Below header

ଶିଶୁଙ୍କ ପତଳା ଝାଡା ଏବଂ ପେଟ ଯନ୍ତ୍ରଣାରୁ ମୁକ୍ତି ଦେବ ଜାଇଫଳ, ଏମିତି କରନ୍ତୁ ବ୍ୟବହାର ମିଳିବ ଆରାମ

ଖାଇବାର ସ୍ୱାଦ ବଢାଇବା ପାଇଁ ଜାଇଫଳ ବ୍ୟବହାର କରାଯାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଜାଇଫଳରେ ବିଭିନ୍ନ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଥାଏ। ଯାହା ଆପଣଙ୍କ ପିଲାକୁ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ। ଛୋଟ ଶିଶୁର ସବୁବେଳେ ପେଟ ଜନିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏମିତିରେ ଆପଣ ଶିଶୁ ଜାଇଫଳର କିଛି ମାତ୍ରା ଦେବା ଦ୍ୱାରା ଶିଶୁକୁ ହେଉଥିବା ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଶିଶୁଟି ଛଅମାସରୁ ଉର୍ଦ୍ଧ୍ୱ ହେଲେ ଜାଇଫଳ ଖାଇବାକୁ ଦିଅନ୍ତୁ।

child

– ସବୁବେଳେ ଛୋଟ ଶିଶୁର ପେଟରେ ଗ୍ୟାସ ହେବା ଭଳି ରହିଥାଏ। ଯେଉଁଥି ପାଇଁ ସବୁବେଳେ ଶିଶୁଟି ଚିଡଚିଡା ହୋଇଯାଏ। ଏମିତିରେ ଆପଣ ଶିଶରୁ ଡାଏଟରେ ଜାଇଫଳ ସାମିଲ କରନ୍ତୁ। ଯାହା ସମସ୍ୟାରୁ ମୁକ୍ତି ଦେବ। ପେଟ ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ଦେବ ଜାଇଫଳ।

– ପିଲାଟି ଜାଇଫଳ ଖାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାଏ। ଶିଶୁର ବୋତଲ କ୍ଷୀରରେ କିଛିମାତ୍ରାର ଜାଇଫଳ ପାଉଡର ମିଶାଇ ଦିଅନ୍ତୁ। ସେ ଏହାକୁ ପିଇବା ପରେ ଶାନ୍ତ ହୋଇ ଶୋଇପଡେ।

baby

– ଶିଶୁର ପାଚନ ତନ୍ତ୍ରକୁ ଉନ୍ନତ କରିଥାଏ ଜାଇଫଳ। ଯଦି ଶିଶୁର ଖାଇବା ସମୟରେ ପେଟରେ ଯନ୍ତ୍ରଣା, ତରଳ ଝାଡା ଇତ୍ୟାଦି ସମସ୍ୟା ଦେଖାଦିଏ, ତେବେ ଜାଇଫଳ ଖାଇବାକୁ ଦିଅନ୍ତୁ।

– ଜାଇଫଳ ଶରୀରକୁ ଗରମ କରିଥାଏ। ସେଥିପାଇଁ ଶିଶୁକୁ ଥଣ୍ଡା ଏବଂ କାଶ ହେଉଥିଲେ ଜାଇଫଳ ଖିବାକୁ ଦିଅନ୍ତୁ।

jaiphal

କେମିତି ଦେବେ ଜାଇଫଳ :

ପିଲାକୁ ଜାଇଫଳ ଦେବାକୁ ଏକ ସଫା ପଥରେ ୧ ଚାମଚ କ୍ଷୀରରେ ଟିକେ ଘଷି ଦିଅନ୍ତୁ। ଏବେ ଏହି ପେଷ୍ଟକୁ କ୍ଷୀର, ଦଲିଆ କିମ୍ବା କୌଣସି ଖାଦ୍ୟରେ ମିଶାଇ ଦେଇପାରିବେ। ଶିଶୁ ୬ ମାସରୁ ଅଧିକ ହେଲେ ହିଁ ଜାଇଫଳ ଖାଇବାକୁ ଦିଅନ୍ତୁ। ଗରମ ଦିନରେ ଦିନକୁ ଥରେ ୦.୫ ମିଲିଗ୍ରାମ ଏବଂ ଶୀତ ଦିନରେ ୦.୫ ମିଲିଗ୍ରାମ ଦୁଇ ଥର ଖାଇବାକୁ ଦିଅନ୍ତୁ। ଶିଶୁର ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ଏହାକୁ ଖାଇବାକୁ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.