Below header

ହ୍ୱାଟ୍ସଆପ୍‌ ରେ ଆସୁଛି ନୂଆ ଫିଚର, ଭଏସ୍‌ ମେସେଜ୍‌ ଶୁଣିବା ସହ କରିପାରିବେ ଏହି ସବୁ କାର୍ଯ୍ୟ

ହ୍ୱାଟ୍ସଆପ୍‌ କିଛି ମାସ ପୂର୍ବେ ଅଲଗା ଅଲଗା ପ୍ଲେବ୍ୟାକ୍‌ ସ୍ପିଡ୍ ଉପରେ ଭଏସ୍‌ ମେସେଜ୍‌ ଚଳାଇବାର ଦକ୍ଷତା ଆରମ୍ଭ କରିଥିଲା । ଏହି ଫିଚର ହ୍ୱାଟ୍ସଆପ୍‌ର ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌- ଆଧାରିତ ଆପ୍‌ ଉଭୟ ଉପରେ ଆରମ୍ଭ କରିଥିଲା । ଏବେ ହ୍ୱାଟ୍‌ସଆପ୍‌ ନିଜର ଭଏସ୍‌ ମେସେଜକୁ ଆହୁରି ଉତ୍ତମ ଧରଣର କରିବା ଉପରେ କାମ କରୁଛି । ରିପୋର୍ଟ ମୁତାବିକ୍‌ , ହ୍ୱାଟ୍‌ସଆପ୍‌ ଗ୍ଲୋବଲ ଭଏସ୍‌ ମେସେଜ୍‌ ପ୍ଲେୟାର ନାମକ ଏକ ନୂଆ ଫିଚର ଉପରେ କାମ କରିବା ଆରମ୍ଭ କରିଦେଇଛି ।

WABetaInfoର ରିପୋର୍ଟ ଯେ ହ୍ୱାଟ୍ସଆପ୍‌ର ଆଗାମୀ ଗ୍ଲୋବଲ ଭଏସ୍ ମେସେଜ୍‌ ପ୍ଲେୟାର ଫିଚର ୟୁଜର୍ସକୁ ସେହି ବିଶେଷ କଣ୍ଟାକ୍ଟସ୍‌ ସହ ଚ୍ୟାଟ୍ ୱିଣ୍ଡୋ ଛାଡ଼ିବା ଉପରେ ମଧ୍ୟ ଭଏସ୍‌ ମେସେଜ୍‌ ଶୁଣିବାକୁ ଅନୁମତି ଦେବ। ବ୍ଲଗ୍‌ ସାଇଟ୍‌ର କହିବା ହେଲା କି ଫିଚରର ନାମ ଏଥିପାଇଁ ରଖାଯାଇଛି , କାରଣ ଏହାକୁ ଆପ୍ଲିକେସନ ଶୀର୍ଷରେ ପିନ୍‌ କରାଯାଇଛି ଏବଂ ଏହା ସର୍ବଦା ଦେଖାଯାଏ , ଯେବେ ହ୍ୱାଟ୍ସଆପ୍‌ ୟୁଜର ଆପ୍‌ର କୌଣସି ବି ଅଂଶକୁ ଖୋଲିଥାଏ । ବ୍ଲଗ୍‌ ସାଇଟ୍ ଏହା ବି କହିଛି କି କୌଣସି ବି ସମୟ ଭଏସ୍‌ ମେସେଜକୁ ରୋକିବା ଓ ଡିସମିସ୍‌ କରିବା ମଧ୍ୟ ସମ୍ଭବ ।

ଆଣ୍ଡ୍ରଏଡ୍‌ ୟୁଜର୍ସ ପାଇଁ ଶୀଘ୍ର ଆସିବ ଏହି ଫିଚର :

ହ୍ୱାଟ୍ସଆପ୍‌ର ଆଗାମୀ ଗ୍ଲୋବଲ ଭଏସ୍‌ ମେସେଜ୍‌ ପ୍ଲେୟାର ଫିଚର ଆପ୍‌ର ଭିତରେ ଭିଡ଼ିଓ ଚଲାଇବା ପାଇଁ ପିକଚର-ଇନ୍‌-ପିକଚର ଫିଚର ପରି ହେବ । ଫରକ ଖାଲି ଏତିକି ଗ୍ଲୋବାଲ ଭଏସ୍ ମେସେଜ୍‌ ପ୍ଲେୟାର ଫିଚରକୁ ହ୍ୱାଟ୍ସଆପ୍‌ର ଇଣ୍ଟରଫେସ୍‌ରେ ପିନ୍‌ କରାଯାଇ ପାରେ । iOS ପାଇଁ ଏହି ଫିଚର ଏବେ ଆସିବ ନାହିଁ । ହେଲେ ଶୀଘ୍ର ଏହାକୁ ଆଣ୍ଡ୍ରଏଡ୍‌ ପାଇଁ ହ୍ୱାଟ୍ସଆପ୍‌ ବିଟା ଉପରେ ପ୍ରଦାନ କରାଯାଇ ପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.