Blue Aadhaar Card କିପରି କାମ କରେ ?
ଭାରତରେ ପ୍ରତ୍ୟେକଙ୍କ ପାଖେ ଏବେ ଆଧାର କାର୍ଡ। ଜରୁରୀ ଡକ୍ୟୁମେଣ୍ଟ ହୋଇଥିବାରୁ ଏହାକୁ ପାଖରେ ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହା ନାଗରିକତାର ଏକ ପ୍ରମାଣ ପତ୍ର। ଜାଣି ରଖନ୍ତୁ ଯେ ଲୋକଙ୍କପାଖରେ ଯେଉଁ ଆଧାର କାର୍ଡ ରହିଛି ତାହା ଧଳା ରଙ୍ଗର ହୋଇଥାଏ। କିନ୍ତୁ ଭାରତ ସରକାର ଆଉ ଏକ ଆଧାର କାର୍ଡ ତିଆରି କରୁଛନ୍ତି ଯାହା ନୀଳ ରଙ୍ଗର ହୋଇଥାଏ। ଏହା ବହୁତ ଖାସ ହୋଇଥାଏ ।

ଭାରତରେ ପ୍ରତ୍ୟେକଙ୍କ ପାଖେ ଏବେ ଆଧାର କାର୍ଡ। ଜରୁରୀ ଡକ୍ୟୁମେଣ୍ଟ ହୋଇଥିବାରୁ ଏହାକୁ ପାଖରେ ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହା ନାଗରିକତାର ଏକ ପ୍ରମାଣ ପତ୍ର। ଜାଣି ରଖନ୍ତୁ ଯେ ଲୋକଙ୍କପାଖରେ ଯେଉଁ ଆଧାର କାର୍ଡ ରହିଛି ତାହା ଧଳା ରଙ୍ଗର ହୋଇଥାଏ। କିନ୍ତୁ ଭାରତ ସରକାର ଆଉ ଏକ ଆଧାର କାର୍ଡ ତିଆରି କରୁଛନ୍ତି ଯାହା ନୀଳ ରଙ୍ଗର ହୋଇଥାଏ। ଏହା ବହୁତ ଖାସ ହୋଇଥାଏ । ଆଧାର କାର୍ଡରେ ୧୨ଟି ଅଙ୍କ ରହିଥିବା ବେଳେ ଏହାକୁ ୟୁନିଭରସାଲ ପରିଚୟ ପତ୍ର ରୂପେ ସମସ୍ତେ ଜାଣିଥାନ୍ତି ।
ସମସ୍ତ ପ୍ରଶାସନିକ ଓ ସରକାରୀ ଉଦ୍ଦେଶ୍ୟରେ ଏହାକୁ ଏକ ଜରୁରୀ ଡକୁମେଣ୍ଟ ଭାବେ ବ୍ୟବହାର କରାଯାଇଥାଏ । ଏଥିସହିତ ନୂଆ ବ୍ୟାଙ୍କ ଖାତା ଖୋଲିବା, ପାସପୋର୍ଟ, ପାନ କାର୍ଡ ଓ ଅନ୍ୟ ସେବା ଆରମ୍ଭ କରିବା କ୍ଷେତ୍ରରେ ଏହାକୁ ଠିକଣା ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଇଥାଏ । ତେବେ ଆପଣମାନେ କେବେ Blue Aadhaar ନାମ ଶୁଣିଛନ୍ତି ? ଆଜି ଜାଣନ୍ତୁ ଏହା କଣ ? ଦର୍ଶକବଂଧୁ ଏହା ସାଧାରଣ କାର୍ଡ ଠାରୁ ଟିକିଏ ଅଲଗା । ଏହି ଆଧାର କାର୍ଡରେ ଶିଶୁଙ୍କ ଆଇରିସ ଓ ଫିଙ୍ଗରପ୍ରିଣ୍ଟ ସ୍କାନ କରିବାକୁ ଆବଶ୍ୟକ ପଡ଼େ ନାହିଁ । ବାଲ ଆଧାର କାର୍ଡକୁ କରିବା ପାଇଁ ପିତାମାତାଙ୍କ ମଧ୍ୟରୁ ଜଣଙ୍କୁ ନିଜର ମୂଳ ଆଧାର କାର୍ଡ ଓ ଶିଶୁଙ୍କ ଜନ୍ମ ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ ପଡ଼ିଥାଏ ।
ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ୟୁଆଇଡିଏଆଇଙ୍କ ଦ୍ୱାରା ବାଲ ଆଧାର କାର୍ଡ ଜାରି କରାଯାଇଥାଏ । ଜନ୍ମରୁ ୫ ବର୍ଷର ପିଲାଙ୍କ ପାଇଁ ଏହା ମାଗଣାରେ ତିଆରି କରାଯାଇଥାଏ । ଏହି କାର୍ଡର ବୈଧତା ୫ ବର୍ଷ ରହିଥିବା ବେଳେ ପିତାମାତା ନିର୍ଦ୍ଧାରିତ ନିର୍ଦ୍ଦେଶନାମାକୁ ପାଳନ କରି ଏହାର ବୈଧତାକୁ ବଢ଼ାଇ ପାରିବେ । ଏହି କାର୍ଡର ରଙ୍ଗ ବ୍ଲୁ ହୋଇଥିବାରୁ ଏହି ଆଧାର କାର୍ଡକୁ ବ୍ଲୁ ଆଧାର କାର୍ଡ କୁହାଯାଇଥାଏ ।
ଏବେ ଜାଣନ୍ତୁ Blue Aadhaar Card କାର୍ଡ ପାଇଁ ଜରୁରୀ ଦସ୍ତାବିଜ:
-ପିଲାଙ୍କ ଜନ୍ମ ପ୍ରମାଣ ପତ୍ର
– ମାନ୍ୟତା ପ୍ରାପ୍ତ ସ୍କୁଲ ଆଇଡି କିମ୍ବା ଫଟୋ ଆଇଡି
-ମାତା ପିତା ଙ୍କ ଆଧାର କାର୍ଡ
ଏପରି କରନ୍ତୁ ଅପଡେଟ:
-UIDAI େଓ୍ଵବସାଇଟକୁ ଯାଆନ୍ତୁ।
-ଆଧାର ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ କରନ୍ତୁ।
-ପିଲାର ନାମ, ମାତା ପିତାଙ୍କ ନାମ, ଇମେଲ ଆଡ୍ରେସ ଓ ଅନ୍ୟ ତଥ୍ୟକୁ ଭରନ୍ତୁ।
-ଏବେ ଡେମୋଗ୍ରାଫିକ୍ସ ର ତଥ୍ୟ ଦିଅନ୍ତୁ।
-ଫିକ୍ସ ଆପଏଣ୍ଟମେଣ୍ଟ ଟ୍ୟାବ ରେ କ୍ଲିକ କରି ରେଜିଷ୍ଟ୍ରେସନ ତାରିଖ ଚୁଜ କରନ୍ତୁ।