WhatsApp ର ବଡ ନିଷ୍ପତ୍ତି, ୧୫ ସେକେଣ୍ଡରେ ୧୦୦ରୁ ଅଧିକ ମେସେଜ କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଆଜିକାଲି ସମସ୍ତେ ହ୍ଵାଟସଆପ୍‌ ଉପରେ ନିର୍ଭରଶୀଳ ହୋଇପଡିଲେଣି। ସାଙ୍ଗସାଥୀ ଠାରୁ ଆରମ୍ଭ କରି ପରିବାର, ବନ୍ଧୁ ସମ୍ପର୍କୀୟ ଗ୍ରୁପ କରି ମେସେଜ ଦିଆନିଆ କରୁଛନ୍ତି। ଯଦି ଆପଣ ହ୍ଵାଟସଆପ୍‌ରେ ଅଧିକ ମେସେଜ୍‌ କରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ। ନଚେତ ଆପଣଙ୍କ ବିରୋଧରେ ହେବ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ।

account

ଏବେ ହ୍ଵାଟସ୍‌ଆପ୍‌ରେ କରିପାରିବେନି ଅଧିକ ମେସେଜ୍‌। କଥାଟି ଶୁଣି ଡରିଗଲେ ବୋଧେ, କିନ୍ତୁ ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହ୍ଵାଟସଆପ୍‌ ପକ୍ଷରୁ କୁହାଯାଇଛି। ହ୍ଵାଟସଆପ୍‌ରେ ୧୫ ସେକେଣ୍ଡରେ ୧୦୦ରୁ ଅଧିକ ମେସେଜ ପଠାଇଲେ ଆପଣଙ୍କ ଆକାଉଣ୍ଟକୁ ବନ୍ଦ ମଧ୍ୟ କରିଦିଆଯାଇପାରେ ବୋଲି କୁହାଯାଇଛି। କେବଳ ଏତିକି ନୁହେଁ, ଯେଉଁମାନେ ଗ୍ରୁପ ବନାଉଛନ୍ତି, ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ ଏହା କେବଳ ହ୍ଵାଟସ୍‌ଆପ୍‌ର ବିଜନେସ ଆକାଉଣ୍ଟ ପାଇଁ ରହିଛି।

ଉଦାହରଣ ସ୍ୱରୂପ, ଯଦି କୌଣସି ବ୍ୟକ୍ତି ହ୍ଵାଟସଆପ୍‌ ବିଜନେସ ଆକାଉଣ୍ଟ ପାଞ୍ଚ ମିନିଟ୍‌ ପୂର୍ବରୁ ଇନଷ୍ଟଲ ହୋଇଛି ଏବଂ ସେହି ଆକାଉଣ୍ଟରେ ୧୫ ସେକେଣ୍ଡ ଭିତରେ ୧୦୦ଟି ମେସେଜ ପଠାଯାଇଛି, ତେବେ କମ୍ପାନୀ ସେହି ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କମ୍ପାନୀ ତାହାକୁ ବନ୍ଦ ମଧ୍ୟ କରିଦେବ। ଏହାଛଡା ମିନିଟ୍‌ ମଧ୍ୟରେ ଡଜନ ଗ୍ରୁପ ତିଆରି କରୁଥିବା ହ୍ଵାଟସ୍‌ଆପ୍‌ ଆକାଉଣ୍ଟ ଉପରେ ମଧ୍ୟ ନଜର ରହିଛି। ସ୍ପାମ୍‌ ମେସେଜକୁ ଲଗାମ ଲଗାଇବା ପାଇଁ ହ୍ଵାଟସ୍‌ ଏଭଳି ନିଷ୍ପତ୍ତି ନେଇଛି।

phone

ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ହ୍ଵାଟସଆପ୍‌ ସ୍ପାମ ଏବଂ ଅତ୍ୟଧିକ ମେସେଜ ଉପରେ ଲଗାମ ଲଗାଇବା ପାଇଁ ମେସେଜ ଫରଓ୍ଵାଡିଂ ମଧ୍ୟ ବନ୍ଦ କରିଦେଇଛି। ଏଥିପାଇଁ ଆପଣ ଥରକେ କେବଳ ପାଞ୍ଚଜଣକୁ ହିଁ ମେସେଜ ପଠାଇପାରୁଛନ୍ତି।