରତର ପ୍ରଥମ ୮ ଲେନ୍‌ ବିଶିଷ୍ଟ ଏଲିଭେଟେଡ ଏକ୍ସପ୍ରେସ ୱେର ଏକ ଭିଡିଓ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି । ଭିଡିଓ ସେୟାର କରି ଗଡକରୀ କହିଛନ୍ତି, ‘ ଇଂଜିନିୟରିଂର ଚମତ୍କାର; ଦ୍ୱାରକା ଏକ୍ସପ୍ରେସ ୱେ ! ଭବିଷ୍ୟତର ଏକ ଅତ୍ୟାଧୁନିକ ଯାତ୍ରା’। ଏହି ରାସ୍ତା ଜାତୀୟ ରାଜପଥ ୮ରୁ ଶିବ ମୂର୍ତ୍ତି ପାଖରୁ ଆରମ୍ଭ ହେହାଇ ଗୁରୁଗ୍ରାମ ଟୋଲ ପ୍ଲାଜା ନିକଟରେ ଶେଷ ହେବ । ୨୦୨୪ ଏପ୍ରିଲ ସୁଦ୍ଧା ରାସ୍ତା କାମ ସଂପୂର୍ଣ୍ଣ ହେବ । ଦ୍ୱାରକା ଏକ୍ସପ୍ରେସେଓ୍ଵ ନିର୍ମାଣ ହେବା ଦ୍ୱାରା ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସ ୱେରେ ଭିଡ କମିଯିବ ।

ନୀତିନ ଗଡକରୀ ଦ୍ୱାରକା ଏକ୍ସପ୍ରେସ ୱେର ଏକ ଭିଡିଓ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଦ୍ୱାରକା ଏକ୍ସପ୍ରେସ ୱେ ୩୪ ମିଟର ଚଉଡା ରହିଥିବା ବେଳେ ୧୮.୯ କିମି ହରିୟାଣା ଏବଂ ଦିଲ୍ଲୀର ୧୦.୧ କିମି ରାସ୍ତା କଭର କରିବ । ୯୦୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଥିବା ଏହି ଏକ୍ସପ୍ରେସ ୱେରେ ୪୮ଟି ଶିବ ମୂର୍ତ୍ତି ତିଆରି ହେବ । ଦେଶରେ ପ୍ରଥମ ଥର ଏହି ଏକ୍ସପ୍ରେସ ୱେ ନିର୍ମାଣ ସରିବା ପରେ ଏଠାରେ ୧୨ ହଜାର ଗଛ ଲଗାଯିବ । ଏଥିରେ ଫ୍ଲାଏଓଭର, ଟନେଲ, ଅଣ୍ଡରପାସ୍‌, ଏଲିଭେଟେଡ ରୋଡ ରହିବ । ଏହି ଏକ୍ସପ୍ରେସ ୱେରେ ଦୁଇ ଲକ୍ଷ ମେଟ୍ରିକ ଟନ୍‌ ଷ୍ଟିଲର ବ୍ୟବହାର କରାଯାଉଛି । ଯାହା ଏଫିଲ ଟାଓ୍ଵାର ଷ୍ଟିଲ ଠାରୁ ୩୦ ଗୁଣା ଅଧିକ ।

ଏହାଛଡା ଦ୍ୱାରକା ଏକ୍ସପ୍ରେସ ୱେ ଉଭୟ ପାର୍ଶ୍ୱରେ ତିନି ଲେନର ସର୍ଭିସ ରୋଡ ନିର୍ମାଣ କରାଯିବ । ସଂପୂର୍ଣ୍ଣ ଏକ୍ସପ୍ରେସେଓ୍ଵରେ ଇଣ୍ଟେିଲିଜେଣ୍ଟ ଟ୍ରାନ୍ସପୋର୍ଟ ସିଷ୍ଟମ ସୁବିଧା ରହିବ । ଦେଶର ସବୁଠାରୁ ଚଉଡା ୩.୬ କିମି ଲମ୍ବା ସୁଡଙ୍ଗ ଏକ୍ସପ୍ରେସ ୱେରେ ନିର୍ମାଣ କରାଯିବ । ଫଳରେ ହରିୟାଣା ଏବଂ ପଶ୍ଚିମ ଦିଲ୍ଲୀ ମଧ୍ୟରେ ବିମାନବନ୍ଦର ଦୂରତାକୁ କମ୍‌ କରାଯାଇପାରିବ। ଦ୍ୱାରକା ଏକ୍ସପ୍ରେସ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସଂଯୋଗ କରିବାରେ ସହାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.