Below header

ବ୍ୟବସାୟୀଙ୍କୁ ମାଡ଼ ମାରି ଦୁର୍ବୃତ୍ତ ଲୁଟିନେଲେ ସୁନା ଅଳଙ୍କାର, ବ୍ୟବସାୟୀ ମେଡିକାଲରେ ଭର୍ତ୍ତି

ସୁନା ବ୍ୟବସାୟୀଙ୍କୁ ରାସ୍ତାରେ ଅଟକାଇ ମାଡ ମାରିବା ସହ ସୁନା ଅଳଙ୍କାର ନେଇ ଦୁର୍ବୁତ୍ତ ଫେରାର । ବ୍ୟବସାୟୀଙ୍କ ମୁଣ୍ଡରେ ଆଘାତ ଯୋଗୁ ସେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି ।

କାମାକ୍ଷାନଗର : ସୁନା ବ୍ୟବସାୟୀଙ୍କୁ ରାସ୍ତାରେ ଅଟକାଇ ମାଡ ମାରିବା ସହ ସୁନା ଅଳଙ୍କାର ନେଇ ଦୁର୍ବୁତ୍ତ ଫେରାର । ବ୍ୟବସାୟୀଙ୍କ ମୁଣ୍ଡରେ ଆଘାତ ଯୋଗୁ ସେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ, ଭୁବନ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର ୧୪ ର ଦିପୁନ୍ ଚୀନରା, ଗଣେଶ ବଜାର ସ୍ଥିତ ନିଜ ଦୋକାନ ତାରିଣୀ ଅଳଙ୍କାରରୁ ଲକ୍ଷାଧିକ ସୁନା ଅଳଙ୍କାର ନେଇ ଘରକୁ ଯାଉଥିଲେ ।

ଏହି ସମୟରେ ଶ୍ୟାମଳ ଛକ ନିକଟରେ କିଛି ଦୁର୍ବୃତ୍ତ ତାଙ୍କ ପଛପଟ ମୁଣ୍ଡକୁ ବାଡ଼େଇବା ଫଳରେ ଦିପୁନ ତଳେ ପଡିଯାଇଥିଲେ । ଘଟଣାସ୍ଥଳରେ ଦିପୁନ ଗାଡିରୁ ପଡିଯିବାରୁ ତାଙ୍କଠାରୁ ସୁନା ଅଳଙ୍କାର ସହିତ ପାଖରେ ଥିବା ଟଙ୍କା ଏବଂ ମୋବାଇଲ ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ ।

ତେବେ ରାଜପଥ ଦେଇ ଯାଉଥିବା ଲୋକେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦିପୁନଙ୍କୁ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ସୁନାର ମୁଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବା ନେଇ ସୂଚନା ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.