Below header

ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ମୁହଁ ଖୋଲିଲେ ସୁରଜ ପାଞ୍ଚଲି, ଦେଲେ ଏମିତି କିଛି ବୟାନ

ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ତାଙ୍କ ପୂର୍ବ ମେନେଜର ଦିଶା ସାଲିଆନଙ୍କ ମୃତ୍ୟୁ ପରେ ଅଭିନେତା ସୁରଜ ପାଞ୍ଚାଳୀଙ୍କୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଦିଶା ଓ ସୁରଜଙ୍କ ସମ୍ପର୍କଙ୍କୁ ନେଇ ଅନେକ ଆଲୋଚନା ମଧ୍ୟ ଲୋକ ମୁଖରେ ଉଠିଛି । କିନ୍ତୁ ନିଜେ ସୁରଜ ଶନିବାର ଏକ ବୟାନ ଜାରି କରି ତାଙ୍କୁ ନେଇ ଉଠିଥିବା ସମସ୍ତ ଖଣ୍ଡନ ଖଣ୍ଡନ କରିଛନ୍ତି । ସୁରଜ କହିଛନ୍ତିକି, ସୁଶାନ୍ତଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲା, ସେମାନଙ୍କ ମଧ୍ୟରେ କେବେବି ଲଢେଇ ହୋଇନଥିଲା । ଏମିତିକି ସୁଶାନ୍ତଙ୍କ ପୂର୍ବ ମେନେଜର ଦିଶାଙ୍କୁ ସେ ଜାଣନ୍ତି ନାହିଁ । ଗତ ଜୁନ ୧୪ ତାରିଖ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ସୁଶାନ୍ତ, ସୁରଜଙ୍କ ସମ୍ପର୍କକୁ ନେଇ ଅନେକ କଥା ପଦାକୁ ଆସିଥିଲା । ଏମିତିକି ସୁଶାନ୍ତଙ୍କ ଅକାଳ ମୃତ୍ୟୁ ସହିତ ମେନେଜର ଦିଶାଙ୍କ ଆତ୍ମହତ୍ୟାକୁ ମଧ୍ୟ ଯୋଡ଼ା ଯାଇଥିଲା ।

sushant

ଏମିତିକି କଥା ଉଠିଥିଲାକି ଦିଶା ସୁରଜଙ୍କ ଦ୍ୱାରା ଗର୍ଭବତୀ ହେବାକୁ ନେଇ ମଧ୍ୟ ଅନେକ ସୁଶାନ୍ତ ଓ ସୁରଜଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା । ସୁଶାନ୍ତ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆଣିବା ନେଇ ଧମକେଇଥିବା ବେଳେ ସଲମାନଙ୍କ ହସ୍ତକ୍ଷେପରେ ଏହି ଘଟଣା ଦବି ଯାଇଥିଲା । କିନ୍ତୁ ବର୍ତ୍ତମାନ ସୁରଜ ଏହାକୁ ଖଣ୍ଡନ କରିବା ସହିତ ଏପରି କୌଣସି ଘଟଣା ଘଟିନାହିଁ ବୋଲି କହିଛନ୍ତି । ସୁଶାନ୍ତଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପୂର୍ବରୁ ବି ଥରେ ସେ ବୟାନ ଦେଇଛନ୍ତି ସୁରଜ । ସେ ଏହା ମଧ୍ୟ କହିଛନ୍ତିକି ସଲ୍ମାନଙ୍କର କଣ ଆଉ କିଛି କାମ ନାହିଁ, ସେ ଆମ ଘଟଣାରେ ହସ୍ତକ୍ଷେପ କରିବେ । ମୁଁ ହୁଏତ ସୁଶାନ୍ତଙ୍କ ସହ ନିଜ ଜୀବନ କାଳ ଭିତରେ କେବେ ବି ଭେଟିନାହିଁ । ଆମ ସମ୍ପର୍କକୁ ନେଇ ଉଠିଥିବା ଏହି ଗୁଜବ ଗୁଡିକ ମୋତେ ଖୁବ ଦୁଃଖିତ କରିଛି । ତାଙ୍କ ଅନୁଯାୟୀ କେହି ଜଣେ ଦୁବୃତ୍ତ ଏହି ସମସ୍ତ ବ୍ୟକ୍ତିଗତ କଥାକୁ ନିଜ ବ୍ୟକ୍ତିଗତ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

ଏପରି ଘଟଣା ଗୁଡିକରେ ସୁରଜଙ୍କୁ ଫସାଯାଉଥିବାରୁ ତାଙ୍କ ପରିବାର ଲୋକ ବି ବ୍ୟସ୍ତ ହେଉଛନ୍ତି । ସୁରଜଙ୍କ ପିତା ଆଦିତ୍ୟ ପାଞ୍ଚଲି କହିଛନ୍ତିକି, ମୋ ପୁଅକୁ ଚକ୍ରାନ୍ତ କରି ହିଁ ଏସବୁଥିରେ ଫସାଇ ଦିଆଯାଉଛି । ଯଦି ଆଗକୁ କିଛି ଏପରି ଅପ୍ରିତୀକର ପରିସ୍ଥିତି ଉପୁଜେ ତେବେ ଏଥିପାଇଁ ସମସ୍ତେ ଦାୟୀ ରହିବେ । ଲୋକ ମାନେ ସୋସିଆଲ ମିଡ଼ିଆ ମାନଙ୍କରେ ଏପରି ଗୁଜବ ଗୁଡିକୁ ପ୍ରଚାର କରିବା ବନ୍ଦ କରିବା ଉଚିତ । ଅନ୍ୟପକ୍ଷରେ ସୁଶାନ୍ତଙ୍କ ବାବଦରେ ସୁରଜ କହିଛନ୍ତିକି, ମୋ ଠାରୁ ତାଙ୍କର ଅଧିକ ଅଭିଜ୍ଞାତା ରହିଛି । କ୍ୟାରିୟରରେ ଖୁବ ସଫଳତା ଅର୍ଜନ କରିଥିଲେ । ମୋତେ ଏକ ସାନ ଭାଇ ଭଳିଆ ଗାଇଡ଼ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.