Below header

ମାତ୍ର ପଚିସ୍‌ ଟଙ୍କାରେ ଭାରତୀୟ ରେଳ ଦେଉଛି ରୁମ୍‌, ଜାଣନ୍ତୁ କେମିତି କରିବେ ବୁକ

ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ଭାରତୀୟ ରେଲୱେ ପ୍ରତ୍ୟେକଦିନ କିଛି ନା କିଛି ପରିବର୍ତ୍ତନ କରୁଛି। କିନ୍ତୁ ବେଳେବେଳେ ସାଧାରଣ ଯାତ୍ରୀମାନେ ରେଲୱେର ଏହି ସୁବିଧା ସବୁରୁ ବଞ୍ଚିତ ହେଉଛନ୍ତି କାରଣ ସେମାନଙ୍କୁ ସଠିକ ଇନଫରମେସନ୍‌ ମିଳୁପାରୁନାହିଁ। ସେଥିପାଇଁ ଆଜି ଆମେ ଆପଣଙ୍କୁ ରେଲୱେର ଏକ ଖାସ୍‌ ସୁବିଧା ବିଷୟରେ ଜଣାଇବୁ ଯାହାକୁ ଶୁଣିଲା ପରେ ଆପଣ ବହୁତ ଖୁସି ହୋଇଯିବେ।। ଯେଉଁମାନେ ଷ୍ଟେସନରେ ବିଶ୍ରାମ ନେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଖାସ୍‌ କରି ଏହି ସୁବିଧା ବହୁତ ଲାଭଦାୟକ ହେବ। ମାତ୍ର ୨୫ ଟଙ୍କା ଖର୍ଚ୍ଚ କରି ଆପଣ ହଜାର ଟଙ୍କା ରଖିପାରିବେ।

ଏବେ ଆପଣ ରେଲୱେର ଏହି ଖାସ୍‌ ସୁବିଧା ବିଷୟରେ ଜାଣିବାକୁ ବହୁତ ଇଚ୍ଛା କରୁଥିବେ, ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଭାରତୀୟ ରେଲୱେ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ବହୁତ ଶସ୍ତା ଦାମରେ ରୁମ୍‌ ବୁକ୍‌ କରିବାର ସୁବିଧା ଦେଉଛି। ଏହି ରୁମ୍‌ ଏସି, ନନ୍‌ ଏସି ବିକଳ୍ପ ସହିତ ସିଙ୍ଗଲ, ଡବଲ ବେଡ୍‌ ଏବଂ ଶୟନକକ୍ଷ ମଧ୍ୟ ଉପଲବ୍ଧ ରହିଛି। ଖାସ୍‌ କଥା ହେଉଛି ଏହି ରୁମ୍‌ ଗୁଡିକର ପ୍ରାରମ୍ଭିକ ଦାମ ହେଉଛି। ୨୫ ଟଙ୍କା। ଆଶ୍ଚର୍ଯ୍ୟ ହୋଇଗଲେ ନା, କିନ୍ତୁ ଏହା ପୂରାପୂରି ସତ। ମାତ୍ର ୨୫ ଟଙ୍କାରେ ଆପଣ ରେଲୱେର ରିଟାୟରିଂ ରୁମ୍‌ ବୁକ୍‌ କରାଇପାରିବେ। ତେବେ ଆସନ୍ତୁ ଜାଣିବା ରେଲୱେରେ ବୁକ୍‌ କରିବା ପାଇଁ ରେଟ୍‌ କାର୍ଡ ବା କେତେ ଘଣ୍ଟାକୁ କେତେ ଟଙ୍କା ଦେବେ।

train imageଯଦି ଆପଣ ତିନି ଘଣ୍ଟା ପାଇଁ ରୁମ୍‌ ବୁକ୍‌ କରୁଛନ୍ତି ତେବେ ଆପଣଙ୍କୁ ୨୫ ଟଙ୍କା ଖର୍ଚ୍ଚ କରିବାକୁ ହେବ

• ଚାରି ରୁ ଛଅ ଘଣ୍ଟା ପାଇଁ ୪୦ ଟଙ୍କା।

• ସାତ ରୁ ନଅ ଘଣ୍ଟା ପାଇଁ ୫୦ ଟଙ୍କା।

• ୧୦ ରୁ ୧୨ ଘଣ୍ଟା ପାଇଁ ୬୦ ଟଙ୍କା।

• ୧୩ ରୁ ୧୫ ଟଙ୍କା ପାଇଁ ୭୦ ଟଙ୍କା।

• ୧୭ ରୁ ୧୮ ଘଣ୍ଟା ପାଇଁ ୮୦ ଟଙ୍କା।

• ୧୯ ରୁ ୨୧ ଘଣ୍ଟା ପାଇଁ ୯୦ ଟଙ୍କା।

• ୨୨ ରୁ ୨୪ ଘଣ୍ଟା ପାଇଁ ୧୦୦ ଟଙ୍କା।

• ୪୮ ଘଣ୍ଟା ପାଇଁ ୨୦୦ ଟଙ୍କା।

roomପାଞ୍ଚ ଟଙ୍କା ରିହାତି ମଧ୍ୟ ମିଳିବ

କେବଳ ଏତିକି ନୁହେଁ, ଏଥିରେ ରେଲୱେ ଆପଣଙ୍କୁ ରିହାତି ମଧ୍ୟ ଦେବ। ଯଦି ଆପଣ ରୁମ୍‌ ବୁକିଂ ଡିଜିଟାଲ ମାଧ୍ୟମରେ କରୁଛନ୍ତି ତେବେ ଆପଣଙ୍କୁ ପାଞ୍ଚ ଟଙ୍କା କ୍ୟାସବ୍ୟାକ୍‌ ଆସିବ।

ଏବେ ଆସନ୍ତୁ ଜାଣିବା କେମିତି କରିବେ ରୁମ୍‌ ବୁକିଂ

• ଯଦି ଆପଣ ରିଟାୟରିଙ୍ଗ୍‌ ବୁକ୍‌ କରିବାକୁ ଯୋଜନା କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ IRCTCର ୱେବସାଇଟକୁ ଯିବାକୁ ହେବ।

•ୱେବସାଇଟରେ ୟୁଜୀ ନିଜ ନାମ ଏବଂ ପାସଓ୍ଵାର୍ଡ ଦେଇ ପ୍ରଥମେ ଏକ ଖାତା ଖୋଲିବାକୁ ହେବ।

• ଏବେ ପିଏନଆର ନମ୍ବର ବିକଳ୍ପରେ ପିଏନଆର ନମ୍ବର ଦିଅନ୍ତୁ।

• ଏହାପରେ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ରିଟାୟରିଂ ରୁମ୍‌ କିମ୍ବା ଡର୍ମିଟରୀ ରୁମ୍‌ ବୁକ୍‌ କରିପାରିବେ।

moneyକ୍ୟାନସଲ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହାକୁ

ଯଦି ଆପଣ ଚେକ୍‌ ଇନ ର ୪୮ ଘଣ୍ଟା ପୂର୍ବରୁ ରିଟାୟରିଂ ରୁମ୍‌ ବୁକିଂ କ୍ୟାନସଲ କରୁଛନ୍ତି ତେବେ ଆପଣଙ୍କର ୨୦ ପ୍ରତିଶତ ବିମା ରାଶି କାଟିଦିଆଯିବ। କିନ୍ତୁ ଯଦି ଆପଣ ରିଟାୟରିଂ ରୁମକୁ ଚେକ ଇନର ୨୪ ଘଣ୍ଟା ପୂର୍ବରୁ ରଦ୍ଦ କରୁଛନ୍ତି ତେବେ ଆପଣଙ୍କର ୫୦ ପ୍ରତିଶତ ବିମା ରାଶି କଟିଯିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସୁବିଧା ସମସ୍ତେ ପାଇପାରିବେନାହିଁ ଯେଉଁମାନଙ୍କର ଟିକେଟ କନଫର୍ମ ହୋଇଥିବ କେବଳ ସେହି ମାନେ ହିଁ ରିଟାୟରିଂ ରୁମ ବୁକ୍‌ କରିପାରିବେ। ଏହାସହିତ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରେଲୱେର ଏହି ଖାସ୍‌ ସୁବିଧା ଦେଶର ସବୁ ରେଳ ଷ୍ଟେସନରେ ଉପଲବ୍ଧ ନାହିଁ। ଏହି ସୁବିଧା ପାଇବାକୁ ହେଲେ ପ୍ରଥମେ ଆପଣଙ୍କୁ ଚେକ୍‌ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.