Whatsappରେ ଆପଣଙ୍କୁ କେହି ବ୍ଲକ କରିଦେଇଛନ୍ତିକି, ତେବେ ଏମିତି ପଠାଇ ପାରିବେ ମେସେଜ

ଯଦି ଆପଣଙ୍କୁ କୌଣସି ସାଙ୍ଗ କିମ୍ବା ପରିବାର ସଦସ୍ୟ କୌଣସି କାରଣରୁ Whatsappରେ ବ୍ଲକ କରିଦେଇଛନ୍ତି । ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଏମିତି ଏକ ଟ୍ରିକ ବିଷୟରେ କହିବାକୁ ଯାଉଛୁ, ଯାହା ଜରିଆରେ ଆପଣଙ୍କୁ ବ୍ଲକ କରିଥିବା ସାଙ୍ଗ ମାନଙ୍କୁ ବି ବ୍ଲକ କରିପାରିବେ ।

ଏମିତି କରନ୍ତୁ ମେସେଜ:

ଆପଣଙ୍କୁ Whatsappରେ ଯେଉଁ ୟୁଜର ବ୍ଲକ କରିଦେଇଛନ୍ତି । ତାଙ୍କୁ ମେସେଜ କରିବା ପାଇଁ କମନ Whatsapp ଗ୍ରୁପକୁ ଯାଆନ୍ତୁ । ନଚେତ କୌଣସି କମନ ଫ୍ରେଣ୍ଡଙ୍କ ଜରିଆରେ କମନ ଗ୍ରୁପ ତିଆରି କରି ନିଜକୁ ଆଉ ତାଙ୍କୁ ଆଡ଼ କରି ପାରିବେ । ଯାହା ସାହାଯ୍ୟରେ ଆପଣ ସେହି ସାଙ୍ଗ ଜଣଙ୍କୁ ଆରାମରେ ମେସେଜ କିମ୍ବା ଅନ୍ୟ କିଛି ସେଣ୍ଡ କରିପାରିବେ ।

କହିରଖିବା ଉଚିତ ହେବକି, ଗତ ନଭେମ୍ବର ମାସରେ କମ୍ପାନୀ ତରଫରୁ ଏକ Disappearing Message ଫିଚର ଲଞ୍ଚ କରାଯାଇଥିଲା । ଏହାର ବିଶେଷତ୍ୱ ଯେ ଆସିଥିବା ମେସେଜ ଆପେ ଆପେ ୭ ଦିନ ଭିତରେ ଡିଲିଟ ହୋଇଯିବ । କହିରଖିବା ଉଚିତ ହେବକି Gmail, Telegram, Snapchat ରେ ମହଜୂତ ଥିବା ଫିଚର ଗୁଡିକ ପରି ହିଁ ଏହା କାମ କରିବ ।

ଏହା ବାଦ ନିକଟରେ ହିଁ କମ୍ପାନୀ ପକ୍ଷରୁ Whats App Pay ସର୍ଭିସ ସୁବିଧା ଲଞ୍ଚ କରାଯାଇଛି । ଏହା ମାଧ୍ୟମରେ ୟୁଜର ମାନେ ଗୋଟେ ଦିନରେ ଏକ ଲକ୍ଷ ପର୍ଯ୍ୟନ୍ତର ଟଙ୍କା ଟ୍ରାନ୍ସ୍ଫର କରିପାରିବେ । ଖାଲି ସେତିକି ନୁହେଁ ୟୁଜର ମାନେ ଏହା ମାଧ୍ୟମରେ ରିଚାର୍ଜ କରିବା ସୁବିଧା ବି ପାଇପାରିବେ । ଆଉ ଏହା ମାଧ୍ୟମରେ ଟ୍ରାନ୍ସଫର କରାଯାଇଥିବା ଟଙ୍କା ସିଧାସଳଖ ଆପଣଙ୍କ ଆକାଉଣ୍ଟରେ ଆସି ରହିଯିବ । ଆଉ ମଧ୍ୟ ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ ଗୁରୁବାର Whats Appର UPI ସେବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.