Below header

ଖୁବ ଶୀଘ୍ର ଏହି ମୋବାଇଲ ଗୁଡିକରେ ବନ୍ଦ ହେବକୁ ଯାଉଛି ହ୍ଵାଟ୍ସଆପ ମେସେଜିଂ ଆପ !

ଇଷ୍ଟାଣ୍ଟ ମେସେଜିଂ ଆପ ହ୍ଵାଟ୍ସଆପର ସାରା ଦୁନିଆରେ ୧.୫ ଅରବରୁ ଅଧିକ ଗ୍ରାହକ ରହିଛନ୍ତି । କିନ୍ତୁ ଏବେ ଏହି ଗ୍ରାହକଙ୍କ ମଧ୍ୟରୁ କିଛିଙ୍କ ମୋବାଇଲରେ ହ୍ଵାଟ୍ସଆପ କାମ କରିବା ବନ୍ଦ ହୋଇଯିବ । ବାସ୍ତବରେ ମିଳିଥିବା ଖବର ମୁତାବକ, କିଛି ମାସ ମଧ୍ୟରେ ହ୍ଵାଟ୍ସଆପ ବିଭିନ୍ନ ପୁରୁଣା ଆନଡ୍ରୋଏଡ ଭର୍ସନରୁ ନିଜ ଆପକୁ ଡିଲିଟ କରିବାକୁ ଯାଉଛି । ଏହି ପୁରୁଣା ଭର୍ସନ ମୋବାଇଲ ମାନଙ୍କ ମଧ୍ୟରେ ଆନଡ୍ରୋଏଡ, ଆଇଓଏସ ଏବଂ ଓ୍‌ବିଣ୍ଡୋଜ ଫୋନ ଗୁଡିକ ସାମିଲ ରହିଛି । ଗତ ବୁଧବାର ଦିନ କମ୍ପାନୀ ନିଜ ସେବା କିଛି ମୋବାଇଲରେ ବନ୍ଦ କରିବାକୁ ଯାଉଛି ବୋଲି ଏକ ବ୍ଳଗ ଲେଖି ସୂଚନା ପ୍ରଦାନ କରିଛି ।

whats app

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଓ୍ଵିଣ୍ଡୋଜ ଅପରେଟିଂ ସିଷ୍ଟମ ଅକ୍ଟୋବର ୨୦୧୦ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ତାହା ଆଖିଦୃଶିଆ ସଫଳତା ପ୍ରାପ୍ତ କରିପାରିନଥିଲା । ଏଣୁ ଚଳିତ ବର୍ଷ ଜାନୁଆରୀ ମାସରେ ମାଇକ୍ରୋସପ୍ଟ ଓ୍ଵିଣ୍ଡୋଜ ଫୋନରେ ସପୋଟ ଦେବ ନାହିଁ ବୋଲି ଘୋଷଣା କରିଥିଲା । ଏବଂ ଗ୍ରାହକଙ୍କୁ ଅନ୍ୟ ଆନଡ୍ରୋଏଡ ଫୋନ କିଣିବାକୁ ପରାମର୍ଶ ଦେଇଥିଲା । ସଂପୂର୍ଣ୍ଣ ଦୁନିଆରେ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଗ୍ରାହକଙ୍କ ମଧ୍ୟରେ ୨୦ ପ୍ରତିଶତ ଲୋକ ଓ୍‌ବିଣ୍ଡୋଜ ଫୋନ ବ୍ୟବହାର କରିଥାନ୍ତି । ଏହି ଫୋନ ବ୍ୟତୀତ ଆନଡ୍ରୋଏଡ ଭର୍ସନ୨:୩:୭ ଏବଂ ତାହାଠାରୁ ପୁରୁଣା ଭର୍ସନ ଗୁଡିକରେ ଫେବୃଆରୀ ୨୦୨୦ ସୁଧା ହ୍ଵାଟ୍ସଆପ ବନ୍ଦ ହେବାକୁ ଯାଉଛି । ଏହି ନିୟମ ଆଇଓଏସ ୭ ଏବଂ ତାହାଠାରୁ ପୁରୁଣା ଭର୍ସନ ଗୁଡିକରେ ମଧ୍ୟ ଲାଗୁ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.