ସୋସିଆଲ ମିଡ଼ିଆରେ ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ, ବନ୍ଧା ହେଲେ ଯୁବକ

ଭୁବନେଶ୍ୱର(କେନ୍ୟୁଜ): ସୋସିଆଲ ମିଡ଼ିଆରେ ନାବାଳିକାଙ୍କ ନଗ୍ନ ଫୋଟ ଭାଇରଲ କରି ଯୁବକ ଗିରଫ। ଯୁବକକୁ ଗିରଫ କରିଛି ସାଇବର ଥାନା ପୋଲିସ୍। ଯୁବକର ନା ମୁକେଶ ନାୟକ। ତା ଘର ସାମନ୍ତରାପୁର ଅଂଚଳରେ ବୋଲି ସୂଚନା ମିଳିଛି।

ଖବର ଅନୁଯାୟୀ ମୁକେଶ ସୋସିଆଲ ମିଡ଼ିଆରେ କ୍ୱିଟ୍ ନନ୍ଦିନୀ ନାଁରେ ଏକ ଫେକ ଆକାଉଣ୍ଟ ଖୋଲି ପୀଡିତା ନାବାଳିକାଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲା । ଏହି ଆକାଉଣ୍ଟରେ ସେ ନାବାଳିକାଙ୍କ ଜଣେ ଜୁନିୟରର ଫୋଟ ଦେଇଥିବାରୁ ନାବାଳିକା ଜଣକ ସନ୍ଦେହ ନକରି ରିକ୍ୟୁଏଷ୍ଟ ଗ୍ରହଣ କରିଥିଲେ।

ତାପରେ ମୁକେଶ ନାବାଳିକାଙ୍କୁ ନଗ୍ନ ଫୋଟ ମାଗିଥିଲେ। ଏହାପରେ ନାବାଳିକା ମୁକେଶଙ୍କୁ ବ୍ଲକ କରିଦେଇଥିଲେ। ଏଥିରେ ମୁକେଶ ରାଗିଯାଇ ନାବାଳିକାଙ୍କ ଫୋଟକୁ ଏଡିଟ କରି ନାବାଳିକାଙ୍କ ସାଙ୍ଗ ମାନଙ୍କୁ ପଠାଇଥିଲା। ଏନେଇ ନାବାଳିକା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.