କେଉଁ ଡାଇରେକ୍ସନରେ wi-fi ରାଓଟର ଲଗାଇବା ହୋଇଥାଏ ବେଷ୍ଟ, ମିଳିବ ଭଲ ଇଣ୍ଟରନେଟ ସ୍ପିଡ

ଆପଣ ନିଜ ଘରେ ଲାଗିଥିବା wi-fiର ରାଓଟରକୁ ହଲ୍‌ ରେ ଲଗାଇଛନ୍ତି ତେବେ ଏହା ଆପଣଙ୍କ ଘରର ପ୍ରତ୍ୟେକ କୋଣରେ ଇଣ୍ଟରନେଟ ସ୍ପିଡ ପହଞ୍ଚାଇବ । ଖୋଲା ଅଞ୍ଚଳରେ wi-fi ରାଓଟର ଲଗାଇବା ଦ୍ୱାରା ସବୁଠାରୁ ବଡ଼ ଲାଭ ହେଉଛି wi-fiର ରେଞ୍ଜ ବଢ଼ିଯାଏ ।

ଯଦି ଆପଣଙ୍କ ଘରେ ଗୋଟିଏ wi-fi କନେକ୍ସନ ରହିଛି ତେବେ ଅନେକ ଥର ଏହାର ସ୍ପିଡ ସ୍ଲୋ ହୋଇଯାଏ । ଯଦି ବାରମ୍ବାର ଏଭଳି ହୋଇଥାଏ ତେବେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । କାରଣ ଇଣ୍ଟରନେଟ ସମ୍ବନ୍ଧୀୟ କୌଣସି କାମ କରୁଥିବା ସମୟରେ ଯଦି ହଠାତ ଇଣ୍ଟରନେଟ ସ୍ପିଡ ସ୍ଲୋ ହୋଇଯାଏ ତେବେ ଆପଣ ନିଜ କାମ ପୂରା କରି ପାରନ୍ତି ନାହିଁ । ଅଫିସ କାମ କିମ୍ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ଇଣ୍ଟରନେଟ ବହୁତ ଜରୁରୀ ହୋଇଥାଏ । ଏପରିସ୍ଥିତିରେ ଯଦି ଇଣ୍ଟରନେଟ ସ୍ପିଡ କମ ହୋଇଯାଏ ତେବେ ଆପଣଙ୍କ କାମ ଆଧାରେ ହିଁ ଅଟକିଯାଏ । ଆଜି ଆମେ ଆପଣଙ୍କୁ ଏକ ଉପାୟ ଜଣାଇବୁ ଯାହା ଦ୍ୱାରା ଆପଣ ଏଭଳି ସମସ୍ୟାରୁ ବଞ୍ଚିପାରିବେ । ତେବେ wi-fi ରାଓଟରକୁ କେଉଁ ଡାଇରେକ୍ସନରେ ଲଗାଇଲେ ଏହା ଇଣ୍ଟରନେଟ ସ୍ପିଡ ଦେଇଥାଏ ତାହା ଜାଣି ରଖନ୍ତୁ । ଏହି ଡାଇରେକ୍ସନ ଦ୍ୱାରା ଆପଣ ଇଣ୍ଟରନେଟକୁ ସ୍ପିଡକୁ ବଢ଼ାଇ ପାରିବେ ।

ଯଦି ଆପଣ ନିଜ ଘରେ ଲାଗିଥିବା wi-fiର ରାଓଟରକୁ ହଲ୍‌ ରେ ଲଗାଇଛନ୍ତି ତେବେ ଏହା ଆପଣଙ୍କ ଘରର ପ୍ରତ୍ୟେକ କୋଣରେ ଇଣ୍ଟରନେଟ ସ୍ପିଡ ପହଞ୍ଚାଇବ । ଖୋଲା ଅଞ୍ଚଳରେ wi-fi ରାଓଟର ଲଗାଇବା ଦ୍ୱାରା ସବୁଠାରୁ ବଡ଼ ଲାଭ ହେଉଛି wi-fiର ରେଞ୍ଜ ବଢ଼ିଯାଏ । ଏହା ଘରର ସସସ୍ତ କୋଠରୀରେ ଭଲ କନେକ୍ଟିଭିଟି ଦେଇଥାଏ । ଅନ୍ୟପଟେ ଯଦି ଆପଣ କୌଣସି ରୁମରେ ଏହାକୁ ଲଗାଉଛନ୍ତି ତେବେ wi-fi ସିଗନାଲ ଅନ୍ୟ ରୁମ କିମ୍ବା ଘରର ଅନ୍ୟ ସ୍ଥାନରେ ପହଞ୍ଚିବାରେ ସମସ୍ୟା ହେବ ।

ଯଦି ଆପଣ ୩ ମହଲା କିମ୍ବା ଅଧିକ ଉଚ୍ଚ କୋଠାରେ ରହୁଛନ୍ତି ଏବଂ ଆପଣଙ୍କ ଘରର ସମସ୍ତ ମହଲାରେ ଭଲ ଇଣ୍ଟରନେଟ ସ୍ପିଡ ଚାହୁଁଛନ୍ତି ତେବେ ଆପଣଙ୍କ wi-fi ରାଓଟର ଲଗାଇବାର ଲୋକେସନ ଉପରେ ଧ୍ୟାନ ଦେବା ଜରୁରୀ । ଯଦି ଆପଣ wi-fi ରାଓଟର ଲୋକେସନକୁ ଠିକ ସ୍ଥାନରେ ଲଗାଉଛନ୍ତି ତେବେ ଏହା ଆପଣଙ୍କ ବହୁ ମହଲା ବିଶିଷ୍ଟ ଘରର ପ୍ରତ୍ୟେକ ଫ୍ଲୋରରେ ଭଲ ଇଣ୍ଟରନେଟ କନେକ୍ଟିଭିଟି ପହଞ୍ଚାଇବ ।

ଆପଣଙ୍କୁ ଏହା କରିବା ପାଇଁ ଅଧିକ କଷ୍ଟ କରିବାକୁ ପଡ଼ିବ ନାହିଁ । ତେବେ ଆପଣ ସମସ୍ତ ଫ୍ଳୋରର ମଝି ଫ୍ଳୋରରେ ହିଁ wi-fi ରାଓଟରକୁ ଲଗାଇ ପାରିବେ । ଏଭଳି କରିବା ଦ୍ୱାରା ଉପର ମହଲା ଏବଂ ତଳ ମହଲାକୁ ଭଲ ଭାବେ ଇଣ୍ଟରନେଟ କନେକ୍ଟିଭିଟି ମିଳିପାରିବ । ଯାହା ଦ୍ୱାରା ଘରର ସମସ୍ତ ସ୍ଥାନରେ ଇଣ୍ଟରନେଟ ଚଲାଇବା ସହଜ ହୋଇଯାଏ । ଯଦି ଆପଣ ମଧ୍ୟ ଏଭଳି ଘରେ ରହୁଛନ୍ତି ଏବଂ ଆପଣଙ୍କ ଘରର ପ୍ରତ୍ୟେକ କୋଣରେ ଇଣ୍ଟରନେଟ କନେକ୍ଟିଭିଟି ପହଞ୍ଚାଇବା ପାଇଁ ଆପଣ ମଧ୍ୟ ମଝି ମହଲାରେ ହିଁ wi-fi ରାଓଟରକୁ ଲଗାଇବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.