କିବୋର୍ଡରେ ଆଲଫାବେଟ୍‌ ବଟନ ଓଲଟା ଲେଖା ଯାଇଥାଏ କାହିଁକି, ଜାଣନ୍ତୁ ଏହା ପଛରେ ରହିଥିବା କାରଣ

ଆମେମାନେ ପ୍ରତିଦିନ ଅନେକ ପ୍ରକାରର ଜିନିଷ ବ୍ୟବହାର କରିଥାଉ କିନ୍ତୁ ସେହି ଜିନିଷ ବିଷୟରେ ଅଧିକ କିଛି ଜାଣି ନଥାଉ। ଯେମିତିକି ଆମେ ସମସ୍ତେ କିବୋର୍ଡ ତ ବ୍ୟବହାର କରିଥାଉ କିନ୍ତୁ ଏଥିରେ ଆଲଫାବେଟ୍‌ ବଟନ ଗୁଡିକ କାହିଁକି ଓଲଟା ଲେଖା  ଯାଇଥାଏ, ଏହାର କାରଣ ଆମକୁ ଜଣା ନଥାଏ। ତେବେ ଏଭଳି ଲେଖାଯିବା ପଛରେ କେଉଁ କାରଣ ରହିଛି ଆସନ୍ତୁ ଜାଣିବା।

ଯେତେବେଳେ ଆମେ ନୂଆ କରି କମ୍ପ୍ୟୁଟର ଚଲେଇବା ଶିଖିଥାଉ, ସେତେବେଳେ ଆମକୁ କିବୋର୍ଡରୁ ଅକ୍ଷର ଖୋଜି ଓ୍ଵାର୍ଡ ଲେଖିବାକୁ ଅତି କମ୍‌ରେ କିଛି ସେକେଣ୍ଡ ଲାଗିଥାଏ। ଖୋଜି ଖୋଜି ୧୦ଟି ଆଲଫାବେଟ୍‌ ଲେଖିବାକୁ ଆମେ ଅନେକ ସମୟ ନେଇଥାଉ। ସେହି ସମୟରେ ଆମେ ଭାବିଥାଉ, ଏହି ବୋର୍ଡ ବନାଇଥିବା ବ୍ୟକ୍ତି କ’ଣ ଭାବିକି ଏଭଳି କିବୋର୍ଡ ବନାଇଥିଲେ କେଜାଣି। ଯଦି ଏହି ଆଲଫାବେଟକୁ ଏପଟ ସେପଟ କରି ଲେଖିବା ବଦଳରେ ଗୋଟିଏ ଧାଡ଼ିରେ ABCD… ଲେଖା ହୋଇଥାନ୍ତା, ଏହାକୁ ବହୁତ ସହଜରେ ବ୍ୟବହାର କରି ହୋଇଥାନ୍ତା। କିନ୍ତୁ ବର୍ତ୍ତମାନ ଯେତେବେଳେ କିବୋର୍ଡକୁ ନଦେଖି ଅଧିକ ସ୍ପିଡ୍‌ରେ ଟାଇପିଙ୍ଗ କରି ହେଉଛି, ସେତେବେଳେ ଅନୁଭବ ହେଉଛି ଯେ କିବୋର୍ଡରେ ଆଲଫାବେଟ୍‌ ଓଲଟା ଲେଖାହୋଇକି କିଛି ଭୁଲ ହୋଇନାହିଁ। ଏହା ବହୁତ ଭାବିଚିନ୍ତି ତିଆରି କରାଯାଇଛି ବୋଲି ଆଜି ଆମକୁ ଟାଇପିଙ୍ଗ କରିବା ବହୁତ ସହଜ ଲାଗୁଛି।

କିବୋର୍ଡର ଇତିହାସ ଟାଇପରାଇଟର ସହ ସଂଯୁକ୍ତ। କମ୍ପ୍ୟୁଟର କିବୋର୍ଡ ଆସିବା ପୂର୍ବରୁ QWERTY Formatର ବ୍ୟବହାର କରାଯାଉଥିଲା। ୧୮୬୮ ମସିହାରେ କି୍ରଷ୍ଟୋଫର ଲେଥମ ଶାଁଲ୍ସ ଟାଇପରାଇଟର ଉଦ୍ଭାବନ କରିଥିଲେ। ସେ ପ୍ରଥମେ ABCD Formatରେ ଏହି କିବୋର୍ଡ ବନାଇଥିଲେ। କି୍ରଷ୍ଟୋଫର ଟାଇପରାଇଟରରେ ଅଧିକସ୍ପିଡ୍‌ ଓ ସୁବିଧାରେ ଟାଇପିଂ କରିବା ପାଇଁ ଚାହୁଁଥିଲେ, କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ। ଏହା ସହ Keysକୁ ନେଇ ମଧ୍ୟ ଅନେକ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥିଲା।

ABCD କିବୋର୍ଡ ପାଇଁ ଟାଇପରାଇଟରରେ ଲେଖିବାକୁ ଅସୁବିଧା ହେଲା। ଏଭଳି ହେବାର ମୁଖ୍ୟ କାରଣ ହେଉଛି ବଟନ ଗୁଡିକ ପାଖାପାଖି ଥିବାରୁ ଟାଇପିଂ କରିବାରେ ଅସୁବିଧା ହେଲା। ଏହା ଛଡା ଇଂରାଜୀରେ ଏଭଳି କେତେ ଅକ୍ଷର ରହିଛି ଯଥା-E, I, S, M; ଯାହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଏ ଓ ଆଉ କିଛି ଅକ୍ଷର ରହିଛି (Z, X) ଯାହାର ବ୍ୟବହାର ବହୁତ କମ୍‌ କରାଯାଏ। ଟାଇପିଂ କରିବା ସମୟରେ ଅଧିକ ବ୍ୟବହାର କରୁଥିବା ଅକ୍ଷର ଉପରେ ଅଧିକ ଥର ଆଙ୍ଗୁଳି ବୁଲାଇବାକୁ ପଡିଥାଏ। ଯାହା ଦ୍ୱାରା ଟାଇପିଂ ସ୍ପିଡ ବହୁତ ସ୍ଲୋ ହୋଇଯାଏ। ଏହା ଉପରେ ଅନେକ ଏକ୍ସପେରିମେଣ୍ଟ କରିବା ପରେ ୧୮୭୦ରେ QWERTY Format ଆସିଲା। ଏଥିରେ ଅଧିକ ଥର ବ୍ୟବହୃତ ହେଉଥିବା ଅକ୍ଷରକୁ ପାଖାପାଖି ରଖା ଯାଇଥିଲା। ଏହାକୁ ବ୍ୟବହାର କରିବା ଅତ୍ୟନ୍ତ ସୁବିଧାଜନକ ହେଲା। ଏଣୁ କିବୋର୍ଡରେ QWERTY Format ବ୍ୟବହାର କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.