Below header

ଘରେ ବସି କେମିତି ରାସନ କାର୍ଡରେ ଯୋଡିବେ ଆପଣଙ୍କ ପରିବାର ସଦସ୍ୟଙ୍କ ନାଁ, ଜାଣନ୍ତୁ ଉପାୟ

ବିପିଏଲ କ୍ୟାଟୋଗରୀରେ ଆସୁଥିବା ଲୋକଙ୍କ ପାଇଁ ରାସନ କାର୍ଡ ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ୍‌। ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି କାର୍ଡରେ ଲୋକଙ୍କୁ ଶସ୍ତା ମୂଲ୍ୟରେ ରାସନ ଯୋଗାଇଦିଆଯାଏ। ନିକଟରେ ଲକଡାଉନ ପରେ ସରକାର ବଡ ସ୍ତରରେ ରାସନକାର୍ଡ ମାଧ୍ୟମରେ ଖାଦ୍ୟ ଦ୍ରବ୍ୟ ବିତରର କରୁଛନ୍ତି। ଏହାଛଡା ଅନେକ ସରକାର ଯୋଜନାର ଲାଭ ନେବା ପାଇଁ ମଧ୍ୟ ରାସନ କାର୍ଡ ବାଧ୍ୟତାମୂଳକ। ଏମିତିରେ ବହୁତ ଆବଶ୍ୟକ ହୋଇଥାଏ ଯେ ଏହି ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ସବୁ ସମୟରେ ଅପଡେଟ ହେଉଛି। ଯଦି ପରିବାରର କୌଣସି ସଦସ୍ୟଙ୍କ ନାମ ରାସନକାର୍ଡରେ ବାଦ୍‌ ପଡିଯାଇଛି ତାହେଲେ ଆପଣଙ୍କୁ ସରକାର ଅଫିସରେ ଚକ୍କବର କାଟିବାକୁ ପଡିବନାହିଁ ବରଂ ଅନଲାଇନ ଜରିଆରେ ଆପଣ ବହୁତ ସହଜରେ ନାମ ନଥିବା ସଦସ୍ୟଙ୍କୁ ଯୋଡିପାରିବେ।

rasan cardଏହି କାଗଜପତ୍ରର ପଡିବ ଆବଶ୍ୟକତା

ରାସନକାର୍ଡରେ ଯଦି ଘରର କୌଣସି ପିଲାଙ୍କର ନାମ ଯୋଡିବାର ଅଛି ତାହେଲେ ଘରର ମୁଖିଆର ରାସନ କାର୍ଡ ଥିବା ବାଧ୍ୟତାମୂଳକ। ଏହାର ଗୋଟିଏ ଫଟୋ କପି ଏବଂ ଅରିଜିନାଲ କପି ଥିବା ଜରୁରୀ। ଏହାଛଡା ନାମ ଯୋଡିବାକୁ ଚାହୁଁଥିବା ପିଲାଙ୍କ ଜନ୍ମ ପ୍ରମାଣ ପତ୍ର, ମାତା ପିତାଙ୍କ ଆଧାର କାର୍ଡ ଦରକାର ପଡିବ।

ଯଦି ବିବାହ ପରେ ନବବଧୂଙ୍କ ନାମ ଏଥିରେ ରାସନ କାର୍ଡ ଯୋଡିବାର ଅଛି ତାହେଳେ ଏଥିପାଇଁ ମହିଳାଙ୍କ ଆଧାର କାର୍ଡ, ମ୍ୟାରେଜ ସାର୍ଟିଫିକେଟ, ସ୍ୱାମୀଙ୍କ ରାସନ କାର୍ଡ ବାଧ୍ୟତାମୂଳକ।

ଦରକାର ପଡିବ ଏହି ସବୁ ଡକ୍ୟୁମେଣ୍ଟସ୍‌

-ଆଧାର କାର୍ଡ
-ବ୍ୟାଙ୍କ ପାସବୁକ୍‌
-ପାସପୋର୍ଟ ସାଇଜ୍‌ ଫଟୋଗ୍ରାଫ୍‌
-ବିଜୁଳି ବିଲ/ପାଣି ବିଲ/ ଟେଲିଫୋନ ବିଲ୍‌
-ଇନକମ୍‌ ସାର୍ଟିଫିକେଟ
-ରାସନ କାର୍ଡ ସରେଣ୍ଡର ରିସିପ୍ଟ
-ପରିବାରର ସବୁ ସଦସ୍ୟଙ୍କ ଫଟୋ ଆଇଡି କାର୍ଡ

ଅନଲାଇନ କେମିତି କରିବେ ଆବେଦନ

online apply

-ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଅଫିସିଆଲ ୱେବସାଇଟ FSCW @www.foododisha.inକୁ ଯାଆନ୍ତୁ।

-ଏହାପରେ ହୋମ ପେଜରେ ଇ-ବିତରଣ ଓଡିଶା ପୋର୍ଟାଲ ଖୋଲନ୍ତୁ।

-ଏହାପରେ ପେଜର ନିମ୍ନକୁ ଯାଆନ୍ତୁ ଆଉ ଫର୍ମକୁ ଡାଉନଲୋଡ କରନ୍ତୁ।

-ଏହାପରେ ଡାଉନଲୋଡ କରିଥିବା ଫର୍ମର ଫ୍ରିଣ୍ଟ ଆଉଟ୍‌ ବାହାର କରି ଫିଲ୍‌ ଅପ୍‌ କରନ୍ତୁ।

-ଏହାପରେ ଏଥିରେ ଦରକାରୀ ଡକ୍ୟୁମେଣ୍ଟସ ଆଟାଚ୍‌ କରନ୍ତୁ।

-ଏହାପରେ ଆପ୍ଲିକେସନ ଫର୍ମକୁ ନେଇ ଆପ୍ଲିକେସନ ଫି ଦେଇ DFO ଅଫିସରେ ସବମିଟ୍‌ କରନ୍ତୁ।

-ଫର୍ମ ଏବଂ କାଗଜପତ୍ରକୁ ଅଫିସରଙ୍କ ଦ୍ୱାରା ଭେରିଫାଏ କରାଯିବ। ଯଦି ବିବରଣୀ ଠିକ ଥିବ ଫର୍ମ ସ୍ୱିକାର କରାଯିବ।

-ଏହାପରେ ପୋଷ୍ଟ ଜରିଆରେ ୩୦ ରୁ ୪୦ ଦିନ ପରେ ଘରର ଠିକଣାରେ ରାସନ କାର୍ଡ ପଠାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.