Below header

ଦେଶରେ ରାପିଡ ଟେଷ୍ଟ କରିବାରେ ଓଡ଼ିଶା ହେବ ପ୍ରଥମ: ଆଜିଠୁ ୭୦୦ରୁ ୮୦୦ ଟେଷ୍ଟ ଅଧିକ କରାଯିବ, ଖୁବ ଶୀଘ୍ର ଜଣାପଡ଼ିବ ରେଜଲ୍ଟ

ଭୁବନେଶ୍ବର: ଦେଶରେ ରାପିଡ ଟେଷ୍ଟ କରିବାରେ ଓଡ଼ିଶା ହେବ ପ୍ରଥମ । ଖୁବ ଶୀଘ୍ର ଜଣାପଡ଼ିବ ରେଜଲ୍ଟ। ରାଜ୍ୟ ସରକାର ଏକ ମିଶନ ଭାବେ ଏହାକୁ ହାତକୁ ନେଇଛନ୍ତି । ଆଜିଠୁ ୭୦୦ରୁ ୮୦୦ ଟେଷ୍ଟ ଅଧିକ କରାଯିବ । ଶୀଘ୍ର ପରୀକ୍ଷା କରାଯାଇପାରିଲେ ଅଧିକ ସଂଖ୍ୟାରେ ରୋଗୀଙ୍କୁ ଡସଚାର୍ଜ କରିହେବ । ରାପିଡ ଟେଷ୍ଟ କରାଗଲେ ସେମାନେ ଘରକୁ ଫେରିପାରିବେ । ସେହିଭଳି ରାଜ୍ୟର ୧୨୦୦ କ୍ୟାମ୍ପରେ ବାହାର ରାଜ୍ୟର ୭୦ ହଜାରରୁ ଅଧିକ ଲୋକ ରହିଛନ୍ତି । ସେମାନଙ୍କ ନମୁନା ବି ପରୀକ୍ଷା ହୋଇପାରିବ । ସରକାରଙ୍କ ଉପରେ ବୋଝ କମିଯିବ । ସାମାଜିକ ସମସ୍ୟା ଦୂର ହୋଇପାରିବ । ଏ ନେଇ ଅଧିକ ଆଲୋଚନା କରିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.