ମାଲକାନଗିରି-କୋରାପୁଟ ବର୍ଡର ଡିଭିଜନ୍‌ ପକ୍ଷରୁ ଅଡିଓ ଟେପ୍‌ ଜାରି: ଆସନ୍ତା ୧୮ରେ ମାଲକାନଗିରି ଓ କୋରାପୁଟ ବନ୍ଦ ଡାକରା

ମାଲକାନଗିରି(କେନ୍ୟୁଜ): କୋରାପୁଟ ଜିଲ୍ଲା ବୈପାରୀଗୁଡା ମାଳିପଦର ଏନକାଉଣ୍ଟର ଘଟଣାକୁ ନେଇ ମୁହଁ ଖୋଲିଲେ ମାଓ ସଙ୍ଗଠନ । ଏହି ଏନକାଉଣ୍ଟର ମିଥ୍ୟା ବୋଲି ମାଓ ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିବା ବେଳେ ପ୍ରତିବାଦରେ ଆସନ୍ତା ୧୮ରେ ମାଲକାନଗିରି ଓ କୋରାପୁଟ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ । ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତିଙ୍କର ମାଓବାଦୀଙ୍କ ସହ କୌଣସି ସମ୍ପର୍କ ନଥିବା ମାଲକାନଗିରି -କୋରାପୁଟ ବର୍ଡର ଡିଭିଜନ୍‌ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଓ ଅଡିଓ ଟେପ୍‌ ଜାରି କରି ସୂଚନା ଦିଆଯାଇଛି ।

ଉଭୟ ଶ୍ରମିକ ଭାବେ କାମ କରୁଥିଲେ । ଏନକାଉଣ୍ଟର ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣେ ସର୍ଗିଗୁଡା ଗାଁର ଧନ କୁମାର । ଏହି ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମାଓ ସଙ୍ଗଠନ । ପୋଲିସ ଅଧିକାରୀ ଫଟୋ ଓ ଭିଡିଓ ସହିତ ମିଥ୍ୟା ପ୍ରେସ୍‌ ବିବୃତ୍ତି ଦେଇଥିବା ମାଓ ସଙ୍ଗଠନ ଅଭିଯୋଗ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.