Below header

ଗୁଗଲ ପ୍ଲେ-ଷ୍ଟୋରରୁ ଗାଏବ ହେଲା WhatsApp, କମ୍ପାନୀ ଜଣାଉନାହିଁ କାରଣ

ହ୍ଵାଟସ୍ଆପ୍ ଦୁନିଆର ସବୁଠାରୁ ଲୋକପ୍ରିୟ ଚାଟିଂ ଆପ୍। କିନ୍ତୁ ଏହି ଆପ୍ ଗୁଗଲ୍ ପ୍ଲେ ଷ୍ଟୋରରୁ ଗାଏବ ହୋଇଯାଇଥିଲା। ଅନେକ ୟୁଜର୍ସ ଏହି ବିଷୟକୁ ନେଇ ଅଭିଯୋଗ କରିଥିଲେ। ଅବଶ୍ୟ ପ୍ଲେ ଷ୍ଟୋରରେ ଏବେ ପୁଣି ଫେରିଛି। ଗୁଗଲ ପ୍ଲେ-ଷ୍ଟୋରରୁ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଓ୍ଵାଟସଅପ୍ ଗାଏବ ଥିଲା। କିନ୍ତୁ କ’ଣ ଏହାର କାରଣ ଏପର୍ଯ୍ୟନ୍ତ କେହି ଜାଣିନାହାନ୍ତି। ଗୁଗଲ ପ୍ଲେ ଷ୍ଟୋରେ ଏହାକୁ ସର୍ଚ୍ଚ କରିବାରେ ଏହାର ସହଯୋଗୀ ଆପ୍ ଆସୁଛି କିନ୍ତୁ ହ୍ଵାଟସଆପ୍ ନଜର ଆସୁନଥିଲା।

whatsapp-android୧୧ ଅକ୍ଟୋବର ଦ୍ୱିପହର ପ୍ରାୟ ୧୨ଟା ବେଳେ ଓ୍ଵାଟସଅପ୍ ପ୍ଲେ-ଷ୍ଟୋରରୁ ଗାଏବ ହୋଇଥିଲା। ଏହାପରେ ଦିନ ୨ଟା ପରେ ଏହି ଆପ୍ ପୁଣି ଫେରିଆସିଥିଲା। ସେହିପରି ଓ୍ଵାଟସଅପକୁ ଟ୍ରାକ୍ ବିଶିଷ୍ଟ ବ୍ଲଗ୍ ମଧ୍ୟ ଟ୍ଵିଟ କରି ଏହା ବିଷୟରେ ସୂଚନା ଦେଇଥିଲେ। କିନ୍ତୁ ଏମିତି କଣ ପାଇଁ ହୋଇଥିଲା କମ୍ପାନୀ ଏହାର କୌଣସି ସଠିକ୍ କାରଣ ଜଣାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.