ହ୍ୱାଟ୍ସଆପ୍ ଆଣିଲା ନୂଆ ଫିଚର, ଏବେ ପ୍ରୋଫାଇଲ ଫଟୋର ନେଇପାରିବେନି ସ୍କ୍ରିନସଟ୍

ହ୍ୱାଟ୍ସଆପ୍ ଏହାର ୟୁଜରମାନଙ୍କ ପାଇଁ ଏକ ଜବରଦସ୍ତ ଫିଚର ଆଣିଛି, ଯେଉଁଥିରେ କମ୍ପାନୀ ବର୍ତ୍ତମାନ ପ୍ରୋଫାଇଲ୍ ଫଟୋର ସ୍କ୍ରିନସଟ ନେବା ବ୍ଲକ କରିଛି । ଏହାର ଅର୍ଥ ବର୍ତ୍ତମାନ ଆପଣଙ୍କର ପ୍ରୋଫାଇଲ୍ ଫଟୋର ସ୍କ୍ରିନସଟ କେହି ନେଇ ପାରିବେନାହିଁ ।

ହ୍ୱାଟ୍ସଆପ୍ ଆଜି ଆମ ପାଇଁ ଏକ ଅତ୍ୟାବଶ୍ୟକ ମାଧ୍ୟମ ପାଲଟିଛି । କମ୍ପାନୀ ସମୟ ସମୟରେ ୟୁଜରମାନଙ୍କ ପାଇଁ ନୂତନ ଫିଚର ଆଣିଥାଏ । ଏହି କ୍ରମରେ ହ୍ୱାଟ୍ସଆପ୍ ଏକ ନୂତନ ଫିଚର ଦେଇଛି, ଯାହା ଅତ୍ୟନ୍ତ ସ୍ୱତନ୍ତ୍ର । ହ୍ୱାଟ୍ସଆପ୍ ଏହାର ୟୁଜରମାନଙ୍କ ପାଇଁ ଏକ ଜବରଦସ୍ତ ଫିଚର ଆଣିଛି, ଯେଉଁଥିରେ କମ୍ପାନୀ ବର୍ତ୍ତମାନ ପ୍ରୋଫାଇଲ୍ ଫଟୋର ସ୍କ୍ରିନସଟ ନେବା ବ୍ଲକ କରିଛି । ଏହାର ଅର୍ଥ ବର୍ତ୍ତମାନ ଆପଣଙ୍କର ପ୍ରୋଫାଇଲ୍ ଫଟୋର ସ୍କ୍ରିନସଟ କେହି ନେଇ ପାରିବେନାହିଁ ।

ପୂର୍ବରୁ ହ୍ୱାଟ୍ସଆପ୍ କଣ୍ଟାକ୍ଟରେ ଥିବା ଲୋକମାନେ ସ୍କ୍ରିନସଟ୍ ମାଧ୍ୟମରେ ଯେକୌଣସି ପ୍ରୋଫାଇଲ୍ ଫଟୋ ସେଭ କରିପାରୁଥିଲେ, କିନ୍ତୁ ବର୍ତ୍ତମାନ ଏହା କରିବା ଆଦୌ ସମ୍ଭବ ନୁହେଁ । ବର୍ତ୍ତମାନ କେହି କାହାର ପ୍ରୋଫାଇଲ୍ ଫଟୋର ସ୍କ୍ରିନସଟ୍ ନେବାକୁ ସକ୍ଷମ ହେବେ ନାହିଁ । ହ୍ୱାଟ୍ସଆପ୍ ଏହି ଫିଚରକୁ ଦୀର୍ଘ ସମୟ ଧରି ଟେଷ୍ଟ କରୁଥିଲା, ଯାହା ପରେ ଏହା ବର୍ତ୍ତମାନ ସମସ୍ତ ୟୁଜର୍ସମାନଙ୍କ ପାଇଁ ରୋଲ ଆଉଟ କରାଯାଉଛି । ଏହା ଧୀରେ ଧୀରେ ଫେଜ-ୱାଇଜ ଲୋକମାନଙ୍କ ନିକଟରେ ପହଞ୍ଚିବ । ଆପଣ ମଧ୍ୟ ଏହି ଫିଚର ବିଷୟରେ ଖୁବ ଶୀଘ୍ର ନୋଟିଫିକେସନ ପାଇବେ ।

ଅପଡେଟ ପରେ, ଯଦି କେହି ଆପଣଙ୍କର ପ୍ରୋଫାଇଲ୍ ଫଟୋର ସ୍କ୍ରିନସଟ୍ ନିଅନ୍ତି, ତେବେ ବ୍ଲାକ ସ୍କ୍ରିନର ଏକ ଇମେଜ ସେଭ ହେବ । ହ୍ୱାଟ୍ସଆପ୍ ଏହି ଫିଚର ସହିତ ପ୍ରୋଫାଇଲ ଫଟୋ ସ୍କ୍ରିନସଟ୍ ନେବାବେଳେ, ସ୍କ୍ରିନରେ ଏକ ୱାର୍ନିଙ୍ଗ ମେସେଜ ମଧ୍ୟ ଦେଖାଯିବ । ହ୍ୱାଟ୍ସଆପ୍ ଏହାର ୟୁଜରମାନଙ୍କୁ ସେମାନଙ୍କର ପ୍ରୋଫାଇଲ୍ ଫଟୋ ହାଇଡ କରିବାକୁ ମଧ୍ୟ ଅପ୍ସନ ଦେଇଛି, ଯେଉଁଥିରେ ୟୁଜରମାନେ କାହାକୁ ସେମାନଙ୍କର ପ୍ରୋଫାଇଲ୍ ଫଟୋ ଦେଖାଇବାକୁ ଚାହୁଁଛନ୍ତି ତାହା ବାଛିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.