Below header

ସ୍ଲିପୱାକିଙ୍ଗ ପରି ସ୍ଲିପଟେକ୍ସଟିଙ୍ଗର ଶିକାର ହେଉଛନ୍ତି ଯୁବପିଢ଼ି

ଆଜିର ବିଜ୍ଞାନ ଯୁଗରେ ଟେକ୍ନୋଲୋଜି ଆମକୁ ଅଧିକରୁ ଅଧିକ ସୁବିଧା ପ୍ରଦାନ କରିବା ସହିତ ଅନେକ ଗୁଡିଏ ରୋଗ ମଧ୍ୟ ପ୍ରଦାନ କରୁଛି । ଏପରି ଏକ ରୋଗ ହେଉଛି ସ୍ଲିପ ଟେକ୍ସଟିଙ୍ଗ । ସାଧାରଣତଃ ଅନେକ ଲୋକ ଏହି ରୋଗ ବିଷୟରେ ଜାଣିନଥିବେ କିନ୍ତୁ ବହୁତ ଲୋକ ଏହି ରୋଗରେ ଆକ୍ରାନ୍ତ । ପ୍ରକୃତରେ ଏବେ ପର୍ଯ୍ୟନ୍ତ ଲୋକ ଏହାକୁ ଏକ ରୋଗ ବୋଲି ଭାବୁନାହାନ୍ତି କିନ୍ତୁ ବାସ୍ତବରେ ଏହା ଆପଣଙ୍କ ପାଇଁ ବହୁତ କ୍ଷତିକାରକ ଅଟେ ।

ସ୍ଲିପ ଟେକ୍ସଟିଙ୍ଗ ଏକ ଏପରି ଅବସ୍ଥା ଯେଉଁଥିରେ ବ୍ୟକ୍ତି ରାତିରେ ଅଧାନିଦରୁ ଉଠି ଯେକୌଣସି ଲୋକକୁ ମେସେଜ କିମ୍ବା ମେଲ ପଠାଇ ଦେଇଥାଏ ଓ ଏହି ବିଷୟରେ ତାକୁ କିଛି ଜଣା ବି ନଥାଏ । ଏହି ଅବସ୍ଥାରେ ପଠାଯାଇଥିବା ମେସେଜ ସାଧାରଣତଃ ଅର୍ଥହୀନ ହୋଇଥାଏ । ଏହା ଠିକ ସେହିପରି ଏକ ରୋଗ ଯେପରି ଲୋକମାନେ ଅଧା ନିଦରେ ଚାଲିଥାନ୍ତି ।

 

Related image

ଆଜିକାଲି ଅଧିକ ଯୁବପିଢ଼ି ସ୍ଲିପ ଟେକ୍ସଟିଙ୍ଗର ଶିକାର ହେଉଛନ୍ତି । ଏହାର କାରଣ ହେଉଛି ଟେକ୍ନୋଲୋଜିକୁ ଏକ ଆଡିକ୍ସନ ଭଳି ବ୍ୟବହାର କରିବା । ଯଦି ଆପଣ ମଧ୍ୟ ଏହି ରୋଗର ଶିକାର ହେବାକୁ ଚାଁହୁନାହାନ୍ତି ତାହେଲେ ଆପଣଙ୍କୁ ଏହି ସବୁ କଥାର ଧ୍ୟାନ ରଖିବାକୁ ପଡିବ । ଯେପରିକି..

  • ମୋବାଇଲ କିମ୍ବା ଇଣ୍ଟରନେଟର ବ୍ୟବାହର ସିମୀତ କରନ୍ତୁ ଓ ଆବଶ୍ୟକସ୍ଥଳେ ଏହାର ବ୍ୟବହାର କରନ୍ତୁ ।
  • ଶୋଇବା ପୂର୍ବରୁ ନିଜ ଫୋନକୁ ବନ୍ଦ ରଖନ୍ତୁ ଅଥବା ଏହାକୁ ଦୂରରେ ରଖନ୍ତୁ ।
  • ଡିପ୍ରେସନ ଫ୍ରି ରହିବାପାଇଁ ଚେଷ୍ଟା କରନ୍ତୁ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.