Below header

WhatsAppରେ ହିନ୍ଦୀରେ କରୋନା ସମ୍ପର୍କିତ ସୂଚନା ଦେବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କରୋନା ସମ୍ପର୍କିତ ସୂଚନା ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହ୍ଵାଟ୍ସଆପ ଓ ଫେସବୁକର ମିଳିତ ପ୍ରୟାସରେ ଏକ ସ୍ୱତନ୍ତ୍ର ମେସେଜିଂ ସର୍ଭିସ ଲଞ୍ଚ କରିଛି। ଏହା ବିଭିନ୍ନ ଭାଷାରେ ଲୋକଙ୍କୁ କରୋନା ସମ୍ପର୍କରେ ସୂଚନା ଦେବ। ଏବେ WHO ର ଏହି ସେବା ହିନ୍ଦୀ ଭାଷାରେ ମଧ୍ୟ ଉପଲବ୍ଧ ହେବ। ଫଳରେ ଲୋକମାନେ ସହଜରେ ବୁଝିପାରିବେ।

who

ଏହି ସର୍ଭିସର ଉଦ୍ଦେଶ୍ୟ ଲୋକଙ୍କ ନିକଟରେ ସହଜ ତଥା ସୁବିଧାରେ କରୋନା ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା। କରୋନା ଭାଇରସର ଲକ୍ଷଣ ଓ ଏଥିରୁ ମୁକ୍ତି ପାଇବା ଉପାୟ ଆଦି ଏହି ସର୍ଭିସ ଜରିଆରେ ଲୋକ ପାଇପାରିବେ। ହ୍ଵାଟ୍ସଆପରେ ଏହି ସେବା ପାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କେବଳ ମେସେଜିଂ ପ୍ଲାଟଫର୍ମରେ +୪୧୨୨୫୦୧୭୩୪୧ ନମ୍ବରକୁ ସେଭ କରି Hi କିମ୍ବା ନମସ୍ତେ ଲେଖି ମେସେଜ କରିବାକୁ କହିଛନ୍ତି। WHO ର ଏହି ସେବା ପୂର୍ବରୁ ଇଂରାଜୀରେ ଉପଲବ୍ଧ ଥିଲା।

WHO | World Health Organization

ସୂଚନାଯୋଗ୍ୟ ଯେ କରୋନା ଭାଇରସକୁ ନେଇ ଦିନକୁ ଦିନ ବଢୁଥିବା ଗୁଜବକୁ ଦେଖି WHO ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉଡ଼ା ତଥା ମିଛ କଥାକୁ ବିଶ୍ୱାସ ନ କରି WHO ତରଫରୁ କୁହାଯାଉଥିବା ସୂଚନାକୁ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ଏହି ଉପାୟ ଅବଲମ୍ବନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.