Below header

ଭାରତରେ ଉପଲବ୍ଧ ହେଲା VLC ମିଡିଆ ପ୍ଲେୟର, କମ୍ପାନୀର ନୋଟିସ ପରେ ହଟିଲା ବ୍ୟାନ୍‌

VLC ମିଡିଆ ୟୁଜର୍ସ କରୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ମିଡିଆ ପ୍ଲେୟାର ଉପରେ କେନ୍ଦ୍ର ସରକାର ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । ୟୁଜର୍ସଙ୍କ ଡାଟା ଚୀନ ପଠାଯାଉଥିଲା ବୋଲି ସରକାର ବ୍ୟାନ କରିଦେଇଥିଲେ । କମ୍ପାନୀ ଏହାକୁ ନେଇ ସରକାରଙ୍କୁ ଲିଗାଲ ନୋଟିସ ପଠାଇଥିଲା । ହେଲେ ଏବେ ଏହା ଉପରୁ ବ୍ୟାନ୍‌ ହଟାଇଛନ୍ତି ସରକାର । ପୁଣିଥରେ ୟୁଜର୍ସ VLC ମିଡିଆ ପ୍ଲେୟରକୁ ଡାଉନଲୋଡ କରିପାରିବେ ।ଏବେ ଏହି ପ୍ରତିବନ୍ଧକ ହଟାଯାଇଥିବା ଇଣ୍ଟରନେଟ ପ୍ରିଡମ ଫାଉଣ୍ଡେସନ ସୂଚନା ଦେଇଛି ।

ଇଣ୍ଟରନେଟ ପ୍ରିଡମ ଫାଉଣ୍ଡେସନ ଦାବି କରିଛି, ଭାରତରେ ବ୍ୟାନ ଲାଗୁ ହେବା ପରେ ଆଇନଗତ ଲଢେଇ ଲଢିବାର ସେ କମ୍ପାନୀର ସହାୟତା କରିଛି । ଏବେ ୟୁଜର୍ସ VideoLan ଅଫିସିଆଲ ୱେବସାଇଟରୁ ଭିଏଲସି ମିଡିଆ ପ୍ଲେୟର ଡାଉନଲୋଡ କରିପାରିବେ ।

କମ୍ପାନୀ ପଠାଇଥିଲା ଲିଗାଲ ନୋଟିସ ;

ଭାରତରେ ଭିଏଲସି ପ୍ଲେୟରକୁ ବ୍ୟାନ କରାଯିବା ପରେ ୟୁଜର୍ସ ୱେବସାଇଟ ଆକ୍ସେସ କରିପାରୁ ନଥିଲେ । ଏହି ବ୍ୟାନକୁ ନେଇ ସରକାର କୌଣସି ଆନୁଷ୍ଠାନିକ ଘୋଷଣା କରି ନଥିଲେ । ଅକ୍ଟୋବର ମାସରେ VideoLan ଏନେଇ ମନ୍ତ୍ରାଳୟକୁ ଲିଗଲ ନୋଟିସ ପଠାଇ ବ୍ୟାନ ପଛର କାରଣ ପଚାରିଥିଲା । ନୋଟିସରେ କୁହାଯାଇଥିଲା, ଯଦି ସରକାର କାରଣ ନ କୁହନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିନା କୌଣସି ବଡ଼ କାରଣ ନଥାଇ ଏହି ମିଡିଆ ପ୍ଲେୟାର ଉପରେ ସରକାର ପ୍ରତିବନ୍ଧକ ଲାଗୁ କରିଥିବା ଅଭିଯୋଗ ହୋଇଥିଲା।

ତେବେ ଅଫିସିଆଲ େଓ୍ଵବସାଇଟ ଅନୁସାରେ, ଏପର୍ଯ୍ୟନ୍ତ ୭୩ ମିଲିୟନରୁ ଅଧିକ ଲୋକ VLC ମିଡିଆ ପ୍ଲେୟାର ଡାଉନଲୋଡ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.