Below header

ନିର୍ମାଣ ହେଲା ଏମିତି ରୋବଟ୍‌, ଯିଏ କରିପାରିବ କ୍ୟାନ୍‌ସରର ବି ଚିକିତ୍ସା

ରୋବଟ୍‌ ଚା’ କରୁଥିବା, କଥା ହେଉଥିବା ବା କିଛି ଅନ୍ୟ କାମ କରୁଥିବା ତ ସମସ୍ତେ ଦେଖିଛନ୍ତି କିନ୍ତୁ ବୈଜ୍ଞାନିକମାନେ ଏବେ ଏକ ଏମିତି ରୋବଟ୍‌ ନିର୍ମାଣ କରିଛନ୍ତି ଯିଏ କ୍ୟାନ୍‌ସର ଭଳି ଦୂରାରୋଗ୍ୟର ମଧ୍ୟ ଚିକିତ୍ସା କରିପାରୁଛି। ରୋବଟ୍‌ ନିର୍ମାଣ କରିଥିବା ବୈଜ୍ଞାନିକଙ୍କ କହିବାନୁସାରେ ଏହି ରୋବଟ୍‌କୁ ସମୁଦ୍ରରୁ ମାଇକ୍ରୋପ୍ଲାଷ୍ଟିକ୍ସକୁ ସଫା କରିବାରେ ମଧ୍ୟ ବ୍ୟବହାର କରାଯାଇପାରିବ।

A manufactured quadruped measuring 650 to 750 microns in diameter — just a little smaller than the head of a pin — was built from amphibian stem cells.

ଆମେରିକାର ଗବେଷକ ଏହି ଜୀବନ୍ତ ରୋବଟ୍‌କୁ ବେଙ୍ଗର ଷ୍ଟେମ୍‌ ସେଲ୍‌ରେ ତିଆରି କରିଛନ୍ତି। ଏହି ସ୍ପେଶାଲ ରୋବଟ୍‌ର ନାଁ ରଖାଯାଇଛି ଜେନୋବୋଟ୍ସ। ରୋବଟ୍‌ର ଆକାର ଏକ ମିଲିମିଟର ବା ୦.୦୦୪ ଇଞ୍ଚ୍‌ ଠାରୁ ମଧ୍ୟ କମ୍‌। ବୈଜ୍ଞାନିକଙ୍କ ସୂଚନା ମୁତାବକ ଏହି ରୋବଟ୍‌ ସହଜରେ ମଣିଷ ଶରୀରର ଭିତରକୁ ମଧ୍ୟ ପ୍ରବେଶ କରିପାରିବ।

Image result for first-living-robot-ever-will-be-able-to-cure-cancer

ଜେନୋବୋଟ୍ସ ବିନା ଖାଦ୍ୟରେ କିଛି ସପ୍ତାହ ପର୍ଯ୍ୟନ୍ତ ଆରାମରେ ବଞ୍ଚିପାରିବ। ବୈଜ୍ଞାନିକଙ୍କ କହିବାନୁସାରେ ଏହି କ୍ଷୁଦ୍ର ରୋବଟ୍‌ର ବ୍ୟବହାର ଶରୀରର କ୍ୟାନସର କୋଷିକାକୁ ନଷ୍ଟ କରିବାକୁ କରାଯାଇପାରିବ। ଏହି ମାଇକ୍ରୋ ରୋବଟ୍‌ ସମୁଦ୍ରରୁ ମାଇକ୍ରୋପ୍ଲାଷ୍ଟିକ୍ସକୁ ସଫା କରିବାରେ ମଧ୍ୟ ବ୍ୟବହାର କରାଯାଇପାରିବ। ଡାକ୍ତରଙ୍କ ସୂଚନାନୁଯାୟୀ, ଏହି ନୂଆ ରୋବଟ୍‌କୁ ଔଷଧ ବିତରଣ କରିବା ପାଇଁ ପ୍ରସ୍ତୁତ କରାଯାଉଛି। କ୍ଷୁଦ୍ରାକାର ହୋଇଥିବାରୁ ଏହାକୁ ଶରୀର ଭିତରକୁ ମେଡିସନ୍‌ ପହଞ୍ଚାଇବାରେ ବ୍ୟବହାର କରାଯିବ। ଲୋକଙ୍କୁ ରୋଗମୁକ୍ତ ଓ ଦୀର୍ଘାୟୁ କରିବାରେ ଏହି ରୋବଟ୍‌ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆଶାପୋଷଣ କରିଛନ୍ତି।

Image result for first-living-robot-ever-will-be-able-to-cure-cancer

ଏହି ରୋବଟ୍‌ର ବିଶେଷତ୍ୱ ହେଉଛି ଯଦି କୌଣସି ଆଘାତ ପାଇ ଏହା ଭାଙ୍ଗିଯାଉଛି ତେବେ କିଛି ସମୟ ପରେ ଆପେ ଆପେ ଯୋଡ଼ି ହୋଇଯିବ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ରୋବଟ୍‌ର ଗୋଡ଼ହାତ କିମ୍ବା ମୁଣ୍ଡ ନାହିଁ। ଅନ୍ୟ ସାଧାରଣ ରୋବଟ୍‌ ଦେଖିବାକୁ ମଣିଷ ଭଳି ହୋଇଥିବା ବେଳେ ଏହି ରୋବଟ୍‌ କିନ୍ତୁ ସମସ୍ତଙ୍କ ଠାରୁ ଭିନ୍ନ ବୋଲି କହିଛନ୍ତି ବୈଜ୍ଞାନିକ। ବୈଜ୍ଞାନିକମାନେ ଏହାକୁ ବାୟୋଲୋଜିକାଲ ମେସିନ୍‌ ବୋଲି ମଧ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.