ପୁଣି ଥରେ ଏହି ଲାଟେଷ୍ଟ ଫୋନର ଦାମ୍ ବଢାଇଲା ସାଓମୀ, ଜାଣନ୍ତୁ କେତେ ରହିଛି ଏହାର ଦାମ

ସ୍ମାର୍ଟଫୋନ କମ୍ପାନୀ ସାଓମୀ ତାର ଲାଟେଷ୍ଟ ଫୋନ ରେଡମୀ ନୋଟ ୧୦ ପ୍ରୋ ର ଦାମ୍ ରେ ପୁଣି ବୃଦ୍ଧି କରିଛି । ଫୋନର ୬ଜିବି ର୍ୟାମ ଏବଂ ୧୨୮ଜିବି ଇଂଟରନାଲ ଷ୍ଟୋରେଜ ବିଶିଷ୍ଟ ଭ୍ୟାରିଏଣ୍ଟର ଦାମ୍ ରେ ଏକ ହଜାର ଟଙ୍କା ବୃଦ୍ଧି କରିଛି କମ୍ପାନୀ । ଦାମ୍ ବୃଦ୍ଧି ହେବା ପରେ ଏବେ ଏହି ଫୋନର ଦାମ ୧୭,୯୯୯ ଟଙ୍କା ହୋଇଯାଇଛି ।

RedmiNote10Pro

ରେଡମୀ ନୋଟ ୧୦ ପ୍ରୋ ରେ ୬.୬୭ ଇଂଚର ସୁପର ଏମୋଲେଡ ଡିସପ୍ଲେ ଦିଆଯାଇଛି । ଏହି ଫୋନ ଏମଆଇୟୁଆଇ ୧୨ ଯୁକ୍ତ ଆଣ୍ଡ୍ରୋଏଡ ୧୧ ଅପରେଟିଙ୍ଗ ସିଷ୍ଟମରେ କାମ କରୁଛି । ଏହାସହିତ ଏଥିରେ କ୍ୱାଲକମ ସ୍ନାପଡ୍ରାଗନ ୭୩୨ଜି ପ୍ରୋସେସର ଦିଆଯାଇଛି । ଏଥିରେ ୮ଜିବି ର୍ୟାମ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ ଦିଆଯାଇଛି, ଯେଉଁଥିରେ ମାଇକ୍ରୋଏସଡି କାର୍ଡ ସହାୟତାରେ ୫୧୨ ଜିବି ପର୍ଯ୍ୟନ୍ତ ବଢାଯାଇପାରେ । ସେହିପରି ଏଥିରେ କ୍ୱାଡ କ୍ୟାମେରା ସେଟଅପ ଦିଆଯାଇଛି । ଯାହାର ପ୍ରାଇମେରୀ କ୍ୟାମେରା ୬୪ଏମପି, ସେକେଣ୍ଡାରୀ କ୍ୟାମେରା ୮ଏମପି ଅଲ୍ଟ୍ରା ୱାଇଡ ଆଙ୍ଗଲ ଲେନ୍ସ, ୨ ମେଗାପିକ୍ସଲ ମାଇକ୍ରୋ ଲେନ୍ସ ଏବଂ ୨ ମେଗାପିକ୍ସଲ ଡେପ୍ଥ ସେନ୍ସର । ସେଲ୍ଫି ପାଇଁ ୧୬ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.