ସାରା ରାଜ୍ୟରେ ଘନ କୁହୁଡ଼ିର ଚାଦର, ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର (କେନ୍ୟୁଜ୍) : ସାରା ରାଜ୍ୟରେ ଘନ କୁହୁଡ଼ିର ଚାଦର । ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ପ୍ରବଳ କୁହୁଡି ଅନୁଭୂତ ହେଉଛି । ଘନ କୁହୁଡ଼ିର ବହଳିଆ ଆସ୍ତରଣ ଯୋଗୁଁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୃଶ୍ୟମାନ କ୍ଷମତା କମିଆସିଥିବାରୁ ଅନେକ ସ୍ଥାନରେ ରାସ୍ତାରେ ୨୦ମିଟର ଦୂରରୁ ଆସୁଥିବା ଗାଡ଼ି ମଟର ଚଳାଚଳରେ ସମସ୍ୟା ଉପୁଜିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆହୁରି ଦୁଇ ଦିନ ଏପରି ଘନ କୁହୁଡି ଜାରି ରହିବ । କୁହୁଡି ସମ୍ଭାବନା ଥିବାରୁ ଅନେକ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.