Below header

ଗ୍ରାଉଣ୍ଡ ଜିରୋରେ 5-T ସଚିବ ଭି. କେ ପାଣ୍ଡିଆନ୍‌, ରାୟଗଡ଼ା ଓ ନୂଆପଡ଼ାର ମୁଖ୍ୟ ଚିକିତ୍ସାଳୟ କଲେ ପରିଦର୍ଶନ

ନୂଆପଡା(କେନ୍ୟୁଜ୍): ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀଙ୍କ 5-T ସଚିବ ଭି. କେ ପାଣ୍ଡିଆନ୍‌ । ଆଜି ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ରୋଗୀଙ୍କ ସହ କଥା ହୋଇଥିଲେ । ଉପଯୁକ୍ତ ଚିକିତ୍ସା ଏବଂ ଔଷଧ ମିଳୁଛି କି ନାହିଁ ସେନେଇ ପଚାରି ବୁଝିଥିଲେ । ଏଥିସହ ଡାକ୍ତରଖାନାର ଡାକ୍ତର ଅଭାବ ଓ ଭିତ୍ତିଭୂମି ସଂପର୍କରେ ଆଲୋଚନା କରିଥିଲେ । ସେହିପରି କଳାହାଣ୍ଡିରେ ଆରଟିଓ ଅଫିସ୍‌ ଯାଇଥିଲେ 5-T ସଚିବ । ଆରଟିଓ ଅଫିସ୍‌ରେ କିପରି ଲୋକଙ୍କୁ ମିଳୁଛି ସେବା ଓ ଦଲାଲଙ୍କ ସଂପର୍କରେ ପଚାରି ବୁଝିଥିଲେ । ଗତକାଲି ମାଲକାନଗିରି, ଜୟପୁର, ନବରଙ୍ଗପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ କୋରାପୁଟ ମେଡିକାଲ କଲେଜ ପରିଦର୍ଶନ କରିଥିଲେ । ରୋଗୀଙ୍କ ସହ କଥା ହେବା ସହ ଉପଯୁକ୍ତ ଚିକିତ୍ସା ସେବା ପାଉଛନ୍ତି କିମ୍ବା ନାହିଁ ପଚାରି ବୁଝିଥିଲେ ।

ନୂଆପଡ଼ା ଓ କଳାହାଣ୍ଡି ପରେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଯାଇଥିଲେ ରାୟଗଡ଼ା ଜିଲ୍ଲା। ସେଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଭିତ୍ତିଭୂମିର ସ୍ଥିତି ପରଖିଥିଲେ। ମୋ ସରକାର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ବି କରିଥିଲେ ଭି. କାର୍ତ୍ତିକେୟନ୍‌ ପାଣ୍ଡିୟାନ୍‌। ଡାକ୍ତରଖାନାରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ କିଭଳି ସୁବିଧା ସୁଯୋଗ ମିଳୁଛି ପଚାରି ବୁଝିଥିଲେ 5T ସଚିବ। ଗସ୍ତ ବେଳେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର୍‌. ବାଲାକ୍ରିଷ୍ଣନ୍‌ ଓ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.