କୁଲାଡ଼ ବଡନଦୀରେ ଭାସିଯାଇ ଯୁବତୀଙ୍କ ମୃତ୍ୟୁ

ଭଂଜନଗର ଥାନା ଅନ୍ତର୍ଗତ, କୁଲାଡ଼ ବଡନଦୀରେ ଭାସିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ । ମୃତକ ଜଣକ ନିକଟସ୍ଥ ଗୋଲାପଡା ଗ୍ରାମର ମାମା ଜେନା । ଯୁବତୀ ଜଣକ, ନିକଟସ୍ଥ ବଡନଦୀ କୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ , ନଦୀ ର ଜଳସ୍ରୋତ ରେ ଭାସି ଯାଇଥିଲେ ।

ପରିବାର ଓ ସ୍ଥାନୀୟ ଲୋକେ ଖୋଜାଖୋଜି ପରେ , ତାଙ୍କର ମୃତଦେହ , ନଦୀରେ ଥିବା କାଶତଣ୍ଡି ବୁଦାରେ ଲାଗିଥିବା ଦେଖିବାକୁ ପାଇଥିଲେ । ଏ ନେଇ ପୋଲିସ କୁ ଖବର ଦେବା ପରେ , ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି , ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଥିଲା । ଏନେଇ ଏକ ମାମଲା ରୁଜୁ କରିଛି ଭଂଜନଗର ଥାନା ପୋଲିସ ।

ବିଦ୍ୟୁତ ଆଘାତରେ ଆହତ ଛାତ୍ରୀ ଙ୍କୁ ଭଂଜନଗର ମେଡିକାଲରେ ମୃତ ଘୋଷଣା କଲେ , ଡାକ୍ତର । ମୃତ ଛାତ୍ରୀ ଜଣକ ରାଇକିଆ ଥାନା ଅନ୍ତର୍ଗତ ବାଙ୍କପଙ୍କା ଗ୍ରାମର । ସେ ଭଂଜନଗର ନିକଟସ୍ଥ , ଇନ୍ଦ୍ରଗଡ ଗ୍ରାମର ଜଣେ ସମ୍ପର୍କୀୟ ଙ୍କ ଘରେ ରହି , ନବମ ଶ୍ରେଣୀ ରେ ପଢୁଥିଲେ ।

ରହୁଥିବା ଘରର ଛାତ ଉପରକୁ ଲୁଗା ଶୁଖାଇବା ପାଇଁ ଯାଇଥିବା ବେଳେ , ସେଠାରେ ଥିବା ତାରରେ ବିଦ୍ୟୁତ ସରବରାହ ହେବାରୁ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଉଧାର କରି ଭଂଜନଗର ମେଡିକାଲ ରେ ଭର୍ତି କରିଥିବା ବେଳେ , ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.