ସବୁ ଚାଟ୍ ପାଇଁ ଅଲଗା ଅଲଗା କରିପାରିବେ Whatsapp ଓ୍ଵାଲ୍‌ପେପର, ଏପରି କରନ୍ତୁ ନୂଆ ଫିଚର ସେଟିଙ୍ଗ୍

ହ୍ଵାଟସଅପ୍ ନିକଟରେ ନିଜ ପ୍ଲାଟଫର୍ମରେ କିଛି ନୂଆ ଫିଚର୍ସକୁ ଯୋଡିଛି। ଏହି ନୂଆ ଫିଚର୍ସରେ ଓ୍ଵାଲପେପର ସେଟିଙ୍ଗକୁ ନେଇ ନୂଆ ଫିଚର୍ସ ବି ସାମିଲ ରହିଛି। ହ୍ଵାଟସଅପ୍ ଓ୍ଵାଲପେପରକୁ ମୋଟ ଚାରି ପ୍ରକାର ନୂଆ ଅପଡେଟସ୍ ମିଳିଛି। ଏଥିରେ କଷ୍ଟମ ଚାଟ ଓ୍ଵାଲପେପର୍ସ ଠୁ ନେଇ ଆଡିସନାଲ ଡୁଡଲ ଓ୍ଵାଲପେପର୍ସ, ଷ୍ଟକ ଓ୍ଵାଲପେପର ଗ୍ୟାଲେରୀ ଅପଡେଟ ଏବଂ ଲାଇଟ କିମ୍ବା ଡାର୍କ ମୋଡ ପାଇଁ ଅଲଗା ଅଲଗା ଓ୍ଵାଲାପେପର୍ସ ବାଛିବା ଭଳି ସୁବିଧା ରହିଛି।

ଏହି ନୂଆ ଅପଡେଟ୍ ଜରିଆରେ ଆପଣ ପ୍ରତ୍ୟେକ ଚାଟ୍ ପାଇଁ ଅଲଗା ଅଲଗା ଓ୍ଵାଲ୍‌ପେପର୍ସ ସେଟ୍ କରିପାରିବେ। ଏଥିରେ ନା କେବଳ ଆପଣଙ୍କ ହ୍ଵାଟସଅପ୍ ଚାଟର ଲୁକ୍ ବଦଳିଯିବ ବରଂ ଆପଣ ଅଚାନକ ଭୁଲ ଚାଟରେ ମେସେଜ୍ କରିବା ଠାରୁ ବି ରକ୍ଷା ପାଇଯିବେ। ହ୍ଵାଟସଅପର ନୂଆ ଅପଡେଟ୍ ଆଣ୍ଡ୍ରଏଡ ଏବଂ iOS ୟୁଜର୍ସଙ୍କ ପାଇଁ ଜାରୀ କରିଦିଆଯାଇଛି। ଏଥିପାଇଁ ନୂଆ ଫିଚର୍ସର ବ୍ୟବହାର କରିବା ପାଇଁ ଜରୁରୀ ଅଟେ ଯେ ଆପଣ ଆପକୁ ଅପଡେଟ କରିନିଅନ୍ତୁ।

ତାହେଲେ ଆସନ୍ତୁ ଜାଣିବା ଆପଣ କିପରି ଏହାକୁ ସେଟିଙ୍ଗ୍ କରିବେ। ଏହି ତରିକା ଆଣ୍ଡ୍ରୋଏଡ ଏବଂ ଆଇଫୋନ ଉଭୟ ପାଇଁ କାମ କରିବ। ତାହେଲେ ଆସନ୍ତୁ ଜାଣିବା କିପରି କରିବେ ସେଟିଙ୍ଗ୍।

whatsapଷ୍ଟେପ ୧ – ପ୍ରଥମେ ଏହା ଉପରେ ନଜର ପକାନ୍ତୁ ଯେ ଆପଣଙ୍କ ପାଖରେ ହ୍ଵାଟସଅପର ଲାଟେଷ୍ଟ ଭର୍ସନ ଅଛି ନା ନାହିଁ। ଯଦି ନାହିଁ, ତାହେଲେ ଏହାକୁ ଗୁଗଲ ପ୍ଲେ ଷ୍ଟୋରରୁ ଅପଡେଟ୍ କରିନିଅନ୍ତୁ।

ଷ୍ଟେପ ୨ – ଏବେ ଆପଣ ସେହି ଚାଟକୁ ଓପନ କରନ୍ତୁ ଯାହାର ଆପଣ ଓ୍ଵାଲପେପର ବଦଳାଇବାକୁ ଚାହୁଁଛନ୍ତି।

ଷ୍ଟେପ ୩ – ଏହାପରେ ଆପଣ କଣ୍ଟାକ୍ଟ ନେମ ଉପରେ ଟ୍ୟାପ୍ କରନ୍ତୁ। ଯେଉଁଥିରେ କଣ୍ଟାକ୍ଟ ଇନଫୋ ଖୋଲିଯିବ।

ଷ୍ଟେପ ୪ – ଏବେ ଆପଣଙ୍କୁ Wallpaper and Sound ଅପସନକୁ ଯିବାକୁ ହେବ।

ଷ୍ଟେପ ୫ – ଏହାପରେ choose a New Wallpaper ଉପରେ ଟ୍ୟାପ୍ କରନ୍ତୁ। ଆପଣ ହ୍ଵାଟସଅପରେ ଥିବା ଲାଟେଷ୍ଟ ଷ୍ଟକ ଓ୍ଵାଲପେପର୍ସ ମଧ୍ୟରୁ କୌଣସି ଗୋଟିଏକୁ ସିଲେକ୍ଟ କରିପାରିବେ।

ଷ୍ଟେପ ୬ – ଯଦି ଆପଣଙ୍କୁ ହ୍ଵାଟସଅପର ଓ୍ଵାଲପେପର୍ସ ପସନ୍ଦ ଆସୁନାହିଁ ତାହେଲେ ଫୋନର ଗ୍ୟାଲେରୀରୁ ବି ବାଛି ପାରିବେ।

ଷ୍ଟେପ ୭ – ଏହି ପ୍ରକ୍ରିୟା ଆପଣ ଅନ୍ୟ ଚାଟସ୍ ପାଇଁ ମଧ୍ୟ ଆପଣେଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.