‘ଜିନା ୟହାନ ମରନା ୟହାନ’, ଏବେବି ସିନେ ପ୍ରେମୀଙ୍କ ହୃଦୟରେ ରାଜ କରୁଛନ୍ତି ଅଭିନେତା ରାଜ କପୁର

ଆଜି ବର୍ଷିୟାନ ଅଭିନେତା ରାଜ କପୁରଙ୍କ ଜନ୍ମ ଦିବସ । ସେ ଆଉ ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କର କୀର୍ତ୍ତିମାନ ଚିର ଅମର । ସେଗୁଡିକୁ ସିନେ ପ୍ରେମୀ ଏଯାବତ ମନେ ରଖିଛନ୍ତି ଓ ମନେ ରଖିଥିବେ ମଧ୍ୟ । ହିନ୍ଦୀ ସିନେମା ଜଗତ ପ୍ରତି ତାଙ୍କର ଦାନକୁ କିଏବା ନଜାଣେ । ସେ ଥିଲେ ଏକା ଧାରାରେ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, ଅଭିନେତା ଓ ସଂଳାପ ଲେଖକ । ତାଙ୍କ ପରି ବ୍ୟକ୍ତିତ୍ୱ ଏ ପୃଥିବୀ ପୃଷ୍ଠରେ ମିଳିବା ହୁଏତ ଖୁବ ବିରଳ । ଆଜକୁ ପ୍ରାୟ ୪୯ ବର୍ଷ ତଳେ ଏହି ଅଭିନେତାଙ୍କର ଡ୍ରିମ ପ୍ରୋଜେକ୍ଟ ‘ମେରା ନାମ ଜୋକର’ ପରଦା ଉପରକୁ ଆସିଥିଲା । ଆଜିବି ଦର୍ଶକ ମହଲରେ ଏହା ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ।

raj kappor

କିନ୍ତୁ ହୁଏତ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରିଲିଜ ହେବା ପରେ ପରେ ଏହା ଜମା ବି ଚାଲି ନଥିଲା । କିନ୍ତୁ ଆଜି ଏହି ଫିଲ୍ମ ହିନ୍ଦୀ ସିନେମା ଜଗତର ସବୁଠୁ ଲୋକ ପ୍ରିୟ ସିନେମା ମାନଙ୍କ ତାଲିକାରେ ଗଣାଯାଏ । କିନ୍ତୁ ଏହି ସିନେମା ସହ ଜଡିତ ଥିବା ଏମିତି କିଛି ରୋଚକ ତଥ୍ୟ ଅଛି ଯାହା ଆଜିବି ସାଧାରଣ ଲୋକଲଚନକୁ ଆସିପାରିନାହିଁ । ତେବେ ଆସନ୍ତୁ ସେହି ପରି କିଛି ମଜାଦାର ଅଜଣା ଅଶୁଣା ତଥ୍ୟ ଉପରେ ଆଜି ଏକ ନଜର ପକାଇବା ।

୧. ଏହି ଫିଲ୍ମ ନିର୍ମାଣ କରି କରଜରେ ଡୁବି ଯାଇଥିଲେ ରାଜ କପୁର । ଏମିତି ଅବସ୍ଥା ହୋଇଥିଲା କି ସ୍ତ୍ରୀ କୃଷ୍ଣ ରାଜ କପୁରଙ୍କୁ ନିଜର ସମସ୍ତ ଗହଣା ବିକିବାକୁ ପଡିଥିଲା । ଖାଲି ସେତିକି ନୁହେଁ ପୁରା ପରିବାର ଏହି ଡ୍ରିମ ପ୍ରୋଜେକ୍ଟ କାରଣରୁ କରଜରେ ବୁଡି ଯାଇଥିଲା । ଏହାକୁ ନିର୍ମାଣ କରିବା ପାଇଁ ତାଙ୍କୁ ୫ରୁ ୬ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥିଲା ।

raj kapoor

୨. ଏହି କରଜରୁ ବାହାରିବା ପାଇଁ ରାଜ କପୁର ଏକ ଉପାୟ ଚିନ୍ତାକଲେ । ସେ ୧୯୭୩ ମସିହାରେ ବବି ସିନେମା ରିଲିଜ କରିଥିଲେ । ଏଥିରେ ସେ ନିଜ ୧୮ ବର୍ଷୀୟ ପୁଅ ରୁଷି କପୁରଙ୍କୁ ଲଞ୍ଚ କରିଥିଲେ । ଏହି ସିନେମାରେ ତାଙ୍କ ସହ ଅଭିନେତ୍ରୀ ଭାବେ ଡିମ୍ପଲ କାପାଡ଼ିଆ କାମ କରିଥିଲେ । ବବି ସିନେମା ସେହି ସମୟରେ ବ୍ଲକ ବାଷ୍ଟର ହିଟ ସାବ୍ୟସ୍ତ ହୋଇଥିଲା । ଏହା ଦ୍ୱାରା କପୁର ପରିବାରରେ କିଛିଟା ସୁଧାର ମଧ୍ୟ ଆସିପାରିଥିଲା ।

୩. ଏଥିରେ ଅଭିନେତ୍ରୀ ସିମି ଗ୍ଲୋବାଲ ଏକ ଶିକ୍ଷୟିତ୍ରୀ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିଲେ | ସେ ଏକ ନ୍ୟୂଡ଼ ସିନ ଦେଇଥିଲେ । କୁହାଯାଏ କି ଏହା ହେଉଛି ବଲିଉଡର ସର୍ବପ୍ରଥମ ନ୍ୟୂଡ଼ ଲୁକ । ଏହା ପୂର୍ବରୁ କୌଣସି ଅଭିନେତ୍ରୀ ଏପରି ସାହସ କରି ନ ଥିଲେ ।

raj kapoor

 

୪.ଫିଲ୍ମ ‘ମେରା ନାମ ଜୋକର’ରେ ବର୍ଷିଆନ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ଏକ ମୁଖ୍ୟ ଭୂମିକା ନିଭେଇଥିଲେ । ଧର୍ମେନ୍ଦ୍ର ରାଜ କପୁରଙ୍କ ସ୍ଟୁଡ଼ିଓରେ ଅନ୍ୟ ଏକ ସିନେମାରେ ସୁଟିଂ କରୁଥିବା ସମୟରେ ହିଁ ତାଙ୍କୁ ଏହି ସୁଯୋଗ ନିଜେ ରାଜ କପୁର ହିଁ ଦେଇଥିଲେ ।

୫. ୬୦ ଦଶକର ମଧ୍ୟ ଭାଗରେ ଏହି ସିନେମା ନିର୍ମାଣ କାମରେ ରାଜ କପୁର ବିନା ଭିସାରେ ରୁଷ ଯାଇଥିଲେ । ପ୍ରକୃତରେ ରାଜ କପୁରଙ୍କୁ ରୁଷର କେତେକ ସର୍କସ କଳାକାର ମାନଙ୍କ ସହ ଭେଟିବାର ଥିଲା । ଯାହାପାଇଁ ତାଙ୍କୁ ଲଣ୍ଡନରୁ ସିଧା ମସ୍କୋ ଅଭିମୁଖେ ଯିବାକୁ ପଡିଥିଲା । କିନ୍ତୁ ମସ୍କୋରେ ପହଂଚିବା ପରେ ତାଙ୍କୁ ଜଣା ପଡିଥିଲା କି ତାଙ୍କ ପାଖରେ ସେଠାକାର ଭିସା ନାହିଁ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭିସା ନ ଥିବା ସତ୍ୱେ ରୁଷରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.