ମୋବାଇଲ ହୋଇଯାଇଛି କି ଚୋରି ତାହେଲେ ସିଧାସଳଖ ସରକାରଙ୍କ ନିକଟରେ କରନ୍ତୁ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରୋସେସ

ଯଦି ଆପଣଙ୍କ ଫୋନ ଚୋରି ହୋଇଯାଇଛି କିମ୍ବା କେଉଁଠି ହଜିଯାଇଛି ତାହେଲେ ଭାରତ ସରକାର ଏବେ ଆପଣଙ୍କୁ ସାହାଯ୍ୟ କରିବେ । ଭାରତ ସରକାର ଗତବର୍ଷ CEIR ୱେବସାଇଟ ଲଞ୍ଚ କରିଥିଲେ । ଏହି ୱେବସାଇଟରେ ଲୋକମାନେ ସହଜରେ ନିଜର ଚୋରି କିମ୍ବା ହଜିଯାଇଥିବା ଫୋନର ଅଭିଯୋଗ କରିପାରିବେ । ଏହାବ୍ୟତୀତ ଲୋକମାନେ ଚୋରି ହୋଇଥିବା ଫୋନର ନମ୍ବରକୁ ବି ବ୍ଲକ କରିପାରିବେ । ଯଦିଓ ଅଭିଯୋଗ କରିବା ସମୟରେ FIRର ସଫ୍ଟ କପିକୁ ଅପଲୋଡ଼ କରିବାକୁ ପଡିବ । ତାହେଲେ ଆସନ୍ତୁ ଜାଣିବା କିପରି ଆପଣ ଏହି ସାଇଟରେ ନିଜର ଅଭିଯୋଗ କରିପାରିବେ ।

ceir

ଚୋରି କିମ୍ବା ହଜିଯାଇଥିବା ସ୍ମାର୍ଟଫୋନର ଅଭିଯୋଗ କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ https://ceir.gov.in/Home/index.jsp ର ଅଫିସିଆଲ ୱେବସାଇଟକୁ ଯିବାକୁ ପଡିବ । ଏହାପରେ ଆପଣ ନିଜର ଆଇଡିରୁ ଲଗଇନ କରନ୍ତୁ ଯଦିଓ ପ୍ରଥମେ ଆପଣଙ୍କୁ ସାଇନ ଅପ କରିବାକୁ ପଡିବ ।

ceir

ବର୍ତ୍ତମାନ ଆପଣଙ୍କୁ ବାମପଟ ଟପ କର୍ଣ୍ଣରରେ CEIR ସର୍ଭିସର ଅପ୍ସନ ଦେଖିବାକୁ ମିଳିବ । ଏଠାରେ ଆପଣଙ୍କୁ ତିନୋଟି ଅପସନ ଦେଖିବାକୁ ମିଳିବ ଯେଉଁଥିରେ ଆପଣଙ୍କୁ Block Stolen / Lost Mobile ର ବିକଳ୍ପ ଚୟନ କରିବାକୁ ପଡିବ ।

ceir

ଏହାପରେ ଆପଣଙ୍କ ସାମ୍ନାରେ ଏକ ପେଜ ଓପନ ହେବ ଯେଉଁଥିରେ ଆପଣ ଚୋରି କିମ୍ବା ହଜିଯାଇଥିବା ଡିଭାଇସର ଅଭିଯୋଗ କରିପାରିବେ । ଏଠାରେ ଆପଣଙ୍କୁ ମୋବାଇଲ ନମ୍ବର, ଫୋନର EMI ନମ୍ବର ଏବଂ ମୋବାଇଲ ବିଲର କପି ଅପଲୋଡ଼ କରିବାକୁ ପଡିବ ।

ceir

ବର୍ତ୍ତମାନ ତଳେ ଆପଣଙ୍କୁ ସେହି ସ୍ଥାନର ସୂଚନା (ରାଜ୍ୟ ଓ ଲୋକେସନ) ଦେବାକୁ ପଡିବ ଯେଉଁଠାରୁ ଆପଣଙ୍କ ଫୋନ ଚୋରି କିମ୍ବା ହଜି ଯାଇଥିବ । ଏହାବ୍ୟତୀତ ଆପଣଙ୍କୁ FIRର କପି ମଧ୍ୟ ଅପଲୋଡ଼ କରିବାକୁ ପଡିବ ।

ceir

ଏହିସବୁ କରିବା ପରେ ଆପଣଙ୍କୁ ନିଜର ନାଁ ଏବଂ ଆଡ୍ରେସର ସୂଚନା ଦେବାକୁ ପଡିବ । ଏହା ସହିତ ପ୍ରମାଣ ପାଇଁ ଆଧାର କାର୍ଡର ସଫ୍ଟ କପି ମଧ୍ୟ ଅପଲୋଡ଼ କରିବାକୁ ପଡିବ । ଏହାପରେ ସବମିଟ ବଟନ ଉପରେ କ୍ଲିକ କରିବା ପରେ ଆପଣଙ୍କ ମାମଲା ରୁଜୁ ହୋଇଯିବ ।

Leave A Reply

Your email address will not be published.