ରେଳ ବିଭାଗରେ ଚାକିରିକୁ ନେଇ ରେଲୱେ ବୋର୍ଡର ସଫେଇ, ଖୁବଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା

କରୋନା ଓ ଲକ୍‌ଡାଉନ୍‌ ଯୋଗୁ ରେଳ ବିଭାଗରେ ଆଉ ନିଯୁକ୍ତି ହେବ ନାହିଁ ବୋଲି ଘୋଷଣା ହେବା ପରେ ଏନେଇ ଚର୍ଚ୍ଚା ଜୋର୍‌ ଧରିଛି। ରେଳ ବିଭାଗର ଏଭଳି ନିଷ୍ପତ୍ତିକୁ ପ୍ରାର୍ଥୀଙ୍କ ସମେତ ସାଧାରଣ ଲୋକ ବି ବିରୋଧ କରିଛନ୍ତି। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ବିଭାଗ ଥରେ ପ୍ରାର୍ଥୀଙ୍କ ଭବିଷ୍ୟତ କଥା ଚିନ୍ତା କରିବା ଉଚିତ ବୋଲି ଏବେ ଦାବି ହେଉଛି। ତେବେ ଏନେଇ ଚର୍ଚ୍ଚା ଜୋର୍‌ ଧରିବା ପରେ ରେଳ ବିଭାଗ ପୁନର୍ବିଚାର କରୁଛି ବୋଲି ସଫେଇ ଦେଇଛି।

Indian Railways launches six new trains on Jammu route | Times of ...

ରେଲେଓ୍ଵ ବୋର୍ଡର ଡିଜି (ଏଚ୍‌ଆର) ଆନନ୍ଦ ଏସ୍‌ ଖତ୍ରୀ କହିଛନ୍ତି ରେଲୱେରେ କାହାକୁ ଛଟେଇ କରାଯାଉନାହିଁ କି ନିଯୁକ୍ତି ବନ୍ଦ କରାଯାଉନାହିଁ। ଟ୍ରେନ୍‌ ସଞ୍ଚାଳନ ଓ ଦେଖାରଖା ପାଇଁ ଆବଶ୍ୟକ କୌଣସି ସୁରକ୍ଷା ଶ୍ରେଣୀରେ ନିଯୁକ୍ତି ପ୍ରକ୍ରିୟା ସସ୍‌ପେଣ୍ଡ କରାଯାଉନାହିଁ। ୨୦୧୯ରେ ବାହାରିଥିବା ୧,୪୬,୬୪୦ ପୋଷ୍ଟ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। କିନ୍ତୁ ୬୮ ହଜାର ନନ୍‌ ସେଫ୍ଟି କାଟାଗୋରୀରେ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଏଥିପାଇର୍ ରିଭ୍ୟୁ ଚାଲିଛି ବୋଲି ସେ କହିଛନ୍ତି।

railway

ସୂଚନାଯୋଗ୍ୟ ଯେ କରୋନା ଯୋଗୁ ଦେଶବ୍ୟାପୀ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ରେଲ ବିଭାଗ ପ୍ରବଳ କ୍ଷତି ଦେଇ ଗତି କରୁଛି। ଏଣୁ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରିବାକୁ ନେଇ ବିଭାଗର ଜଣେ ବରିଷ୍ଠ ଅଧିକାରୀ କିଛି ଦିନ ତଳେ ଘୋଷଣା କରିଥିଲେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.